ନିମାପଡ଼ାକୁ ଫେରିଲେ ୨୪୫ ପ୍ରବାସୀ

ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏ ନେଇ କେତେଟା ନିୟମ କୋହଲ କରାଯାଇଥିବାବେଳେ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ଟ୍ରେନ, ବସ୍‌ ଯୋଗେ ବହୁ ସଂଖ୍ୟାରେ ଫେରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ନିମାପଡ଼ା ଅଞ୍ଚଳକୁ ସୋମବାର ସୁଦ୍ଧା ୨୪୫ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଗତ ରବିବାର ଓ ସୋମବାର ପ୍ରାୟ ୬୦ଜଣ ପ୍ରବାସୀ ଗୁଜରାଟର ସୁରଟ, କୋଲକତା, କେରଳ, ହାଇଦ୍ରାବାଦ, ତେଲଙ୍ଗାନା, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ଅହମଦାବାଦ, ହାଇଦ୍ରାବାଦରୁ ଆସିଥିବା ଜଣାପଡ଼ିଛି। ଫେରିଥିବା ସମସ୍ତ ପ୍ରବାସୀଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଡ଼ିରେ ନେଇ ଭିଲିଗ୍ରାମ, ମିଟେଇପୁର, ବଡ଼ମାଛପୁର, ବାମନାଳ, ନୂଆସନ୍ଥ, ବାହାରେଣା, ସଲଙ୍ଗ, ବଡ଼ଶିରୁଳା, ଛଣିଜଙ୍ଗ ସମେତ ୩୦ଟି ପଞ୍ଚାୟତ ଓ ଏନଏସିର ସରକାରୀ କ୍ୱାରାଣ୍ଟାଇନଗୁଡ଼ିକରେ ରଖାଯାଇଥିବା ବିଡିଓ ମନୋଜ କୁମାର ବେହେରା କହିଛନ୍ତି। ପୁରୀରେ ଦୁଇଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ବାହାର ରାଜ୍ୟରୁ ଫେରନ୍ତା ପ୍ରବାସୀଙ୍କ ପାଇଁ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଯାଇଥିବାବେଳେ ନିମାପଡ଼ାବାସୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିମାପଡ଼ାରୁ ୧୨୧ଜଣ ପ୍ରବାସୀଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ୬୦ଜଣଙ୍କ ରିପୋର୍ଟ ନେଗେଟିଭ ଥିବାବେଳେ ବାକି ଥିବା ସ୍ବାବର ରିପୋର୍ଟ ଆସି ନ ଥିବା ବିଡିଓ ବେହେରା, ନିମାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା.କ୍ଷମାନିଧି ସେଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା, ସବୁ ଦେଖି ବନ ବିଭାଗ ଚୁପ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛରେ ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା କରାଯାଉଛି। ବିଭିନ୍ନ ସରକାରୀ ବେସରକାରୀ…

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

ଅଫୁଟା ବାଣରେ ନିଆଁ ଲଗାଉଥିଲେ ୩ ପିଲା, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର…

ଟ୍ରମ୍ପଙ୍କ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ: ପର୍ଯ୍ୟବେକ୍ଷକ ଭାବେ ସାମିଲ ହେଲା ଭାରତ

ୱାଶିଂଟନ,୨୦।୨: ଓ୍ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ସଂଗଠନ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁଠାରୁ ବଡ଼ ଖବର ହେଉଛି, ଭାରତ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri