ନିମ୍ନମାନର ଚାଉଳ ବଣ୍ଟନ: ହିତାଧିକାରୀ ଫେରାଇଲେ

ଲୋଇସିଂହା,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ୍‌ ଚାଉଳ ହିତାଧିକାରୀଙ୍କୁ ଗୁରୁବାର ବଣ୍ଟନ କରାଯାଉଥିଲା। ପିଡିଏସ୍‌ ଚାଉଳ ନିମ୍ନମାନର ଜାଣିବା ପରେ ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ପଞ୍ଚାୟତ କର୍ତ୍ତୃପକ୍ଷ ବଣ୍ଟନ ଚାଉଳକୁ ଫେରାଇ ନେବା ସହ ବଣ୍ଟନ କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲେ। ପ୍ରାପ୍ତମତେ, ଗୁରୁବାରଠାରୁ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ ଚାଉଳ ବଣ୍ଟନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଲୋଇସିଂହା ବସ୍ତିର ହିତାଧିକାରୀ ଆସି ଚାଉଳ ନେଇଥିଲେ। ହେଲେ କେତେକ ହିତାଧିକାରୀ ପ୍ୟାକେଟ ଖୋଲିବା ପରେ ଲାଲ ଓ ଧଳା ବର୍ଣ୍ଣର ମିଶ୍ରିତ ଚାଉଳ ବାହାରି ଥିଲା। ଏପରିକି କେତେକଙ୍କ ପ୍ୟାକେଟରୁ ଦୁଗର୍ନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ହିତାଧିକାରୀମାନେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କୁ ଉକ୍ତ ଚାଉଳ ଦେଖାଇଥିଲେ। ହେଲେ ବିଡିଓ କାର୍ଯ୍ୟାଳୟରେ ନଥିବାରୁ ଫେରି ଆସି ବ୍ଲକ ସହକାରୀ ଯୋଗାଣ ଅଧିକାରୀ ସୌମ୍ୟ ମହାନନ୍ଦଙ୍କୁ ଚାଉଳ ଦେଖାଇଥିଲେ। ଯୋଗାଣ ଅଧିକାରୀ ନିମ୍ନମାନର ଚାଉଳ ହୃଦବୋଧ କରି ବଣ୍ଟନ ଚାଉଳ ଫେରସ୍ତ ରଖିବାକୁ ପଞ୍ଚାୟତ ଯୋଗାଣ ସହାୟକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଷ୍ଟକ ଚାଉଳ ବଣ୍ଟନ ବନ୍ଦ କରିବାକୁ କହିଥିଲେ। ଚଳିତ ଥର ଆସିଥିବା ଚାଉଳକୁ ଫେରସ୍ତ କରି ନୂଆ ଚାଉଳ ଆସିଲା ପରେ ବଣ୍ଟନ କରାଯିବ ବୋଲି ବ୍ଲକ ସହକାରୀ ଯୋଗାଣ ଅଧିକାରୀ ମହାନନ୍ଦ କହିଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଫଟୋକୁ ହଟାଇଦେଲା ପାକିସ୍ତାନ: ଲଜ୍ଜଜନକ କାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୧।୯: ପାକିସ୍ତାନ ପୁଣି ଥରେ ବିଶ୍ୱ ସମ୍ମୁଖରେ ଏକ ଲଜ୍ଜାଜନକ ମନୋଭାବ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ SCO ଶିଖର ସମ୍ମିଳନୀ ୨୦୨୬ ଗ୍ରୁପ ଫଟୋରୁ…

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ! ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା, ସନ୍ଦେହଜନକ ଅବସ୍ଥାରେ…

କୋଲକାତା,୧।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀଙ୍କ ଆତ୍ମହତ୍ୟା। ତାଙ୍କର ମୃତଦେହ ମଙ୍ଗଳବାର ବୀରଭୂମ ଜିଲାର ରାମପୁରହାଟରେ ରହସ୍ୟଜନକ ପରିସ୍ଥିତିରେ ଉଦ୍ଧାର ହୋଇଥିବା ପୋଲିସ କହିଛି। ମୃତକଙ୍କ…

ବକ୍ରୀରୁ ମାର୍ଗୀ ହେବେ ଶନି: ଏହି ୪ ରାଶିଙ୍କୁ ଛପରଫାଡ଼ି ଧନ ଦେବେ ଶନି! ଚାକିରିରେ ପ୍ରମୋଶନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଦେବ ବର୍ତ୍ତମାନ ବକ୍ରୀ ଅବସ୍ଥାରେ ଗତି କରୁଛନ୍ତି। ୨୭ ଜୁଲାଇ ୨୦୨୬ରୁ ଶନି ବକ୍ରୀ ଚଳନରେ ଥିବା ବେଳେ ୧୧ ଡିସେମ୍ବରରେ…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ମୟୂରଭଞ୍ଜ ପ୍ରବଳରୁ ଅତି ପ୍ରବଳ ବର୍ଷା: ଉପୁଜିଲା ବନ୍ୟା ଆଶଙ୍କା

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଜିଲାର ବିଭିନ୍ନ ବ୍ଲକ ସମେତ ଶିମିଳିପାଳର ବିଭିନ୍ନ ସ୍ଥାନରେ ସୋମବାର ସକାଳ…

ୟୁଟର୍ନ ନେଲା CJP: ସୁପ୍ରିମକୋର୍ଟରେ କହିଲା ଏହି କଥା, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧।୯: କକରୋଚ ଜନତା ପାର୍ଟି (CJP) ସେପ୍ଟେମ୍ବର ୫ରେ ଦିଲ୍ଲୀରେ ହେବାକୁ ଥିବା ମାର୍ଚ୍ଚକୁ ପ୍ରତ୍ୟାହାର କରିନେଇଛି। ମଙ୍ଗଳବାର (୧ ସେପ୍ଟେମ୍ବର) ସୁପ୍ରିମକୋର୍ଟରେ ଶୁଣାଣି ସମୟରେ CJPର…

ଚାଞ୍ଚଲ୍ୟ…ସିଗାରେଟ୍ ଜଳାଇବାକୁ ମାଗିରେ ଦିଆସିଲି, ମନା କରିବାରୁ….

ନୂଆଦିଲ୍ଲୀ,୧।୯: ଦିଆସିଲି ମାଗିବାକୁ ନେଇ ଆରମ୍ଭ ହୋଇଥିବା ସାମାନ୍ୟ ବଚସା ଶେଷରେ ନେଇଗଲା ଜଣଙ୍କ ଜୀବନ। ଆନ୍ଧ୍ରପ୍ରଦେଶର ବାପଟଲା ଜିଲା ବେମୁରୁ ମଣ୍ଡଳର ୱେଲାବାଡୁ ଗାଁରେ ଘଟିଛି…

ଖାଦ୍ୟ ଖୋଜି ଗାଁରେ ଭାଲୁ! ରାତି ଅଧରେ ମନ୍ଦିରରେ ପଶି ନେଇଗଲା ଘିଅ ଡବା, ଭୟରେ ଗ୍ରାମବାସୀ

ନବରଙ୍ଗପୁର,୧।୯(ସଦାଶିବ ପ୍ରହରାଜ): ଭାଲୁ ଖୋଜୁଛି ଖାଦ୍ୟ ଠିକଣା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଜନ ବସତି ମୁହାଁ ଭାଲୁ । ନବରଙ୍ଗପୁର ଜିଲା ତେନ୍ତୁଳୀଖୁଣ୍ଟି ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri