ନିର୍ମାଣାଧୀନ ହବିଷିଆଳି ଆଶ୍ରୟସ୍ଥଳ ବୁଲିଲେ ଜିଲାପାଳ

ପୁରୀ ଅଫିସ, ୨୪।୯: ଆସୁଛି ଧର୍ମ ମାସ କାର୍ତ୍ତିକ। ଆଉ ୨୦ଦିନ ପରେ ହବିଷ ବ୍ରତ ପାଳନ କରିବାକୁ ପୁରୀକୁ ଆସିବେ ହଜାର ହଜାର ହବିଷିଆଳି। ପ୍ରାୟ ମାସେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ତେବେ ବିଗତ କିଛିବର୍ଷ ହେବ ରାଜ୍ୟ ସରକାର ଅସ୍ଥାୟୀ ହବିଷିଆଳି ଶିବିର କରି ବ୍ରତଧାରୀଙ୍କ ରହିବା, ଖାଇବା ଆଦି ବ୍ୟବସ୍ଥା କରିଆସୁଛନ୍ତି। ପଞ୍ଜୀକରଣ ଜରିଆରେ ପ୍ରାୟ ଅଢେଇ ହଜାର ହବିଷିଆଳି ଏକାଧିକ ଶିବିରରେ ରହିଥାନ୍ତି ହେଲେ ଚଳିତବର୍ଷଠାରୁ ହବିଷିଆଳି ସେମାନଙ୍କ ଲାଗି ତିଆରି ଚାଲିଥିବା ସ୍ଥାୟୀ ଆଶ୍ରୟସ୍ଥଳରେ ରହିବେ। ଏହାର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସୋମବାର ଜିଲାପାଳ ବଲୱନ୍ତ ସିଂ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ସହ ଏହି ଆଶ୍ରୟସ୍ଥଳ ବୁଲି ଦେଖିଛନ୍ତି। ନିର୍ମାଣକାରୀ ସଂସ୍ଥା ଆସନ୍ତା ୧୦ତାରିଖ ସୁଦ୍ଧା ପ୍ରଶାସନକୁ ଆଶ୍ରୟସ୍ଥଳ ହସ୍ତାନ୍ତର କରିବ।
ପ୍ରତିବର୍ଷ କାର୍ତ୍ତିକ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ରତଧାରୀଙ୍କୁ ଆତିଥେୟତାର ଡୋରିରେ ବାନ୍ଧିଥାଏ ପୁରୁଷୋତ୍ତମ କ୍ଷେତ୍ର। କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ମାସେ ପର୍ଯ୍ୟନ୍ତ ପୁରୀରେ ହବିଷିଆଳିଙ୍କ ଗହଳି ଲାଗେ। ଆଧ୍ୟାତ୍ମିକ ପରିବେଶରେ ଉଛୁଳିପଡ଼େ ଶ୍ରୀକ୍ଷେତ୍ର। ଏଠାକୁ ହବିଷ ପାଳିବାକୁ ଆସୁଥିବା ବ୍ରତଧାରୀଙ୍କ ପାଇଁ ନରେନ୍ଦ୍ର କୋଣସ୍ଥିତ ପୁରୁଣା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ଗ୍ୟାରେଜ ଜମିରେ ୨୦୧୭ ଅକ୍ଟୋବର ୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ମହଲା ବିଶିଷ୍ଟ ହବିଷିଆଳି ଆଶ୍ରୟସ୍ଥଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨ଏକର ୭୪୪ ଡେସିମିଲ ପରିମିତ ଜମିରେ ୧୫ହଜାର ବର୍ଗମିଟର ଅଞ୍ଚଳରେ ଚାଲିଥିବା ଏହି ହବିଷିଆଳି ଗୃହର ନିର୍ମାଣ କାର୍ଯ୍ୟକୁ ସୋମବାର ଜିଲାପାଳ ବୁଲି ଦେଖିଛନ୍ତି। ପାଚେରି ଏବଂ ଅଳ୍ପ କିଛି କାମ ବାକି ରହିଛି। ୧୦ତାରିଖ ସୁଦ୍ଧା ଏହା ଶେଷ ହୋଇଯିବ ବୋଲି ଜିଲାପାଳଙ୍କୁ ନିର୍ମାଣକାରୀ ସଂସ୍ଥା କର୍ତ୍ତୃପକ୍ଷ କହିଥିଲେ। ହବିଷିଆଳିମାନଙ୍କର ଯେପରି କୌଣସି ଅସୁବିଧା ହେବ ନାହିଁ ସେଥିଲାଗି ସମସ୍ତ ବ୍ୟବସ୍ଥା କରିବାକୁ ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ନୂଆକୋଠାରେ ପ୍ରାୟ ୧୬୦୦, ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ୬୦୦ ଏବଂ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ୧୨୦୦ବ୍ରତଧାରୀଙ୍କ ରହିବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛି। ହବିଷିଆଳିଙ୍କ ରହଣି ଓ ପଞ୍ଜୀକରଣ ନେଇ ଆସନ୍ତା ୨୭ରେ ବୈଠକ ବସି ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଜିଲାପାଳଙ୍କ ସହିତ ଉପଜିଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ବିଜୟ ଜେନା, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାଶ, ସହକାରୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା ନିର୍ମାଣାଧୀନ ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri