ନାଲ୍‌କୋ ହସ୍ପିଟାଲରେ ଡାକ୍ତର ଅଭାବ: ୫ ବର୍ଷ ହେଲା ନାହାନ୍ତି ଅସ୍ଥିଶଲ୍ୟ ବିଶେଷଜ୍ଞ

ବଅଁରପାଳ, ୨୭।୪ (ଡି.ଏନ୍‌.ଏ.)- ନବରତ୍ନ ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ହସ୍ପିଟାଲରେ ଲାଗି ରହିଛି ଡାକ୍ତର ଅଭାବ ସମସ୍ୟା। ଦୀର୍ଘ ଦିନ ହେଲା ଏଠାରେ ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ଖାଲିପଡିଥିବାରୁ ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ସମସ୍ୟା ଭୋଗୁଛନ୍ତି। ବିଶେଷ କରି ଏହି ଅଞ୍ଚଳରେ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ପାଇଁ ଡାକ୍ତର ନାହାନ୍ତି। ଦୁର୍ଘଟଣାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଅସ୍ଥିଶଲ୍ୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ୫ ବର୍ଷ ହେବ ଡାକ୍ତର ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ନାଲ୍‌ାକୋ ହସ୍ପିଟାଲରେ ପ୍ରକଳ୍ପ କର୍ମଚାରୀମାନଙ୍କ ସହ ସେମାନଙ୍କ ପରିବାର ଓ ପାରିପାର୍ଶ୍ୱିକ ଅଞ୍ଚଳର ଲୋକେ ନିର୍ଭର କରନ୍ତି। ହେଲେ ଏଠାରେ ଦୈନିକ ଆସୁଥିବା ରୋଗୀଙ୍କ ତୁଳନାରେ ଡାକ୍ତର ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେଲା ବହୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ହୋଇପାରୁନାହିଁ। ନାଲ୍‌କୋ ପ୍ଲାଣ୍ଟ ସମେତ ଆଖପାଖ ଅଞ୍ଚଳରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ହେଲେ ଅସ୍ଥିଶଲ୍ୟ ପରି ବିଭାଗରେ ଡାକ୍ତର ନ ଥିବାରୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଏଠାରେ ଚିକିତ୍ସା ହୋଇପାରୁନି। ଚର୍ମ, ସ୍ନାୟୁ ଆଦି ବିଭାଗରେ ମଧ୍ୟ ଡାକ୍ତର ନାହାନ୍ତି। ୨ ଜଣ ଶିଶୁ ବିଶେଷଜ୍ଞଙ୍କ ବଦଳରେ ଜଣେ ରହିଥିବାବେଳେ ସେ ହସ୍ପିଟାଲରେ ଡିଜିଏମ୍‌ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ୨ ସର୍ଜରୀ ଡାକ୍ତରଙ୍କ ବଦଳରେ ଜଣେ, ୨ ଚକ୍ଷୁ ବିଭାଗ ଡାକ୍ତରଙ୍କ ସ୍ଥାନରେ ଜଣେ, ୨ ପାଥୋଲୋଜି ଡାକ୍ତର ବଦଳରେ ମାତ୍ର ଜଣେ ଚିକିତ୍ସା କରୁଛନ୍ତି। ପ୍ରାୟ ଶହେ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଉନ୍ନତମାନର ଯନ୍ତ୍ରପାତିର ମଧ୍ୟ ଅଭାବ ଦେଖାଦେଇଛି। ସିଟି ସ୍କାନ ଓ ଏମ୍‌ଆର୍‌ଆଇ ବ୍ୟବସ୍ଥା ନ ଥିବାରୁ ବହୁ ରୋଗୀ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି। ରେଫର ନାମରେ ଏହି ବାବଦରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ଫିଜିଓଥେରାପି ବିଭାଗରେ ୫ ଜଣଙ୍କ ସ୍ଥଳେ ମାତ୍ର ଜଣେ କର୍ମଚାରୀ କାମ ସମ୍ଭାଳୁଛନ୍ତି। ଏଥିସହ ବହୁ ଯନ୍ତ୍ରପାତି ପୁରୁଣା ହୋଇ ଅଚଳ ଅବସ୍ଥାକୁ ଆସିଗଲାଣି। ହସ୍ପିଟାଲରେ ଇନ୍‌ଣ୍ଟେନ୍‌ସିଭ କେୟାର ୟୁନିଟ୍‌ (ଆଇସିୟୁ) ବ୍ୟବସ୍ଥା ନାହିଁ। ଫଳରେ ଦୁର୍ଘଟଣାଜନିତ କିମ୍ବା ଗୁରୁତର ହୃଦ୍‌ରୋଗୀଙ୍କୁ ବଞ୍ଚାଇ ରଖିବା ତଥା ଷ୍ଟେବୁଲ ପୋଜିସନ୍‌କୁ ଆଣିବା ପାଇଁ ଏଠାରେ ସମ୍ଭବ ହେଉନାହିଁ। ତୁରନ୍ତ ହସ୍ପିଟାଲରେ ଆଇସିୟୁ ୟୁନିଟ୍‌ ଖୋଲିବା ପାଇଁ ଶ୍ରମିକ ମହଲରେ ଦାବି ହୋଇଛି।

ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ପରେଶ ଜେନା କୁହନ୍ତି, ନାଲ୍‌କୋ ହସ୍ପିଟାଲରେ ଡାକ୍ତର ଅଭାବ ରହିଛି। ଏଥିଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନେପୁର ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ କୁହନ୍ତି, ଡାକ୍ତର ନ ଥିବାବେଳେ ବହୁ ଯନ୍ତ୍ରପାତିର ଅଭାବ ମଧ୍ୟ ରହିଛି। ସିଟି ସ୍କାନ ଓ ଏମ୍‌ଆର୍‌ଆଇ ବ୍ୟବସ୍ଥା କରାଗଲେ ଲୋକଙ୍କୁ ଅନ୍ୟତ୍ର ରେଫର୍‌ କରାଯାଆନ୍ତା ନାହିଁ।  ଯୁବ ଶ୍ରମିକନେତା ମୁନା ସାମଲ କୁହନ୍ତି, ହସ୍ପିଟାଲରେ ଆଇସିୟୁ ସମେତ ବହୁ ଉନ୍ନତମାନର ଯନ୍ତ୍ରପାତିର ଆବଶ୍ୟକତା ରହିଛି। ତେବେ ଏସବୁ ସମସ୍ୟାର ସମାଧାନ ପାଇଁ କର୍ପୋରେଟ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ନାଲ୍‌କୋ ପ୍ରଶାସନିକ ବିଭାଗର ଜନୈକ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri