Categories: ଯାଜପୁର

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବରୀ/ରତ୍ନଗିରି,୧୭ା୮(ସ୍ବ.ପ୍ର./ଡି.ଏନ.ଏ.): ବରୀ ଥାନା ଅଞ୍ଚଳରେ ଗୁରୁବାର ଜଣେ ନାବଳିକାଙ୍କୁ ବଳାତ୍କାର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ନଂ-୧୯୪/୧୯ ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଥାନା ଅଧୀନ ଅଲିଆବାଦ ଗ୍ରାମର ଦାମୋଦର ଦାସ (୫୦)।
ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟାରେ ଅଭିଯୁକ୍ତ ଦାମୋଦର ନାବାଳିକାଙ୍କୁ ଚକ୍‌ଲେଟ୍‌ ଦେବା ବାହାନାରେ ଡାକି ବଳାତ୍କାର କରିଥିଲେ। ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ବଡ଼ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ରାତି ପ୍ରାୟ ୧୦ଟାରେ ଦାମୋଦରଙ୍କୁ ଗିରଫ କରିଥିଲା। ଡାକ୍ତରୀ ମାଇନା ପରେ ଶୁକ୍ରବାର ଅପରାହ୍ନରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ପୋଲିସ୍‌ ସୂଚନା ଦେଇଛି।