ନାବାଳିକାଙ୍କୁ ବଳାତ୍କାର

ଅନୁଗୋଳ ଅଫିସ୍‌, ୨୨ା୭: ଅନୁଗୋଳରେ ଲଜ୍ଜା। ପରିବାର ସହ ଶୋଇଥିବା ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ଦୁର୍ବୃତ୍ତ କରିଛନ୍ତି ବଳାତ୍କାର। ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ବସ୍‌ଷ୍ଟାଣ୍ଡସ୍ଥିତ ଆହାର କେନ୍ଦ୍ର ପଛପାଖରେ ଘଟିଛି ଏପରି ସ୍ପର୍ଶକାତର ଘଟଣା। ରବିବାର ସକାଳୁ ବସଷ୍ଟାଣ୍ଡ ନିକଟ ଅଳିଆ ଗଦାରୁ ସଂଜ୍ଞାହୀନ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏପରି ସଙ୍ଗିନ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବାବେଳେ ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଇଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମୃତ ନାବାଳିକାଙ୍କ ଆଖି ଗାଏବ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ସହରରେ ଏହି ବଳାତ୍କାର ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ଘଟଣାରୁ ଜଣାପଡିଛି, ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଏକ ଶ୍ରମିକ ପରିବାର ଅନୁଗୋଳରେ କାମ କରିବା ସହ ବାଳସୁଧାର ଗୃହ ନିକଟରେ ରହୁଥିଲେ। ଶନିବାର ରାତିରେ ବର୍ଷା ହେବାରୁ ଘରକୁ ଯାଇ ନ ପାରି ବସ୍‌ଷ୍ଟାଣ୍ଡ ନିକଟରେ ଫାଣ୍ଡିଠାରୁ ୪ ଶହ ମିଟର ଦୂରରେ ଏକ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ। ନାବାଳିକା ଜଣକ ମଧ୍ୟ ପରିବାର ସହ ସେଠାରେ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ବସ୍‌ଷ୍ଟାଣ୍ଡରେ ଥିବା ଆହାର କେନ୍ଦ୍ର ନିକଟକୁ ଉଠାଇ ନେଇ ବଳାତ୍କାର ପରେ ହତ୍ୟା ଉଦ୍ୟମ କରିଥିଲେ। ନାବାଳିକା ଜଣକ ସଂଜ୍ଞାହୀନ ହୋଇଯିବାରୁ ତାଙ୍କୁ ମୃତ ଭାବି ସେଠାରେ ଥିବା ଏକ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ସକାଳେ ଖୋଜାଖୋଜି ପରେ ପରିବାର ଲୋକ ଅଳିଆଗଦାରୁ ନାବାଳିକାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସିଡିଏମ୍‌ଓ ପ୍ରତାପ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଶଲ୍ୟ ଚିକିତ୍ସକ ଏବଂ ଜଣେ ନିଶ୍ଚେତକ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍‌ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ପୀଡିତାଙ୍କୁ ୨ ଘଣ୍ଟା ଅବଜରଭେଶନରେ ରଖାଯାଇଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସି ନ ଥିଲା। ଅପରାହ୍ନରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଏସ୍‌ଡିପିଓ ଅଶ୍ୱିନୀ ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପହଞ୍ଚି ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରୁ ସିମେନ୍‌, ରକ୍ତ ଛିଟା ସହ ତଦନ୍ତ ପାଇଁ ଆବଶ୍ୟକ ନମୁନା ସଂଗ୍ରହ କରିଛନ୍ତି। ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ପରସ୍ଥିତି ଅନୁଧ୍ୟାନ କରିବା ସହ ଜିଲା ମେଡିକାଲକୁ ଯାଇ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏ ସଂକ୍ରାନ୍ତରେ ଡିଆଇଜି କୁହନ୍ତି, ଘଟଣା ଅତି ସମ୍ବେଦନଶୀଳ। ଏସ୍‌ପି ନିଜେ ତଦନ୍ତର ମନିଟରିଂ କରୁଛନ୍ତି। ଘଟଣାସ୍ଥଳରୁ ଅପରାଧୀଙ୍କ ସୁରାକ ମିଳିଛି। ସନ୍ଦେହରେ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି। ଖୁବ୍‌ ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଧରାପଡିବେ ବୋଲି ସେ କହିଛନ୍ତି। ଶେଷ ଖବର ସୁଦ୍ଧା ରାତି ପ୍ରାୟ ସାଢେ ୧୧ଟାରେ ପୋଲିସ ଅମଲାପଡାରୁ ଜଣଙ୍କୁ ତାଙ୍କ ଘରୁ ଥାନାକୁ ଉଠାଇନେଇଥିଲା। ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ସତ୍ତ୍ୱେ ଏ ନେଇ ପୋଲିସ କୌଣସି ତଥ୍ୟ ଦେବାକୁ ମନା କରିଛି। ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ନିଜ ପକ୍ଷରୁ ନଂ. ୫୫୨/୧୯ରେ ଏକ ମାମଲା ରୁଜୁ କରିଥିଲା। ପରେ ନାବାଳିକାଙ୍କ ମାଇଁ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?