Old handcuffs on white background; Shutterstock ID 541995295; Purchase Order: -
ଆଳି, ୫।୧୨ (ଡି.ଏନ୍.ଏ.): ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ବାଳକାଟି ଅଞ୍ଚଳର ହରିଶ୍ଚନ୍ଦ୍ର ଦାସଙ୍କ ପୁଅ ଲିଟୁଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ, ମଙ୍ଗଳବାର ନାବାଳିକାଙ୍କ ବାପା ଆଳି ଡାକ୍ତରଖାନା ଯାଇଥିବା ବେଳେ ଲିଟୁ ନାବାଳିକାଙ୍କୁ ତାଙ୍କ ସାଙ୍ଗ ଡାକୁଥିବା କହି ବାହାରକୁ ଡାକିଥିଲେ। ବାହାରକୁ ଆସିବା ପରେ ଲିଟୁ ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ତେବେ ନାବାଳିକାଙ୍କ ପାଟି ଶୁଣି ପାଖ ପଡିଶା ଲୋକ ଆସିଯିବାରୁ ଲିଟୁ ସେଠାରୁ ଦୌଡ଼ି ପଳାଇଥିଲେ ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ୨୦୪/୧୯ ନଂ.ରେ ମାମଲା ରୁଜୁ କରିବା ସହ ଲିଟୁଙ୍କୁ ଗିରଫ କରିଛି। ବୁଧବାର ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ଲିଟୁଙ୍କୁ କେନ୍ଦ୍ରାପଡା କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।