ନିଯୁକ୍ତି ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ବାଲେଶ୍ୱର ଅଫିସ, ୧।୨-ବାଲେଶ୍ୱର ପୌରାଞ୍ଚଳରେ ସଫେଇ କାର୍ଯ୍ୟ ପାଇଁ ଫେବୃୟାରୀ ପହିଲାରୁ ନୂତନ ଠିକାଦାର ନିଯୁକ୍ତି ହୋଇଛନ୍ତି। ଦୀର୍ଘବର୍ଷ ଧରି ପୌର ପରିଷଦ ଓ ଠିକାଦାରମାନଙ୍କ ଅଧୀନରେ କାର୍ଯ୍ୟ କରିଆସୁଥିବା କେତେକ ସଫେଇ କର୍ମଚାରୀଙ୍କୁ ନିଯୁକ୍ତିରୁ ବାହାର କରିଦେବା ପାଇଁ ନୂତନ ଠିକାଦାର ନିଷ୍ପତ୍ତି ନେଇଥିଲେ। ଏହାର ପ୍ରତିବାଦରେ ଶନିବାର ଠିକା ସଫେଇ କର୍ମଚାରୀମାନେ କାମ ବନ୍ଦ କରି ପୌର କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ସଫେଇ କର୍ମଚାରୀଙ୍କ ଦ୍ୱାରା ଉତ୍ତେଜନା ସୃଷ୍ଟି ହେବାରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ସଦର ସହକାରୀ ତହସିଲଦାର ଶତ୍ରୁଘ୍ନ ସେଠୀ ଓ ଏକ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ ହୋଇଥିଲେ।
କଟକର ଠିକା ସଂସ୍ଥା ମଞ୍ଜୁ ସିକ୍ୟୁରିଟି ସର୍ଭିସ୍‌ ଓ ସ୍ବର୍ଣ୍ଣଦେବୀ ଏଣ୍ଟରପ୍ରାଇଜେସ୍‌କୁ ପୌରାଞ୍ଚଳର ୩୧ଟି ୱାର୍ଡ଼କୁ ୫ଟି ଜୋନ୍‌ରେ ବିଭକ୍ତ କରି ସଫେଇ ଦାୟିତ୍ୱ ଦିଆଯାଇଛି। ସଫେଇ କର୍ମଚାରୀ ସଂଘର ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଓ ଏଆଇଟିୟୁସି ଜିଲା ସଭାପତି ଭାଗବତ ପ୍ରତିହାରୀ, ସଂଘର କର୍ମକର୍ତ୍ତା ଓ ଠିକାଦାରଙ୍କ ପ୍ରତିନିଧି ସୌମ୍ୟରଞ୍ଜନ ଦାସ ଓ ଅନୀଲ୍‌ କୁମାର ମହାରଣା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ସରକାର ଏବଂ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଯୋଗଦେଇ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ପୂର୍ବରୁ କାର୍ଯ୍ୟ କରୁଥିବା ସମସ୍ତ ଠିକା ଶ୍ରମିକମାନଙ୍କୁ ନୂତନ ଠିକାଦାରମାନେ ନିଯୁକ୍ତି ଦେବେ। ଶ୍ରମିକମାନେ ସେମାନଙ୍କର ଆବଶ୍ୟକ କାଗଜପତ୍ର ତୁରନ୍ତ ଠିକାଦାରଙ୍କ ନିକଟରେ ଦାଖଲ କରିବେ ଓ ପୂର୍ବପରି କାର୍ଯ୍ୟ କରିବେ। ଅଧିକ ଶ୍ରମିକ ନିଯୁକ୍ତି ଆବଶ୍ୟକ ହେଲେ ଠିକାଦାରମାନେ ନୂତନ ନିଯୁକ୍ତି ଦେଇପାରିବେ। ଠିକାଦାରଙ୍କ ଦ୍ୱାରା ଶ୍ରମିକମାନଙ୍କୁ ପ୍ରଦାନ କରାଯାଉଥିବା ମଜୁରି ଓ ଭବିଷ୍ୟନିଧି ପାଣ୍ଠି ଆଇନ୍‌ଗତ ପ୍ରାପ୍ୟ ଶ୍ରମିକମାନେ ଠିକ୍‌ ଭାବେ ପାଉଛନ୍ତି କି ନାହିଁ ସେଥିପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଧ୍ୟାନ ଦେବାର ନିଷ୍ପତ୍ତି ହୋଇଥିଲା। ପରେ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗଦେଇଥିଲେ। ସଫେଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭଗବାନ ବେହେରା, ମନୋଜ ବେହେରା, ରାଜେଶ ନାୟକ, ଭଗିରଥ ବେହେରା, ରାମ ବେହେରା ପ୍ରମୁଖ ଆଇନ୍‌ଗତ ପ୍ରାପ୍ୟ ପ୍ରଦାନ କଲେ ସଫେଇ କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ପାଇଁ ଜିଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri