Posted inଖେଳ

ନାଡା ଅଧୀନରେ ବିସିସିଆଇ:କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କ ସ୍ବାଗତ

ନୂଆଦିଲ୍ଲୀ,୧୧।୮(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଅଧୀନକୁ ଆସିବାର ନିଷ୍ପତ୍ତିକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ସ୍ବାଗତ କରିଛନ୍ତି। ଏହା ଦ୍ୱାରା କ୍ରିକେଟ ତଥା ଅନ୍ୟ କ୍ରୀଡ଼ା ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ହୋଇପାରିବ ବୋଲି ସେ କହିଛନ୍ତି। ଦୀର୍ଘ ଏକ ଦଶନ୍ଧି ହେବ ମନ୍ତ୍ରଣାଳୟ ବିସିସିଆଇକୁ ନାଡା ଅଧୀନକୁ ଆଣିବାକୁ ନିରନ୍ତର ପ୍ରୟାସ କରି ଆସୁଥିଲା। ଏହା ଏକ ଯୁଗାନ୍ତକାରୀ ସକାରାତ୍ମକ ପଦକ୍ଷେପ। କୌଣସି ସମସ୍ୟା ସମାଧାନ ନ ହେଉ ତାହା ଚାହେଁ ନାହିଁ। ସବୁ ପ୍ରକାର ମତପାର୍ଥକ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସମାଧାନ ହେଉ ବୋଲି ଚାହେଁ। କ୍ରୀଡ଼ା ପ୍ରଶାସନରେ ସ୍ବଚ୍ଛତା ଆଣିବା ମୋର ମୂଳ ଲକ୍ଷ୍ୟ। କ୍ରୀଡ଼ାର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ପଦକ୍ଷେପ ନେବାର ଆବଶ୍ୟକତା ଥିଲା ବୋଲି ରିଜିଜୁ କହିଛନ୍ତି।
ସ୍ବାୟତତ୍ତା ହାତରୁ ଚାଲିଯିବ ବୋଲି ବିସିସିଆଇ ନାଡା ଅଧୀନକୁ ଆସିବାକୁ ଚାହୁଁ ନ ଥିଲା। ନାଡାର ‘ହୋୟାର ଏବାଉଟ୍‌’ କ୍ଲଜ୍‌ ନେଇ କେତେକ ବରିଷ୍ଠ କ୍ରିକେଟରମାନେ ମଧ୍ୟ ଆପତ୍ତି ଉଠାଇଥିଲେ। ପ୍ରତିଯୋଗିତା ବାହାରେ ଡୋପ୍‌ ଟେଷ୍ଟର ଏହି ସର୍ତ୍ତକୁ ସେମାନେ ଗ୍ରହଣ କରିବାକୁ ରାଜି ନ ଥିଲେ। କାରଣ ଏହା ଦ୍ୱାର ପ୍ରାଇଭେସି ବା ବ୍ୟକ୍ତିଗତ ବ୍ୟାପାରରେ ବୁଝାମଣା ହେବ ବୋଲି ସେମାନେ ଭାବୁଥିଲେ। ତେବେ ଶେଷରେ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଓ କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲନିୟା ବୈଠକରେ ବସି ଏ ନେଇ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ। ନିୟମ ସମସ୍ତଙ୍କ ପାଇଁ ସମାନ ଓ ଏହା ସମସ୍ତଙ୍କୁ ମାନିବାକୁ ହେବ ବୋଲି ବିସିସିଆଇକୁ କହିଥିଲି ବୋଲି ଝୁଲନିୟା କହିଛନ୍ତି। ଆଇନ ଆଗରେ ବିସିସିଆଇ ସମେତ ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ ସମାନ। ତେଣୁ ଏଥିରେ କୌଣସି ଚୁକ୍ତିରେ ସ୍ବାକ୍ଷର କରାଯିବାର ଆବଶ୍ୟକତା ନାହିଁ। ନିୟମକାନୁନ ସମସ୍ତଙ୍କ ପାଇଁ ସମାନ ହୋଇଥିବାରୁ କୌଣସି ଏମ୍‌ଓୟୁ ବା ବୁଝାମଣା ପତ୍ରର ଆବଶ୍ୟକତା ନାହିଁ ବୋଲି ଝୁଲନିୟା ବିସିସିଆଇକୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri