The Chief Minister of Odisha, Shri Naveen Patnaik calling on the Prime Minister, Shri Narendra Modi, in New Delhi on October 06, 2014.
ଭୁବନେଶ୍ୱର,୨୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁଣି ଥରେ ବିଜୁ ଜନତା ଦଳ(ବିଜେଡି)ର ସଭାପତି ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏଥିସହ ୮ମ ଥର ଲାଗି ନବୀନ ବିଜେଡି ଭାର ନବୀନ ସମ୍ଭାଳିଛନ୍ତି। ନବୀନଙ୍କ ସହ ୮୦ଜଣ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏ ନେଇ ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଘୋଷଣା କରିଛନ୍ତି।
ପ୍ରକାଶ ଯେ, ଗତ ଶୁକ୍ରବାର ବିଜେଡି ପକ୍ଷରୁ ୩୩ ସାଙ୍ଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା। ଏହା ପରେ ରବିବାର ସଭାପତି ପଦ ପାଇଁ ନବୀନ ନାମାଙ୍କନପତ୍ର ଦାଖଲ କରିଥିଲେ।