ନାବାଳିକାଙ୍କୁ ବଳାତ୍କାର ଘଟଣା : କ୍ଷତିପୂରଣ ରାଶି ଦେଉନାହାନ୍ତି ସରକାର

କଟକ ଅଫିସ, ୧୦।୬ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ୨୦୧୮ରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିୟମ ଲାଗୁ କରିଥିଲେ। ପୀଡ଼ିତାଙ୍କ ପରିବାରକୁ ୪ରୁ ୭ ଲକ୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ହେଲେ ଗୃହ ବିଭାଗ ଏହି ନିୟମକୁ ପାଳନ କରୁ ନ ଥିବା ନେଇ ମାନବ ଅଧିକାର କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ରବିବାର ଅନ୍‌ଲାଇନ ଯୋଗେ ଅଭିଯୋଗ କରିଛନ୍ତି। ଏହା ଭାରତୀୟ ସମ୍ବିଧାନର ମାନବ ଅଧିକାର ଧାରା ୧୪, ୧୯(୧)(ଏ), ୨୧ର ଉଲ୍ଲଂଘନ ହେଉଥିବା ସେ ଅଭିଯୋଗ କରିଛନ୍ତି। ମର୍କତନଗର ଥାନା ଅଞ୍ଚଳରେ ଗତ ଶୁକ୍ରବାର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ରମେଶ ମହାରଣା ନାମକ ଯୁବକଙ୍କୁ ଶନିବାର ଗିରଫ କରିଥିଲା। ଏ ନେଇ ପୋଲିସ ଆଇପିସି ଦଫା ୩୭୬ରେ ଏକ ମାମଲା(ନଂ. ୮୪/୧୯) ରୁଜୁ କରିଥିଲା। ଏହି ଖବର ଧରିତ୍ରୀରେ ରବିବାର ପ୍ରକାଶ ପାଇଥିଲା। ଉକ୍ତ ଖବରର ନକଲ ସହିତ ଜୟନ୍ତ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ପୀଡ଼ିତାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ସେ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri