ନିମ୍ନମାନର ରାସ୍ତା କାମ, ଉଠିଯାଉଛି ପିଚୁ

ଭଦ୍ରକ ଅଫିସ,୨୪।୨-ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ବଚ୍ଛତାକୁ ନେଇ ବିବାଦ ଲାଗିରହିଛି। ମାସକ ତଳେ ବିଭାଗର ଜଣେ ଡାଟାଏଣ୍ଟ୍ରି ଅପରେଟର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ନିକଟରେ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରୁ ଗିରଫ ହୋଇ ବାଲେଶ୍ୱର ଜେଲ୍‌ରେ। ଏବେ ପୁଣି ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଅଧୀନରେ ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ ଉଠିଛି। ନିର୍ମାଣାଧୀନ ପିଚୁ ରୋଡ୍‌ ଉପରେ ଘାସ ଉଠି ପାର୍କ ସଦୃଶ ହେଲାଣି। ପିଚୁ ପଡ଼ିବାର ୫ ଦିନ ପରେ ହାତରେ ପିଚୁ ଉଠିଯାଉଛି। ଏଭଳି କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିବା ପରେ ବନ୍ଦ ରହିଛି। କାମ ବନ୍ଦ ହେବାର ୭ ଦିନ ବିତିଲାଣି। କିନ୍ତୁ ବିଭାଗୀୟ ଅଧିକାରୀ ଏଯାଏ ଗଁାକୁ ଆସି ରାସ୍ତାର ସ୍ଥିତାବସ୍ଥା, ନିର୍ମାଣାଧୀନ ରାସ୍ତାର ମାନ ଯାଞ୍ଚ କରୁ ନ ଥିବା ଅଭିଯୋଗ ହେଉଛି। ଏଭଳି ଦେଖିବାକୁ ମିଳିଛି ଭଦ୍ରକ ଜିଲା ସଦର ବ୍ଲକ ସରଗଡ଼ିଆଠାରୁ ଚନ୍ଦନପୁର ରାସ୍ତା କ୍ଷେତ୍ରରେ। ଏହି ରାସ୍ତାକାମରେ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।
ପ୍ରକାଶ ଯେ, ୩ କୋଟି ୪୮ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟବରାଦରେ ଏହି ରାସ୍ତା ନିର୍ମାଣ ହେଉଥିଲା। ନିମ୍ନମାନର କାର୍ଯ୍ୟ ଅଭିଯୋଗ କରି ଚନ୍ଦନପୁର ଗ୍ରାମବାସୀଙ୍କ ବିରୋଧ ଯୋଗୁ କାମ ବନ୍ଦ ରହିଛି। ହାତରେ ପିଚୁ ଉଠିଯିବା ଘଟଣା ସୋସିଆଲ ମିଡିଆରେ ଘୂରି ବୁଲୁଛି। ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୋଗ କରିଛନ୍ତି। ରାସ୍ତା ଉପରେ ରୋଲର ନ ଗଡ଼ାଇବା, ବିଭାଗୀୟ ଅଧିକାରୀ ତଦାରଖ ପାଇଁ ସାଇଡ୍‌କୁ ନ ଯିବା, ବିନା ସୂଚନା ଫଳକରେ କାମ କରାଯାଉଥିବା, କଂକ୍ରିଟ ରାସ୍ତା ଭାଙ୍ଗିଯିବା ଏଭଳି ଅନେକ ଅଭିଯୋଗ ଉଠାଇଛନ୍ତି ଚନ୍ଦନପୁର ଗ୍ରାମବାସୀ। କାମ ଆରମ୍ଭରୁ ରାସ୍ତାର ଏଭଳି ଅବସ୍ଥା ଦେଖାଦେଇଥିବାରୁ ରାସ୍ତାର ସ୍ଥାୟିତ୍ୱକୁ ସେମାନେ ପ୍ରଶ୍ନ କରିଛନ୍ତି। ଠିକ୍‌ ମାନର ରାସ୍ତା ମରାମତି କରା ନ ଗଲେ ସେମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୬ ମାସ ପୂର୍ବେ ଏହି ପ୍ରକଳ୍ପରେ କଂକ୍ରିଟ୍‌ କାର୍ଯ୍ୟ ହାତକୁ ନିଆଯାଇଥିଲା। କୋଡଗମ୍ଭୀର ଗଁାରୁ କଂକ୍ରିଟ କାର୍ଯ୍ୟ କରାଗଲା। ଅଧିକ ବାଲିରେ ଅଳ୍ପ ପରିମାଣର ସିମେଣ୍ଟ ଦେଇ ବିନା ମେଟାଲରେ କଂକ୍ରିଟ୍‌ କାର୍ଯ୍ୟ କରାଯାଉଥିଲା। ଏ ନେଇ ଅଭିଯୋଗକୁ ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀ କେହି କର୍ଣ୍ଣପାତ କରି ନ ଥିଲେ। ଫଳରେ ୨କି.ମି. ୪ଶହ ମିଟର କଂକ୍ରିଟ୍‌ କାମ ଅତି ନିମ୍ନମାନର ହୋଇଛି। କାମ ନ ସରୁଣୁ ଏବେ କଂକ୍ରିଟ୍‌ ଫାଟି ଅଁା କରିଛି ତ କେଉଁଠି ଦବି ଗଲାଣି। ଏବେ ବିନା କମ୍ପ୍ରେସର୍‌ ମେଶିନ, ରୋଲରରେ ପିଚୁ କାମ ଆରମ୍ଭ ହେଲା। ପଙ୍କମିଶା ମାଟିକୁ ରାସ୍ତାରେ ବିଛା ଯାଇଥିବାରୁ ରାସ୍ତାରେ ଘାସ ଉଠିଗଲାଣି। ଏଭଳି ନିମ୍ନମାନର ଯୋଗୁ ରାସ୍ତା ମାତ୍ର ୨ବର୍ଷ ବି ଯିବା କଷ୍ଟକର ବୋଲି ଗଁାର ସାମାଜିକ କର୍ମୀ ବିଶ୍ୱନାଥ ମହାରଣା, ଗୋପାଳକୃଷ୍ଣ ଜେନା, ପ୍ରଦୀପ ଜେନା, ଗଙ୍ଗାଧର ମହାରଣା, ହରିହର ପାଣି, ମଧୁସୂଦନ କର ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଯନ୍ତ୍ରୀ ସତ୍ୟ ନାୟକଙ୍କୁ ପଚାରିବାରୁ ଉକ୍ତ ରାସ୍ତା କାମ ବନ୍ଦ କରାଯାଇଛି, ମାନ ଯାଞ୍ଚ ପରେ ପୁଣି ଥରେ କାମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri