ନିଆରା ରଜପାନ

ରଜପାନର ସ୍ବାଦ ସତରେ ନିଆରା। ଏହି ପର୍ବରେ ଭଳିକି ଭଳି ଭିନ୍ନ ସ୍ବାଦର ପାନ ଖୋର୍ଦ୍ଧା ଜିଲା ସାରୁଅ ବଜାରରେ ଗ୍ରାହକଙ୍କର ମନ ମୋହିଥାଏ। ଗୀତର ତାଳେ ତାଳେ ପାନ ଭଙ୍ଗାର ତରିକା ଗ୍ରାହକଙ୍କୁ ଦୋକାନୀ ପାଖକୁ ଟାଣି ଆଣିଥାଏ। ପୋଡ଼ପିଠାର ଚାହିଦା ପରି ପାନର ଚାହିଦା ବି ଏଠାରେ କମ୍‌ ନ ଥାଏ ।

ତ୍କଳୀୟ ସଂସ୍କୃତି ଓ ପରମ୍ପରାର ଗଣପର୍ବ ରଜ। ଗାଁଠାରୁ ସହର ଯାଏଁ ସବୁଠି ଲାଗି ରୁହେ ରଜରେ ମିଠାର ଅନୁଭୂତି। ଝିଅବୋହୂ ମିଳିତ ହୋଇ ପିଠାପଣା ଓ ରଜ ପାନ ଖାଇ ବିଭିନ୍ନ ପଲ୍ଲୀଗୀତ ଗାଇ ଦୋଳି ଖେଳି ରଜ ପାଳନ କରିଥାନ୍ତି। ତେବେ ରଜ ଅବସରରେ ଏବେ ପାନର ଚାହିଦା ବଢ଼ିବାରେ ଲାଗିଛି। ରଜ ପାନର ସ୍ବତନ୍ତ୍ରତା ରହୁଛି। ପାନ ଖାଇବା ଓ ନ ଖାଇବା ଲୋକ ମଧ୍ୟ ରଜ ପାନ ଖାଇ ମଜା ଉଠାଇଥାନ୍ତି। ପୂର୍ବେ ଘରେ, ଖଟିରେ ପାନ କେବଳ ଭଙ୍ଗାଯାଉଥିଲା। ଏବେ ରଜ ଆସିଲେ ଖୋର୍ଦ୍ଧା ନିକଟସ୍ଥ ସାରୁଅ ବଜାରରେ ପ୍ରାୟ ୨୫ ବର୍ଷ ଧରି ପସରା ପଡୁଛି। ସାରୁଅ ବଜାର ଦେଇ ଗଲାବେଳେ ପାନର ପସରା ଦେଖି ଗାଡି, ବାଇକ୍‌, ସାଇକେଲ ଓ ପାଦ ଚଲା ଲୋକ ଅଟକିଯାଏ ରଜ ପାନ କିଣିବା ପାଇଁ। ତେବେ ରଜ ବଜାରରେ ମିଠା ପାନର ଚାହିଦା ଅଧିକ ରହୁଛି। ସାରୁଅ ବଜାରରେ ଅକ୍ଷୟ ଭାଇନା, ମୂଷା ଭାଇନାଙ୍କ ପରି ୧୫ ଦୋକାନ ଗଢ଼ି ଉଠିଛି। ପୂର୍ବରୁ ଏଠାରେ ୭ଟି ପାନଦୋକାନ ଥିବାବେଳେ ରଜ ଉପଲକ୍ଷେ ନୂଆ ୮ଟି ଖୋଲିଛି। ସବୁ ବେଳେ ଏଠାରେ ମିଠାପତ୍ର ବନାରାସୀ ପାନ ବିକ୍ରି ହୁଏ। ତେବେ ରଜକୁ ଦୃଷ୍ଟିରେ ରଖି ଏଠାରେ ସ୍ବତନ୍ତ୍ର ଭାବେ ରଜପାନ ପ୍ରସ୍ତୁତ କରାଯାଏ। ଏଥିପାଇଁ ରଜର ୧୦ଦିନ ପୂର୍ବରୁ କଲିକତା ଯାଇ ମିଠା ପାନ ପତ୍ର ସାଙ୍ଗକୁ ମିଠା ପାନ ମସଲା ଆଣିବାକୁ ପଡିଥାଏ। ଦୋକାନ ଆଗରେ ଗୁଲକନ୍‌, ଚେରୀ, ଜେଲି ଆଦି ୮୦ ପ୍ରକାରର ମିଠା ମସଲା ସଜେଇ ହୋଇ ରହିଛି। ଗୋଟା ପାନରେ ଚନ୍ଦନ, ଧଳା ଖଇର ମାରି ଭଜା ଓ ପାତି ଗୁଆ, ଛୁଞ୍ଚି ଗୁଆ, ପ୍ରସାଦ, ନିଲମ, ଚଟଣୀ, ଲବଙ୍ଗ, ଗୁଜୁରାତି ଓ ହୀରାମୋତି ପରି ମସଲା ପଡୁଛି। ଲବଙ୍ଗ ପାନ, ତ୍ରିଭୁଜ ପାନ, ପୋଡପିଠା ପାନ, ଫାୟାର ପାନ ପରି ନଁା ଅନୁଯାୟୀ ଭିନ୍ନ ଭିନ୍ନ ମସଲା ପଡୁଛି। ସବୁ ପାନର ସ୍ବାଦ ମଧ୍ୟ ଅଲଗା। ଦୋକାନୀଙ୍କ ହାତକୁ ମଧ୍ୟ ଫୁରସତ ନ ଥାଏ। ବର୍ଷର ୪ ଦିନ ଏଠାରେ ରଜ ପାନ ମିଳିଥାଏ। ପ୍ରତି ବ୍ୟବସାୟୀ ରଜ ପାନରେ କେବଳ ୧୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଥାନ୍ତି। ଚଳିତବର୍ଷ ଭଲ ବ୍ୟବସାୟ ଆଶା ରଖି ପାନ ବିକ୍ରି ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରର ଗୁରୁଜଙ୍ଗରେ ସନ୍ତୋଷ ପାଇକରାୟ, ଖୋର୍ଦ୍ଧା ବଜାର ଷ୍ଟେଟବ୍ୟାଙ୍କ ଛକ ଭରତ ପଟ୍ଟନାୟକ, ସମବାୟ ଛକରେ ସତ୍ୟନାରାୟଣ ସାହୁ, ଗାନ୍ଧୀ ମାର୍କେଟ ଛକରେ ଲୁନା ସାହୁ, ମ୍ୟୁନିସିପାଲିଟି ରୋଡ ରବି ଜେନାଙ୍କ ଦୋକାନରେ ରଜ ପାନ ମଧ୍ୟ ମିଳୁଛି।
ଲୋକନାଥ ମିଶ୍ର, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri