ନିବେଶକଙ୍କୁ ୧୪.୨୨ ଲକ୍ଷ କୋଟି କ୍ଷତି

 

ନୂଆଦିଲ୍ଲୀ,୨୪-୩: କରୋନା ପ୍ରଭାବରେ ଭାରତୀୟ ପୁଞ୍ଜି ବଜାର କାରବାର ଲଗାତାର ଭାବେ ଖସୁଥିବା ବେଳେ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନିବେଶକଙ୍କୁ ରେକର୍ଡ ସ୍ତର ୧୪.୨୨ ଲକ୍ଷ କୋଟି କ୍ଷତି ହୋଇଛି। କରୋନା ଯୋଗୁ ଷ୍ଟକ ବଜାରକୁ ଝଟକା ଲାଗିବା ଫଳରେ ସେନ୍‌ସେକ୍ସ ୧୩.୧୫% ଖସିଯାଇଛି। ଏହା ଫଳରେ ନିବେଶକଙ୍କୁ ପ୍ରଥମ ଘଣ୍ଟା ଟ୍ରେଡରେ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। କରୋନାର ପ୍ରଭାବ ଭାରତୀୟ ବଜାର ଉପରେ ବଢି ଚାଲିଥିବା ଯୋଗୁ ଏହା ଫଳରେ ନିବେଶକଙ୍କ ମନୋଭାବ କ୍ଷତିଗ୍ରସ୍ତ ହୋଇଛି। ବିଏସ୍‌ଇର ସୂଚୀଭୁକ୍ତ କମ୍ପାନୀଗୁଡିକ ବଜାର ପୁଞ୍ଜୀକରଣ ୧୪.୨୨ ଲକ୍ଷ କୋଟି କମିଯାଇଛି। କେବଳ ୪୫ ମିନିଟ ଟ୍ରେଡିଂରେ ଏଭଳି ସାଂଘାତିକ ସ୍ଥିତି ଉପୁଜିଥିବା ଜଣାପଡିଛି। ସୋମବାର ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୩୯୩୪.୭୨ ପଏଣ୍ଟ ବା ୧୩.୧୫% ଖସିଛି। ଫଳରେ ସେନ୍‌ସେକ୍ସ କାରବାର ୨୫,୯୮୧.୨୪ପଏଣ୍ଟକୁ ଖସିଛି। ଏହାକୁ ଲୋୟର ସର୍କିଟ ଲିମିଟ ବୋଲି କୁହାଯାଉଛି। ସେହିଭଳି ନିଫ୍ଟି କାରବାର ୧,୧୩୫ ପଏଣ୍ଟ ୧୨.୯୮% ଖସିବା ଯୋଗୁ ଏହା ୭୬୧୦.୨୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ଏହି ସମୟରେ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସର ଶେୟାର କାରବାର ଅତ୍ୟଧିକ କ୍ଷତି ହୋଇଛି। ସେହିଭଳି ସମସ୍ତ ସେକ୍ଟରାଲ ସୂଚୀଗୁଡିକର କାରବାର ମଧ୍ୟ କ୍ଷତି ସହିଛନ୍ତି। ଏହି ବର୍ଗରେ ବ୍ୟାଙ୍କ, ରିୟଲିଟି ଏବଂ ଫାଇନାନ୍ସ ରହିଛନ୍ତି। ଏହି ସମୟରେ ଆର୍‌ଆଇଏଲ୍‌ କାରବାର ୧୧.୫୭% ଖସିଥିବା ବେଳେ ଟିସିଏସ୍‌ କାରବାର ୫.୮୪% ଖସି ଯାଇଛି। ଦିନ ମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ଟଙ୍କା ଖସି ୭୬.୧୦ ଟଙ୍କା ଛୁଇଁଥିଲା। କେବଳ ଭାରତୀୟ ବଜାର ନୁହେଁ ବିଶ୍ୱ ସ୍ତରର ଶେୟାର ବଜାରଗୁଡିକ ମଧ୍ୟ କରୋନା ଲାଗି କାରବାର ଗଭୀର କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱ ସ୍ତରରେ ବିଭିନ୍ନ ଦେଶ ମଧ୍ୟ ଲକ୍‌ଡାଉନ ଘୋଷଣା କରିଛନ୍ତି। ଚାଇନା, ହଂକଂ ଏବଂ ଦକ୍ଷିଣ କୋରିଆର ଶେୟାର ବଜାର କାରବାର ୫% ଖସିଛି। ଏହାବାଦ ଜାପାନ ଶେୟାର ବଜାର କାରବାର ସକରାତ୍ମକ ରହିଥିବା ବେଳେ ୟୁରୋପ ବଜାରର କାରବାର ୪% ଖସି ଯାଇଛି। ଏହି ସମୟରେ ବ୍ରେଣ୍ଟ କ୍ରୁଡ ପ୍ରାୟ ୫.୩୦% ଖସିଥିବା ବେଳେ ଏହା ବ୍ୟାରେଲ ପିଛା ୨୫.୫୫ ଡଲାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ଉନ୍ନତ ଡାଇଗ୍ନୋଷ୍ଟିକ୍‌ ସେବା ଯୋଗାଇବେ ନ୍ୟୁବର୍ଗ-ପ୍ରୋଲାଇଫ୍‌

ଭୁବନେଶ୍ୱର, ୨୪ା୯(ସନ୍ତୋଷ କୁମାର ବେହେରା): ଦେଶର ଅଗ୍ରଣୀ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ସମଗ୍ର ଓଡ଼ିଶାରେ ଉଚ୍ଚମାନର ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

ପାଖରେ ରଖନ୍ତୁ କ୍ୟାସ୍‌, ଏହି ଦିନ ଦେଶରେ ବନ୍ଦ ରହିବ UPI! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୪।୯: ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?