ନିର୍ଣ୍ଣାୟକ ଲଢ଼େଇ ନେଇ ଶ୍ରମିକଙ୍କ ପ୍ରସ୍ତୁତି

ରାଉରକେଲା ଅଫିସ,୧୪।୭ – ସୁନ୍ଦରଗଡ଼ ଜିଲାର ଅନ୍ୟତମ ପ୍ରମୁଖ ଘରୋଇ ଶିଳ୍ପ କାରଖାନା ଆଧୁନିକ ମେଟାଲିକ୍ସର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଖାନାରେ ଏବେ ତାଲା ଝୁଲୁଛି। ଭବିଷ୍ୟତରେ ଏହାକୁ ଖୋଲାଯିବ ନା ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପଟେ ଶ୍ରମିକମାନେ ବକେୟା ନ ପାଇ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଶିଳ୍ପାନୁଷ୍ଠାନ ଉପରେ ନିର୍ଭର କରି ଚଳୁଥିବା ୪ ହଜାର ଶ୍ରମିକ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି। ୨୦୧୮ ଅକ୍ଟୋବରରେ ଶ୍ରମିକ ଆନ୍ଦୋଳନକୁ ପ୍ରତିହତ କରିବାକୁ କର୍ତ୍ତୃପକ୍ଷ ଗୋଟିଏ ମାସର ଦରମା ଦେଇ ଚୁପ୍‌ ବସିଗଲେ। କାରଖାନାକୁ ଅନ୍ୟ ଏକ କମ୍ପାନୀକୁ ହସ୍ତାନ୍ତର ନେଇ ପ୍ରକ୍ରିୟା ଚାଲିଥିବା ପ୍ରଚାର କରାଗଲା। ଶ୍ରମିକ ନିଯୁକ୍ତି ସହ ବକେୟା ପାଇବେ ବୋଲି ସୂଚନା ଦିଆଗଲା। ହେଲେ କିଛି ଫଳ ହେଲାନି। ଏମିତି ଅବସ୍ଥାରେ ପୁନର୍ବାର ୨୦୧୯ ଜାନୁୟାରୀରେ ଶ୍ରମିକ ଆନ୍ଦୋଳନ ଓ ଫେବୃୟାରୀରେ ଅନଶନ ଆରମ୍ଭ କରାଗଲା। କାରଖାନା ଚଳାଇବାକୁ ଆଗ୍ରହୀ କମ୍ପାନୀ ଅସନ୍ତୁଷ୍ଟ ଶ୍ରମିକଙ୍କ ବକେୟା ବାବଦ କିଛି ଅର୍ଥ ପ୍ରଦାନ କରି ନୀରବ ବସିଗଲେ। ଏପରି ଅବସ୍ଥାରେ କାରଖାନା ଶ୍ରମିକ ୟୁନିୟନର କିଛି ଭୂମିକା ରହିଲା ନାହିଁ। ଶ୍ରମିକଙ୍କୁ ନିଯୁକ୍ତି, କାରଖାନାକୁ ଚଳାଇବା କିମ୍ବା ବକେୟା ପ୍ରଦାନ ନେଇ କେହି ଆଗକୁ ଆସିଲେନି। ଫଳରେ ନିରୁପାୟ ଶ୍ରମିକ ଗୋଷ୍ଠୀ ନିଜେ କମିଟି ଗଢ଼ି ଗତ ଜାନୁୟାରୀରୁ ଆନ୍ଦୋଳନ ଚଳାଇ ଆସୁଛନ୍ତି। ହେଲେ ଏହାର ପ୍ରଭାବ କର୍ତ୍ତୃପକ୍ଷଙ୍କ ଉପରେ ପଡ଼ିପାରିନି। ଶ୍ରମିକଙ୍କ ପକ୍ଷରୁ ନୂତନ ଭାବେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ଶ୍ରମିକ କର୍ମଚାରୀ ସୁରକ୍ଷା ସମିତି ନଁାରେ ଗଠିତ ଏହି ସଙ୍ଗଠନ କାରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ଶନିବାର ରଣହୁଙ୍କାର ଦେଇଛି। ଏ ନେଇ ସେକ୍ଟର-୨ ସାହାନାଇ ମଣ୍ଡପରେ ଆୟୋଜିତ ଶ୍ରମିକ ସମାବେଶ ଓ ଖବରଦାତା ସମ୍ମିଳନୀରେ ଏହାର କର୍ମକର୍ତ୍ତା କହିଥିଲେ, ଏଥର ଶେଷ ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କର୍ତ୍ତୃପକ୍ଷଙ୍କ ମନମାନି ନେଇ ଶ୍ରମ ବିଭାଗକୁ ଅବଗତ ସତ୍ତ୍ୱେ ଲାଭ ମିଳିପାରିନି। ଏବେ ନ୍ୟାଶନାଲ କମ୍ପାନୀ ଟ୍ରିବ୍ୟୁନାଲ ଏହିି କାରଖାନାକୁ ଲିକ୍ୟୁଡେଟେଡ ନିଷ୍ପତ୍ତି ନେବା ସହ ଲିକ୍ୟୁଡର ମଧ୍ୟ ନିଯୁକ୍ତି ଦେଇଛନ୍ତି। ଏଭଳି ନିଷ୍ପତ୍ତି ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି କାରାଖାନା ଶ୍ରମିକ। ଲିକ୍ୟୁଡେଟରଙ୍କୁ ସମସ୍ୟା ଅବଗତ କରାଯାଇଛି। ଏପରି ଅବସ୍ଥାରେ ଶ୍ରମିକ କାମ ଓ ବକେୟା ହରାଇବା ଆଶଙ୍କା ପ୍ରକାଶ ପାଇଛି। ସମସ୍ତ ଶ୍ରମିକ ଏକତ୍ରିତ ହୋଇ କାରଖାନା ଚଳାଇବା ଓ ବକେୟା ଦାବିରେ ବଡ଼ ଧରଣର ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସହଯୋଗ କରିବେ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ଜୁଲାଇ ଶେଷ ସୁଦ୍ଧା କାରଖାନା ଚାଲୁ କରିବା ସହ ବକେୟା ପ୍ରଦାନ ଦିଗରେ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ ଅନିବାର୍ଯ୍ୟ ବୋଲି ସଂଗଠନ ପକ୍ଷରୁ ଆବାହକ ହେମନ୍ତ ଜେନା, ଯୁଗ୍ମ ଆବାହକ ଏମ୍‌ଡି ନଦୀମ, ପ୍ରଶାନ୍ତ ପାଢ଼ୀ, ଶରତ ତନ୍ତୀ, ରାଜେଶ କେର୍କେଟା, ସର୍ବେଶ୍ୱର ସାହୁ, ମଙ୍ଗଲ ସିଂ, ନିରାକାର ବେହରା, ଅନୀଲ ଭଞ୍ଜ, ମଞ୍ଜୁର ଅହମ୍ମଦ, ଜ୍ୟୋତିରଞ୍ଜନ ବେହେରା, ମାନସିଦ ଲୁଗୁନ ଏବଂ ଉଦୟ ଓରାମ ପ୍ରମୁଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri