ନାଲ୍‌କୋ ହସ୍ପିଟାଲରେ ଡାକ୍ତର ଅଭାବ: ୫ ବର୍ଷ ହେଲା ନାହାନ୍ତି ଅସ୍ଥିଶଲ୍ୟ ବିଶେଷଜ୍ଞ

ବଅଁରପାଳ, ୨୭।୪ (ଡି.ଏନ୍‌.ଏ.)- ନବରତ୍ନ ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ହସ୍ପିଟାଲରେ ଲାଗି ରହିଛି ଡାକ୍ତର ଅଭାବ ସମସ୍ୟା। ଦୀର୍ଘ ଦିନ ହେଲା ଏଠାରେ ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦବୀ ଖାଲିପଡିଥିବାରୁ ଏହା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ସମସ୍ୟା ଭୋଗୁଛନ୍ତି। ବିଶେଷ କରି ଏହି ଅଞ୍ଚଳରେ ଦୁର୍ଘଟଣାରେ ଆହତମାନଙ୍କ ଚିକିତ୍ସା ପାଇଁ ଡାକ୍ତର ନାହାନ୍ତି। ଦୁର୍ଘଟଣାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଅସ୍ଥିଶଲ୍ୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘ ୫ ବର୍ଷ ହେବ ଡାକ୍ତର ନ ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ନାଲ୍‌ାକୋ ହସ୍ପିଟାଲରେ ପ୍ରକଳ୍ପ କର୍ମଚାରୀମାନଙ୍କ ସହ ସେମାନଙ୍କ ପରିବାର ଓ ପାରିପାର୍ଶ୍ୱିକ ଅଞ୍ଚଳର ଲୋକେ ନିର୍ଭର କରନ୍ତି। ହେଲେ ଏଠାରେ ଦୈନିକ ଆସୁଥିବା ରୋଗୀଙ୍କ ତୁଳନାରେ ଡାକ୍ତର ନ ଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେଲା ବହୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ହୋଇପାରୁନାହିଁ। ନାଲ୍‌କୋ ପ୍ଲାଣ୍ଟ ସମେତ ଆଖପାଖ ଅଞ୍ଚଳରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ହେଲେ ଅସ୍ଥିଶଲ୍ୟ ପରି ବିଭାଗରେ ଡାକ୍ତର ନ ଥିବାରୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଏଠାରେ ଚିକିତ୍ସା ହୋଇପାରୁନି। ଚର୍ମ, ସ୍ନାୟୁ ଆଦି ବିଭାଗରେ ମଧ୍ୟ ଡାକ୍ତର ନାହାନ୍ତି। ୨ ଜଣ ଶିଶୁ ବିଶେଷଜ୍ଞଙ୍କ ବଦଳରେ ଜଣେ ରହିଥିବାବେଳେ ସେ ହସ୍ପିଟାଲରେ ଡିଜିଏମ୍‌ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ୨ ସର୍ଜରୀ ଡାକ୍ତରଙ୍କ ବଦଳରେ ଜଣେ, ୨ ଚକ୍ଷୁ ବିଭାଗ ଡାକ୍ତରଙ୍କ ସ୍ଥାନରେ ଜଣେ, ୨ ପାଥୋଲୋଜି ଡାକ୍ତର ବଦଳରେ ମାତ୍ର ଜଣେ ଚିକିତ୍ସା କରୁଛନ୍ତି। ପ୍ରାୟ ଶହେ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଉନ୍ନତମାନର ଯନ୍ତ୍ରପାତିର ମଧ୍ୟ ଅଭାବ ଦେଖାଦେଇଛି। ସିଟି ସ୍କାନ ଓ ଏମ୍‌ଆର୍‌ଆଇ ବ୍ୟବସ୍ଥା ନ ଥିବାରୁ ବହୁ ରୋଗୀ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି। ରେଫର ନାମରେ ଏହି ବାବଦରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ଫିଜିଓଥେରାପି ବିଭାଗରେ ୫ ଜଣଙ୍କ ସ୍ଥଳେ ମାତ୍ର ଜଣେ କର୍ମଚାରୀ କାମ ସମ୍ଭାଳୁଛନ୍ତି। ଏଥିସହ ବହୁ ଯନ୍ତ୍ରପାତି ପୁରୁଣା ହୋଇ ଅଚଳ ଅବସ୍ଥାକୁ ଆସିଗଲାଣି। ହସ୍ପିଟାଲରେ ଇନ୍‌ଣ୍ଟେନ୍‌ସିଭ କେୟାର ୟୁନିଟ୍‌ (ଆଇସିୟୁ) ବ୍ୟବସ୍ଥା ନାହିଁ। ଫଳରେ ଦୁର୍ଘଟଣାଜନିତ କିମ୍ବା ଗୁରୁତର ହୃଦ୍‌ରୋଗୀଙ୍କୁ ବଞ୍ଚାଇ ରଖିବା ତଥା ଷ୍ଟେବୁଲ ପୋଜିସନ୍‌କୁ ଆଣିବା ପାଇଁ ଏଠାରେ ସମ୍ଭବ ହେଉନାହିଁ। ତୁରନ୍ତ ହସ୍ପିଟାଲରେ ଆଇସିୟୁ ୟୁନିଟ୍‌ ଖୋଲିବା ପାଇଁ ଶ୍ରମିକ ମହଲରେ ଦାବି ହୋଇଛି।

ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ପରେଶ ଜେନା କୁହନ୍ତି, ନାଲ୍‌କୋ ହସ୍ପିଟାଲରେ ଡାକ୍ତର ଅଭାବ ରହିଛି। ଏଥିଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନେପୁର ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ କୁହନ୍ତି, ଡାକ୍ତର ନ ଥିବାବେଳେ ବହୁ ଯନ୍ତ୍ରପାତିର ଅଭାବ ମଧ୍ୟ ରହିଛି। ସିଟି ସ୍କାନ ଓ ଏମ୍‌ଆର୍‌ଆଇ ବ୍ୟବସ୍ଥା କରାଗଲେ ଲୋକଙ୍କୁ ଅନ୍ୟତ୍ର ରେଫର୍‌ କରାଯାଆନ୍ତା ନାହିଁ।  ଯୁବ ଶ୍ରମିକନେତା ମୁନା ସାମଲ କୁହନ୍ତି, ହସ୍ପିଟାଲରେ ଆଇସିୟୁ ସମେତ ବହୁ ଉନ୍ନତମାନର ଯନ୍ତ୍ରପାତିର ଆବଶ୍ୟକତା ରହିଛି। ତେବେ ଏସବୁ ସମସ୍ୟାର ସମାଧାନ ପାଇଁ କର୍ପୋରେଟ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ନାଲ୍‌କୋ ପ୍ରଶାସନିକ ବିଭାଗର ଜନୈକ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri