ନିର୍ଦ୍ଦେଶକ ମନମୋହନଙ୍କ ସ୍ମରଣେ

‘ପ୍ରାଣୀର ଭଲମନ୍ଦ ବାଣୀ ମରଣକାଳେ ତାହା ଜାଣି।’ ଏ କଥାର ଯଥାର୍ଥତା ରହିଛି। ସେହିପରି ଏକ ନୀରବ ସାଧକ, ଚିତ୍ର ନିର୍ମାତା, ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଦେହାନ୍ତ। ଓଡ଼ିଆ ଚଳଚ୍ଚିତ୍ର ପରିବାର ପାଇଁ ତାଙ୍କ ବିୟୋଗ ବ୍ୟାପକ କ୍ଷତି ପହଞ୍ଚାଇଛି। ସେ ଦରଦୀ ବ୍ୟକ୍ତି କେବଳ ନ ଥିଲେ ଜଣେ ଭଲ ମଣିଷ ମଧ୍ୟ। ଆଠ ଥର ଜାତୀୟ ପୁରସ୍କାର ଲାଭ କରିଥିବା ବ୍ୟକ୍ତିତ୍ୱ ଭାବେ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଭାରତୀୟ ସିନେମା ଜଗତ ପାଇଁ ସ୍ବତନ୍ତ୍ର ଥିଲେ।
ଓଡ଼ିଆ ଚଳଚ୍ଚିତ୍ର ଜଗତ ଲାଗି ସେ ରାଜଧାନୀରେ ପ୍ରଥମେ ‘ସିନେଟାକ୍ସି’ ନାମରେ ଏକ ସଂଗଠନ ସିନେମା କରିଥିଲେ। ଭଲ ଦର୍ଶକମାନଙ୍କ ଲାଗି ଭଲ ସିନେମା ପ୍ରଦର୍ଶନ କରିବା ଦିଗରେ ସେ ଥିଲେ ଅଗ୍ରଗଣ୍ୟ। ଭୁବନେଶ୍ୱରସ୍ଥ ବିଜେବି କଲେଜରେ ପଡ଼ିବା ବେଳେ ନାଟକ ପ୍ରତି ତାଙ୍କର ଥିଲା ଅତ୍ୟନ୍ତ ଦୁର୍ବଳତା। ଭଲ ଅଭିନେତା ଭାବେ ତାଙ୍କର ଜଣେ ବନ୍ଧୁ ଅଭିନେତା ଅରୁଣ ନନ୍ଦ ଓ ସଂଳାପରେ ନନ୍ଦଲାଲ ମହାପାତ୍ରଙ୍କୁ ସେ ପ୍ରତିଟି ଚଳଚ୍ଚିତ୍ରରେ ସୁଯୋଗ ଦେଇ ଲୋକଲୋଚନକୁ ଆଣିବା ଦିଗରେ ବିଶେଷ ଭୂମିକା ଥିଲା। ମୁନାଭାଇ ନାମରେ ପରିଚିତ ଥିଲେ ମନମୋହନ। ସେ ଯେତେବେଳେ ପୁନା ଫିଲ୍ମ ପ୍ରଶିକ୍ଷଣରେ ପାଠ ପଢୁଥିଲେ ସେତେବେଳେ ଖ୍ୟାତିସମ୍ପନ୍ନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଲାଗି ପାଠପଢାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ନିଜେ ବହନ କରୁଥିଲେ। ମିଥୁନ ଭୁବନେଶ୍ୱର ଆସିବା ସମୟରେ ମନମୋହନ ମହାପାତ୍ରଙ୍କୁ ‘ଗୁରୁ’ ବୋଲି ସମ୍ବୋଧନ କରି ପ୍ରଣାମ ହେଉଥିଲେ। ଉଦାର ହୃଦୟ ମଣିଷ ପୁରୀ ସ୍ବର୍ଗଦ୍ୱାରରେ ଲୀନ ହୋଇଗଲା। ରାଜ୍ୟ ସରକାର ମୁନା ଭାଇ ସମ୍ମାନାର୍ଥେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଥିଲେ। ଚଳଚ୍ଚିତ୍ର ଜଗତ ପାଇଁ ବଡ଼ ସମ୍ମାନ।
ମନମୋହନ ମହାପାତ୍ରଙ୍କ ‘ଇନ୍ତେଯାର’ ଟେଲିଫିଲ୍ମ ଶହୀଦ ନଗରର ଏକ ଘରେ ଶୁଟିଂ ହେଉଥାଏ। ହିନ୍ଦୀ ଅଭିନେତ୍ରୀ ସୁଧାଚନ୍ଦ୍ରନ, ଅଭିନେତା ବିନାୟକ ମିଶ୍ର ଓ ଅଭିନେତା ଉଦ୍‌ଘୋଷକ କମଲ କିରନ୍‌ ଅଭିନୟ କରୁଥିଲେ। କମଲ କିରନ ଶୁଟିଂ ପାଇଁ ବର୍ଷା ଯୋଗୁ ଗାଡ଼ି ଆସିବା ପାଇଁ ପ୍ରତୀକ୍ଷାରେ ଘରେ ବସିଥାନ୍ତି। ମୁନ୍ନାଭାଇ ହଠାତ୍‌ ତାଙ୍କ ଘର ଆଗରେ ତାଙ୍କର ସ୍କୁଟରରେ ଆସି ଡ଼ାକିଲେ। କମଲ କିରନ ହଠାତ୍‌ ଭାବି ନ ଥିଲେ ଯେ, ଏତେବଡ଼ ନିର୍ଦ୍ଦେଶକ ନିଜ କର୍ତ୍ତବ୍ୟ ପରାୟଣ ପାଇଁ ଶୁଟିଂରେ ବିଳମ୍ବ ନ ହେବ, ସେଥିପାଇଁ ସିଧା ସ୍କୁଟର ଆସି ତାଙ୍କୁ ଶୁଟିଂସ୍ଥଳରେ ପହଞ୍ଚାଇ ଦେଇ ନିଜ କାର୍ଯ୍ୟ ଆରମ୍ଭ କଲେ। ଏଥିରୁ ଆଜିର ଚଳଚ୍ଚିତ୍ର ନିର୍ଦ୍ଦେଶକମାନେ ଶିକ୍ଷା ଲାଭ କରିବା କଥା। ଚଳଚ୍ଚିତ୍ର ସମ୍ପର୍କରେ ପ୍ରଯୋଜକ ସଂଘମାନଙ୍କର ଏକ ଆଲୋଚନାଚକ୍ର ସୂଚନା ଭବନରେ ଗତବର୍ଷ ହୋଇଥିଲା। ସେଠାରେ ମଞ୍ଚାସୀନ ହୋଇ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ରର ନୀତି ସମ୍ପର୍କରେ ଗୁରୁତ୍ୱ ଦେଇ ଅଭିଭାଷଣ ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ରକୁ ଦେଶ ବିଦେଶରେ ଜାତୀୟ ପୁରସ୍କାର ଲାଭ କରି ସେ ହାଟ୍ରିକ ଅର୍ଜନ କରିଥିଲେ। ଜାତୀୟ ଜୁରୀ ସଦସ୍ୟ ମଧ୍ୟ ଥିଲେ। ପୁଣେରେ ଛାତ୍ର ସମୟରେ ସଂଗଠନ ମାଧ୍ୟମରେ ଚଳଚ୍ଚିତ୍ର ପଢୁଥିବା ଅନେକ ଗରିବ ଛାତ୍ରଙ୍କୁ ସହାୟତା ଦେଉଥିଲେ। ଏହା ଥିଲା ତାଙ୍କର ପ୍ରକୃତ ମାନବ ସେବା।
ମନମୋହନ ମହାପାତ୍ର ଅନେକ ବନ୍ଧୁ ତାଙ୍କୁ ଚଳଚ୍ଚିତ୍ର ନିର୍ମାଣ ବେଳେ ସହାୟତା ଦେଇଥାନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଆଞ୍ଚଳିକ ଭାଷାରେ କୌଣସି ଏକ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେଲେ ମୁନ୍ନାଭାଇଙ୍କ ନାମ ନିଶ୍ଚିତ ଥିବ। ଏହା ଚିତ୍ର ନିର୍ମାତାମାନଙ୍କ ମନକୁ ନିଶ୍ଚିତ ପ୍ରଭାବିତ କରିଥିଲା। ଭଲ ସିନେମାର ପ୍ରୋତ୍ସାହନ ପାଇଁ ମନମୋହନ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନିଜର ସ୍ବତନ୍ତ୍ରତା ରହିଛି, ରହିବ ମଧ୍ୟ। ମରଶରୀର ଲୀନ ହେଲେ ମଧ୍ୟ ଚଳଚ୍ଚିତ୍ର ସମୂହ ତାଙ୍କୁ କାଳ କାଳ ପାଇଁ ମନେରଖିବ। ଓଡ଼ିଶାରେ ଅନେକ ପୁରୁଖା ପ୍ରଯୋଜକ ଇହଧାମରୁ ବିଦାୟ ନେଲେଣି ସତ, କିନ୍ତୁ ତାଙ୍କୁ ତାଙ୍କର ସ୍ମରଣୀୟ ଚଳଚ୍ଚିତ୍ର ସମୂହ ଚିତ୍ରପ୍ରେମୀଙ୍କ ମନରେ ସଦାସର୍ବଦା ରହିବ। ଭଲମନ୍ଦର ବିଚାର ଦର୍ଶକମାନଙ୍କ ମନକୁ ବେଶ୍‌ ଛୁଇଁଥାଏ। ମନକୁ ମନ ‘ବାଦଶାହା’ ଯେତେ ପ୍ରୟୋଜିତ କରି ପ୍ରଚାର କଲେ କିଛି ଫଳ ଶୂନ୍ୟ ହୁଏ। ପ୍ରଯୋଜକ ବାବୁଲାଲ ଦୋଷୀ, ଗୌରପ୍ରସାଦ ଘୋଷ, ଧୀର ବିଶ୍ୱାଳ, ଶ୍ରୀନିବାସ ପାଲଟାସିଂ ଆଦି ପୁରୁଖା ପ୍ରଯୋଜକମାନଙ୍କୁ ମନେ କିଏ ପକାଉଛି। ସେମାନଙ୍କ ଅବଦାନ ଓଡ଼ିଆ ସିନେମା ଜଗତ କେବେ ଭୁଲିପାରିବେନି। ଆଗ ଥାଉ ଥାଉ ପଛରେ ରାଜା ମହାରାଜା କହି ନିଜର ଦୁର୍ବଳତାକୁ ଆପେ ଲୋକଲୋଚନକୁ ଆଣି ହାସ୍ୟାସ୍ପଦ ହେଉଛେ। ମନମୋହନ ନିଜେ ପ୍ରଚାରଠାରୁ ଦୂରେଇ ରହି କେବଳ ଭଲ ଓଡ଼ିଆ ସିନେମା କରି ଆଜି ଅମର ହୋଇ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?