ନିମ୍ନମାନର ରାସ୍ତା କାମ, ଉଠିଯାଉଛି ପିଚୁ

ଭଦ୍ରକ ଅଫିସ,୨୪।୨-ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ବଚ୍ଛତାକୁ ନେଇ ବିବାଦ ଲାଗିରହିଛି। ମାସକ ତଳେ ବିଭାଗର ଜଣେ ଡାଟାଏଣ୍ଟ୍ରି ଅପରେଟର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ନିକଟରେ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରୁ ଗିରଫ ହୋଇ ବାଲେଶ୍ୱର ଜେଲ୍‌ରେ। ଏବେ ପୁଣି ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଅଧୀନରେ ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ ଉଠିଛି। ନିର୍ମାଣାଧୀନ ପିଚୁ ରୋଡ୍‌ ଉପରେ ଘାସ ଉଠି ପାର୍କ ସଦୃଶ ହେଲାଣି। ପିଚୁ ପଡ଼ିବାର ୫ ଦିନ ପରେ ହାତରେ ପିଚୁ ଉଠିଯାଉଛି। ଏଭଳି କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିବା ପରେ ବନ୍ଦ ରହିଛି। କାମ ବନ୍ଦ ହେବାର ୭ ଦିନ ବିତିଲାଣି। କିନ୍ତୁ ବିଭାଗୀୟ ଅଧିକାରୀ ଏଯାଏ ଗଁାକୁ ଆସି ରାସ୍ତାର ସ୍ଥିତାବସ୍ଥା, ନିର୍ମାଣାଧୀନ ରାସ୍ତାର ମାନ ଯାଞ୍ଚ କରୁ ନ ଥିବା ଅଭିଯୋଗ ହେଉଛି। ଏଭଳି ଦେଖିବାକୁ ମିଳିଛି ଭଦ୍ରକ ଜିଲା ସଦର ବ୍ଲକ ସରଗଡ଼ିଆଠାରୁ ଚନ୍ଦନପୁର ରାସ୍ତା କ୍ଷେତ୍ରରେ। ଏହି ରାସ୍ତାକାମରେ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।
ପ୍ରକାଶ ଯେ, ୩ କୋଟି ୪୮ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟବରାଦରେ ଏହି ରାସ୍ତା ନିର୍ମାଣ ହେଉଥିଲା। ନିମ୍ନମାନର କାର୍ଯ୍ୟ ଅଭିଯୋଗ କରି ଚନ୍ଦନପୁର ଗ୍ରାମବାସୀଙ୍କ ବିରୋଧ ଯୋଗୁ କାମ ବନ୍ଦ ରହିଛି। ହାତରେ ପିଚୁ ଉଠିଯିବା ଘଟଣା ସୋସିଆଲ ମିଡିଆରେ ଘୂରି ବୁଲୁଛି। ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୋଗ କରିଛନ୍ତି। ରାସ୍ତା ଉପରେ ରୋଲର ନ ଗଡ଼ାଇବା, ବିଭାଗୀୟ ଅଧିକାରୀ ତଦାରଖ ପାଇଁ ସାଇଡ୍‌କୁ ନ ଯିବା, ବିନା ସୂଚନା ଫଳକରେ କାମ କରାଯାଉଥିବା, କଂକ୍ରିଟ ରାସ୍ତା ଭାଙ୍ଗିଯିବା ଏଭଳି ଅନେକ ଅଭିଯୋଗ ଉଠାଇଛନ୍ତି ଚନ୍ଦନପୁର ଗ୍ରାମବାସୀ। କାମ ଆରମ୍ଭରୁ ରାସ୍ତାର ଏଭଳି ଅବସ୍ଥା ଦେଖାଦେଇଥିବାରୁ ରାସ୍ତାର ସ୍ଥାୟିତ୍ୱକୁ ସେମାନେ ପ୍ରଶ୍ନ କରିଛନ୍ତି। ଠିକ୍‌ ମାନର ରାସ୍ତା ମରାମତି କରା ନ ଗଲେ ସେମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଗ୍ରାମବାସୀ ଅଭିଯୋଗ କରିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୬ ମାସ ପୂର୍ବେ ଏହି ପ୍ରକଳ୍ପରେ କଂକ୍ରିଟ୍‌ କାର୍ଯ୍ୟ ହାତକୁ ନିଆଯାଇଥିଲା। କୋଡଗମ୍ଭୀର ଗଁାରୁ କଂକ୍ରିଟ କାର୍ଯ୍ୟ କରାଗଲା। ଅଧିକ ବାଲିରେ ଅଳ୍ପ ପରିମାଣର ସିମେଣ୍ଟ ଦେଇ ବିନା ମେଟାଲରେ କଂକ୍ରିଟ୍‌ କାର୍ଯ୍ୟ କରାଯାଉଥିଲା। ଏ ନେଇ ଅଭିଯୋଗକୁ ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀ କେହି କର୍ଣ୍ଣପାତ କରି ନ ଥିଲେ। ଫଳରେ ୨କି.ମି. ୪ଶହ ମିଟର କଂକ୍ରିଟ୍‌ କାମ ଅତି ନିମ୍ନମାନର ହୋଇଛି। କାମ ନ ସରୁଣୁ ଏବେ କଂକ୍ରିଟ୍‌ ଫାଟି ଅଁା କରିଛି ତ କେଉଁଠି ଦବି ଗଲାଣି। ଏବେ ବିନା କମ୍ପ୍ରେସର୍‌ ମେଶିନ, ରୋଲରରେ ପିଚୁ କାମ ଆରମ୍ଭ ହେଲା। ପଙ୍କମିଶା ମାଟିକୁ ରାସ୍ତାରେ ବିଛା ଯାଇଥିବାରୁ ରାସ୍ତାରେ ଘାସ ଉଠିଗଲାଣି। ଏଭଳି ନିମ୍ନମାନର ଯୋଗୁ ରାସ୍ତା ମାତ୍ର ୨ବର୍ଷ ବି ଯିବା କଷ୍ଟକର ବୋଲି ଗଁାର ସାମାଜିକ କର୍ମୀ ବିଶ୍ୱନାଥ ମହାରଣା, ଗୋପାଳକୃଷ୍ଣ ଜେନା, ପ୍ରଦୀପ ଜେନା, ଗଙ୍ଗାଧର ମହାରଣା, ହରିହର ପାଣି, ମଧୁସୂଦନ କର ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଯନ୍ତ୍ରୀ ସତ୍ୟ ନାୟକଙ୍କୁ ପଚାରିବାରୁ ଉକ୍ତ ରାସ୍ତା କାମ ବନ୍ଦ କରାଯାଇଛି, ମାନ ଯାଞ୍ଚ ପରେ ପୁଣି ଥରେ କାମ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri