Posted inଫୁରସତ

ନିଜ ମୃତ୍ୟୁ ପ୍ରମାଣପତ୍ର ନେଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲେ ଯୁବକ

ହାପୁଡ: କୁହାଯାଏ ପେଟ ପାଇଁ ସବୁ ନାଟ। ଏଭଳି ଏକ ନାଟ ଦେଖିବାକୁ ମିଳଛି ଉତ୍ତରପ୍ରଦେଶ ହାପୁଡ଼ ଜିଲାରେ । ବଡ଼ଭାଇଙ୍କ ନାଁରେ ସାନ ଭାଇ ଚାକିରି କରିବା ଓ ସାନଭାଇର ମୃତ୍ୟୁ ପରେ ବଡ଼ଭାଇଙ୍କ ମୃତ୍ୟୁ ପ୍ରମାଣପତ୍ର ମାଧ୍ୟମରେ କ୍ଷତିପୂରଣ ପାଇବା ପାଇଁ ଦାବି କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୋତବାଲି ଅଞ୍ଚଳରେ ମୋହଲ୍ଲା ଗାନ୍ଧୀ ବିହାରରେ ସପରିବାର ରହନ୍ତି ଅନୁଜ ଶର୍ମା। ତାଙ୍କ ସାନଭାଇ ରାହୁଲ। ଅନୁଜଙ୍କର ସବୁ ଶିକ୍ଷାଗତ ପ୍ରମାଣପତ୍ର ନେଇ ତାଙ୍କ ନାମରେ ରାହୁଲ ହୋମଗାର୍ଡରେ ଚାକିରି କରିଥିଲେ। ଚାକିରିର ସବୁ କାଗଜପତ୍ରରେ ରାହୁଲ କିନ୍ତୁ ତାଙ୍କ ସ୍ତ୍ରୀଙ୍କ ନାମ ରଖିଥିଲେ। ୮ ଏପ୍ରିଲ , ୨୦୧୮ରେ ମେରଠ ରୋଡ୍‌ରେ କାର୍ଯ୍ୟରତ ରାହୁଲଙ୍କର ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ହେବାପରେ ତାଙ୍କ ପରିବାର ଥାନାରେ ଏକ କେସ୍‌ ଦାଏର କରିଥିଲେ। ସେଥିରେ ପରିବାରର ଲୋକେ ମୃତକଙ୍କ ନାମ ରାହୁଲ ବଦଳରେ ଅନୁଜ ବୋଲି ଉଲ୍ଲେଖ କରିଥିଲେ। କାଗଜ ପତ୍ରରେ ଅନୁଜଙ୍କୁ ମୃତକ ବୋଲି ଦର୍ଶାଯିବା ପରେ ରାହୁଲଙ୍କ ସ୍ତ୍ରୀ କ୍ଷତିପୂରଣ ବାବଦ ଅର୍ଥ ହଡପ କରିବା ସକାଶେ ବାପଘର ପରାମର୍ଶରେଜୀବିତ ଦେଡ଼ଶୁର ଅନୁଜଙ୍କ ନାମରେ ଅନ୍‌ଲାଇନ ଜରିଆରେ ଜାଲ୍‌ ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ କରିଥିଲେ। ପରେ ସେ ଏହାକୁ ନେଇ ଜିଲା ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ଟଙ୍କା ପାଇବାକୁ ଦାବି କରିବା ପରେ ଅନୁଜ ପୋଲିସ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ସବୁ ଜଣାଇଦେଇଛନ୍ତି। ଏହାପରେ ଘଟଣାର ରହସ୍ୟ ପଦାକୁ ଆସିବା ପରେ ଏହା ଉପରେ ତଦନ୍ତ ଲାଗି ଏକ କମିଟି ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri