Posted inଖେଳ

ନାଭାଲ ଟାଟା ହକି ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ମଙ୍ଗଳବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟସ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ‘ନାଭାଲ ଟାଟା ହକି ଏକାଡେମୀ’ ଉଦ୍‌ଘାଟିତ ହୋଇଯାଇଛି। ଅପରାହ୍ଣରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ଏହି ଉଚ୍ଚ ପ୍ରଦର୍ଶନ ହକି କେନ୍ଦ୍ର- ନାଭାଲ ଟାଟା ହକି ଏକାଡେମୀ (ଏନ୍‌ଟିଏଚ୍‌ଏ)କୁ ଉଦ୍‌ଘାଟନ କରିଛନ୍ତି। ଫଳରେ ଏବେ ରାଜ୍ୟର ହକି ପ୍ରତିଭାଙ୍କୁ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍‌ଭାବେ ଗଢ଼ିତୋଳିବାରେ ଏହି ଏକାଡେମୀ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି। ଟାଟା ଷ୍ଟିଲ ଓ ଟାଟା ଟ୍ରଷ୍ଟସ ଏହିଭଳି ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଏହି ଏକାଡେମୀକୁ ଆନୁଷ୍ଠନିକ ଭାବେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ମଧ୍ୟ କରିଛନ୍ତି। ଏହି ଅବସରରେ ଟାଟା ଷ୍ଟିଲ୍‌ର ସିଇଓ ଓ ଏମ୍‌ଡି ଟି.ଭି. ନରେନ୍ଦ୍ରନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଟାଟା ଷ୍ଟିଲ ଉପସଭାପତି (କର୍ପୋରେଟ୍‌ ସେବା) ଚାଣକ୍ୟ ଚୌଧୁରୀ, ଟାଟା ଟ୍ରଷ୍ଟସର ବରିଷ୍ଠ ଉପଦେଷ୍ଟା ବୁରଜିସ ତାରାପୋରବାଲା ପ୍ରମୁଖ ଉପସ୍ଥିତ ରହିଥିଲେ।
ସୁନ୍ଦରଗଡ଼ରେ ତୃଣମୂଳ କେନ୍ଦ୍ର:
ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କ ପରିପୋଷଣ ଲାଗି ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟସ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗରେ ସ୍ଥାପନ କରାଯାଇଥିବା ଟାଟା ଓଡ଼ିଶା ହକି କାର୍ଯ୍ୟକ୍ରମର ୩ ସୂତ୍ରୀ ଅଂଶବିଶେଷ ସ୍ବରୂପ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ହକି କମ୍ପେକ୍ସ ପରିସରରେ ଏହି ଉଚ୍ଚସ୍ତରୀୟ ହକି ଏକାଡେମୀ ଖୋଲାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର, ସୁନ୍ଦରଗଡ଼ ଓ ରାଉରକେଲାଠାରେ ରହିଥିବା କ୍ରୀଡ଼ା ଛାତ୍ରାବାସ ଏବେ ଆଞ୍ଚଳିକ ବିକାଶ କେନ୍ଦ୍ର (ଆର୍‌ଡିସି)ରେ ପରିଣତ ହେବ। ଟାଟା ଷ୍ଟିଲ୍‌ ଓ ଟାଟା ଟ୍ରଷ୍ଟସ୍‌ର ବିଶେଷଜ୍ଞମାନେ ଆର୍‌ଡିସିଗୁଡ଼ିକ ସହ ଏକାଠି କାମକରି ସେମାନଙ୍କ ଦକ୍ଷତା ଓ ଉତ୍କର୍ଷତା ବଢ଼ାଇବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରେ ୧୦ରୁ ୨୦ଟି ତୃଣମୂଳ କେନ୍ଦ୍ର ସ୍ଥାପନ କରାଯିବ। ତୃଣମୂଳସ୍ତରରୁ ଯେଉଁ ପ୍ରତିଭାମାନଙ୍କୁ ଚୟନ କରାଯିବ ସେମାନଙ୍କୁ କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇବା ପାଇଁ ସୁପାରିସ କରାଯିବ। ତୃଣମୂଳ କେନ୍ଦ୍ର ଓ ଆର୍‌ଡିସିଗୁଡ଼ିକ ନିୟମିତ ଭାବେ ନାଭାଲ ଟାଟା ହକି ଏକାଡେମୀକୁ କ୍ରୀଡ଼ା ପ୍ରତିଭା ଯୋଗାଣକୁ ନିଶ୍ଚିତ କରିବେ। ଆର୍‌ଡିସି ଓ ଏନ୍‌ଟିଏଚ୍‌ଏ ଓଡ଼ିଶାର ଆବଶ୍ୟକତା ପୂରଣ କରିବ। ସେହିଭଳି ଏହିସବୁ ଅଞ୍ଚଳରେ ଗୁଣାତ୍ମକ ହକି ଖେଳାଳିଙ୍କ ଉନ୍ନତି ଦିଗରେ ଭିତ୍ତିଭୂମି ବିକଶିତ କରାଇବା ଲାଗି ସରକାର ସହାୟତା ପ୍ରଦାନ କରିବେ। ଏଥିସହ ଯେଉଁ ଯୁବ ଓ ଉତ୍ସାହୀ ଖେଳାଳି ପିଲାଙ୍କ ସହ ମିଶି କାମ କରିବାକୁ ଆଗ୍ରହୀ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କେନ୍ଦ୍ରଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନକାରୀ ଏବଂ ସଂଯୋଜକଭାବେ ପେସାଦାର ସୁଯୋଗ ଦିଆଯିବ। ଉଲ୍ଲେଖଯୋଗ୍ୟ, ଭାରତୀୟ ହକି ପ୍ରତି ଯୋଗଦାନ ଓ କ୍ରୀଡ଼ା ପ୍ରଶାସକ ଭାବେ କୃତିତ୍ୱ ହାସଲ କରିଥିବା ନାଭାଲ ଏଚ୍‌ ଟାଟାଙ୍କ ପ୍ରତି ସମ୍ମସସ୍ବରୂପ ଏହି ଏକାଡେମୀର ନାମକରଣ କରାଯାଇଛି। ନାଭାଲ ସର୍ବଭାରତୀୟ କ୍ରୀଡ଼ା ପରିଷଦ (ଏଆଇସିଏଏସ୍‌), ଭାରତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଓ ଅନ୍ତର୍ଜାତୀୟ ହକି ମହାସଂଘ (ଆଇଏଫ୍‌ଏଚ୍‌)ର ସଭାପତି ଭଳି ସମ୍ମାନଜନକ ପଦରେ ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ। ପୂର୍ବରୁ ଜାମସେଦପୁରଠାରେ ଏନ୍‌ଟିଏଚ୍‌ଏର ଆଉ ଏକ ଏକାଡେମୀ କାର୍ଯ୍ୟ କରୁଛି।
୧୮ ଖେଳାଳି :
ନାଭାଲ ଟାଟା ହକି ଏକାଡେମୀରେ ପ୍ରଥମେ ବାଳିକାମାନଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୨ରୁ ୧୭ ବର୍ଷ ମଧ୍ୟରେ ମୋଟ୍‌ ୨୪ଜଣ ବାଳିକାଙ୍କୁ ଏକାଡେମୀ ଲାଗି ଚୟନ କରାଯାଇଛି। ଯେଉଁଥିରେ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼ ଆଦି ଜିଲାର ୧୮ଜଣ ରହିଥିବାବେଳେ ବଳକା ଖେଳାଳି ଝାଡ଼ଖଣ୍ଡ, ଆସାମର ଏଥିରେ ସ୍ଥାନ ପାଇଛନ୍ତି। ୟୁରୋପୀୟ ଓ ବିଶ୍ୱ ଚାମ୍ପିୟନ ତଥା ୩ଥର ଅଲିମ୍ପିକ ପଦକ ବିଜେତା ନେଦରଲାଣ୍ଡ୍ସର ଫ୍ଲୋରିସ ଜାନ୍‌ ବୋଭେଲାଣ୍ଡର ଏହି ଏକାଡେମୀର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ତିନିଜଣ ସହାୟକ କୋଚ୍‌ ତାଙ୍କୁ ସହାୟତା କରିବେ। ସେହିଭଳି ଏହି ଏକାଡେମୀରେ ଫିଜିଓ, ପୋଷଣ ବିଶେଷଜ୍ଞ ନିଯୁକ୍ତ କରାଯିବ। ପ୍ରଶିକ୍ଷାର୍ଥୀଙ୍କୁ ଏଠାରେ ଖେଳ ବ୍ୟତୀତ ଶିକ୍ଷା, ବ୍ୟକ୍ତିଗତ ବିକାଶ ଆଦି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଦ୍ୱିତୀୟାର୍ଦ୍ଧରେ ଏହି ଏକାଡେମୀରେ ବାଳକମାନଙ୍କୁ ସାମିଲ କରାଯିବ ବୋଲି ଜଣାପଡ଼ିଛି।
କ୍ରୀଡ଼ାର ରାଜଧାନୀ ଭାବେ ଭୁବନେଶ୍ୱରରେ ଦ୍ରୁତ ଗତିରେ ଉଦୀୟମାନ ହେଉଛି। ନାଭାଲ ଟାଟା ହକି ଏକାଡେମୀ ପ୍ରତିଷ୍ଠା କରାଯିବା ସହ ଓଡ଼ିଶାର ଯୁବତୀଯୁବକମାନେ କମ୍‌ ବୟସରୁ କୃତ୍ରିମ ଟର୍ଫରେ ଶ୍ରେଷ୍ଠମାନର ପ୍ରଶିକ୍ଷଣ ହାସଲ କରିପାରିବେ। ଫଳରେ ଭବିଷ୍ୟତରେ କ୍ରୀଡ଼ାବିତ୍‌ମାନେ ସେମାନଙ୍କ ଅନ୍ତର୍ଜାତୀୟ ପ୍ରତିପକ୍ଷଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସହାୟକ ହେବ। ସର୍ବୋପରି ଅନ୍ତର୍ଜାତୀୟସ୍ତରରେ ଦେଶ ତରଫରୁ କିପରି ଅଧିକ ଓଡ଼ିଆ ଖେଳାଳି ପ୍ରତିନିଧିତ୍ୱ କରିପାରିବେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି। ଏଥିସହ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri