ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ୨ ପୃଥକ ମାମଲା: ଯୁବନେତା ବେଣୁମାଧବ ଗିରଫ

ସିମୁଳିଆ, ୧୨।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କାଞ୍ଚପଡ଼ା ପଞ୍ଚାୟତ ଅଧୀନ ଡିଆଁପୁରୁଷୋତ୍ତମପୁର ଗଁାରେ ବୁଧବାର ବିବାହ ଚତୁର୍ଥୀ ଭୋଜି ବେଳେ ଘଟିଥିବା ଗଣ୍ଡଗୋଳ ଘଟଣା ନେଇ ପୋଲିସ ୨ଟି ପୃଥକ ମାମଲା ରୁଜୁ କରିଛି। ଘଟଣାର ଦିନକ ପରେ ଶୁକ୍ରବାର ପୋଲିସ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ବେଣୁମାଧବଙ୍କ ସମେତ ଦୁଇ ପକ୍ଷର ୩ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। ନିର୍ବାଚନ ସମୟର ବିଦ୍ୱେଷ ଗଣ୍ଡଗୋଳର କାରଣ ବୋଲି ଚର୍ଚ୍ଚା ହେଉଛି। ବୁଧବାର ରାତିରେ ଗଣ୍ଡଗୋଳ ଘଟିବା ପରେ ପୋଲିସ ଗୋଟିଏ ଗୋଷ୍ଠୀର ଦୁଇଜଣଙ୍କୁ ଥାନାକୁ ଧରିନେଇ ଅଟକ ରଖିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶତାଧିକ ଗ୍ରାମବାସୀ ଗୁରୁବାର ଥାନା ଆଗରେ ଧାରଣା ଦେଇଥିଲେ।
ସିମୁଳିଆ ଥାନା ପୋଲିସ ପକ୍ଷରୁ କୁହାଯାଇଛି ଯେ, ବିବାହ ଭୋଜିରେ ଗଣ୍ଡଗୋଳ ଘଟଣା ନେଇ ବନିତା ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଦଫା ୪୫୭, ୨୯୪, ୩୨୩, ୩୫୪(ବି), ୫୦୬, ୩୪ଆଇପିସିରେ ମାମଲା (ନଂ. ୧୮୨/୧୯) ରୁଜୁ କରି ବେଣୁମାଧବଙ୍କୁ ଶୁକ୍ରବାର ବାଲେଶ୍ୱରରୁ ଗିରଫ କରିଛି। ସେହିପରି ଗଙ୍ଗାଧର ଦଳାଇଙ୍କ ଅଭିଯୋଗ ଅନୁଯାୟୀ ଦଫା ୨୯୪, ୩୨୩, ୫୦୬ ଓ ୩୪ ଆଇପିସିରେ ପୋଲିସ ଅନ୍ୟ ଏକ ମାମଲା (ନଂ. ୧୮୧/୧୯) ରୁଜୁ କରି ଲକ୍ଷ୍ମୀକାନ୍ତ ପଣ୍ଡା ଓ ଭୀମସେନ ପଣ୍ଡାଙ୍କୁ ଗିରଫ କରିଛି। ଗତ ୧୦ତାରିଖ ରାତିରେ ଡିଆଁପୁରୁଷୋତ୍ତମପୁରରେ ଆୟୋଜିତ ଏକ ବିବାହ ଚତୁର୍ଥୀ ଭୋଜିକୁ ଯୁବନେତା ବେଣୁମାଧବ ବାଲେଶ୍ୱରରୁ ଜଣେ ସହଯୋଗୀ ରଞ୍ଜନ ମଲିକ ଓ ଅନ୍ୟ କେତେଜଣଙ୍କ ସହ ଆସିଥିଲେ। ଭୋଜି ଖାଇ ସାରିବା ପରେ କୌଣସି କାରଣରୁ ଲକ୍ଷ୍ମୀକାନ୍ତ ଓ ବେଣୁମାଧବଙ୍କ ଗୋଷ୍ଠୀ ମଧ୍ୟରେ ବଚସା ହୋଇ ସଂଘର୍ଷ ଘଟିଥିଲା। ଏଥିରେ ବେଣୁମାଧବଙ୍କ ସହଯୋଗୀ ରଞ୍ଜନ ଗୁରୁତର ଆହତ ହୋଇଥିଲେ। ପୋଲିସ ପହଞ୍ଚତ୍ବା ପରେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ସେଠାରେ ଏକ ଗୋଷ୍ଠୀ ପକ୍ଷରୁ ପୋଲିସକୁ ଧମକ ଦିଆଯାଉଥିବାର ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲକ୍ଷ୍ମୀକାନ୍ତଙ୍କ ମୁଣ୍ଡରେ ପ୍ରତିପକ୍ଷ ବନ୍ଧୁକ ଲଗାଇ ତାଙ୍କ ସ୍ତ୍ରୀ ବନିତାଙ୍କୁ ଗାଳିଗୁଲଜ କରାଯାଇଥିବା ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଅପରପକ୍ଷେ କୌଣସି କାରଣ ନ ଥାଇ ଅତିଥି ରଞ୍ଜନଙ୍କୁ ଆକ୍ରମଣ କରାଯାଇଥିବା ନେଇ ଗଙ୍ଗାଧର ଦଳାଇ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣା ନିର୍ବାଚନ ପରବର୍ତ୍ତୀ ହିଂସା ରୂପ ନେଇଥିବାରୁ ପୋଲିସ ଓ ପ୍ରଶାସନ ସତର୍କତାର ସହ ଘଟଣାର ତଦନ୍ତ ଚଳାଇଛି। ଗୁରୁବାର ଥାନା ଆଗରେ ଗ୍ରାମବାସୀଙ୍କ ସମେତ ବହୁ ବିଜେଡି କର୍ମୀ ଧାରଣା ଦେବା ଖବର ପାଇ ବାଲେଶ୍ୱର ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ ସେଠାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହାର ତଦନ୍ତ କରିଥିଲେ। ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଥାନାରେ ଧାରଣା ଜାରି ରହିଥିଲା। ଯୁବନେତା ବେଣୁମାଧବଙ୍କୁ ପୋଲିସ ଗିରଫ କରିବା ପରେ ଅପରାହ୍ନ ୩ଟା ୪୦ ମିନିଟ୍‌ରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ଯୁବନେତା ବେଣୁମାଧବ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନିର୍ବାଚନ ହିଂସାକୁ ନେଇ ତାଙ୍କ ସହଯୋଗୀ ରଞ୍ଜନଙ୍କୁ ଆକ୍ରମଣ କରାଯାଇଥିଲା। ସେ ଏହାର ପ୍ରତିବାଦ କରିବାରୁ ତାଙ୍କ ନଁାରେ ମିଥ୍ୟା ମକଦ୍ଦମା କରାଯାଇଛି। ଏ ସମ୍ପର୍କରେ ଏସ୍‌ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲଙ୍କୁ ପଚାରିବାରୁ ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ଉଭୟ ପକ୍ଷର ଗିରଫ ୩ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri