Posted inଜାତୀୟ

ନାଗରିକତ୍ୱ ସଂଶୋଧନ ବିଲ୍‌: ଶିବସେନାର ୟୁ-ଟର୍ନ: ରାଜ୍ୟ ସଭାରେ ଅସଲ ପରୀକ୍ଷା ଆଜି

ନୂଆଦିଲ୍ଲୀ,୧୧ା୧୨: ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣମୁସଲିମ୍‌ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ସକାଶେ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ବିଲ୍‌ ସୋମବାର ମଧ୍ୟରାତ୍ରିରେ ଲୋକ ସଭାରେ ଗୃହୀତ ହୋଇଥିବାବେଳେ ରାଜ୍ୟ ସଭାରେ ଅସଲ ପରୀକ୍ଷା ବାକି ଅଛି। ଉଚ୍ଚ ସଦନରେ ଏହାକୁ ବୁଧବାର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ।
ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହାକୁ ଗୃହରେ ଉପସ୍ଥାପନ କରିଥିଲେ। ଲୋକ ସଭାରେ ନାଗରିକତ୍ୱ ସଂଶୋଧନ ବିଲ୍‌ ସପକ୍ଷରେ ୩୧୧ ଭୋଟ ପଡ଼ିଥିବାବେଳେ ୮୦ ସଦସ୍ୟ ଏହାକୁ ବିରୋଧ କରିଥିଲେ। ଉକ୍ତ ବିଧେୟକରେ ସଂଶୋଧନ ପାଇଁ ଶିବସେନା, କଂଗ୍ରେସ ସମେତ ଅନେକ ଦଳ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେଗୁଡ଼ିକ ଧ୍ୱନିମତ ଅଥବା ମତ ବିଭାଜନରେ କାଟ୍‌ ଖାଇଯାଇଥିଲା। ରାଜ୍ୟ ସଭାର ୨୪୫ ଆସନ ମଧ୍ୟରୁ ୫ ଆସନ ଖାଲି ପଡ଼ିଛି। ଫଳରେ ଉଚ୍ଚ ସଦନରେ ଏହି ବିଲ୍‌କୁ ପାସ୍‌ କରାଇବା ପାଇଁ ସଂଖ୍ୟାଗରିଷ୍ଠ ୧୨୦ ସଦସ୍ୟଙ୍କ ସମର୍ଥନ ଜରୁରୀ। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସପକ୍ଷରେ ସଂଖ୍ୟାଗରିଷ୍ଠତା ଥିବାରୁ ଗୃହରେ ଏହାକୁ ଗୃହୀତ କରାଇବା ପାଇଁ ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସୋମବାର ବିଲ୍‌କୁ ସମର୍ଥନ କରିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ରାଜ୍ୟ ସଭାରେ ଏହାକୁ ବିରୋଧ କରିବା ପାଇଁ ସଙ୍କେତ ଦେଇଛନ୍ତି। ଏହି ପ୍ରସଙ୍ଗରେ ଶିବସେନା ୟୁ-ଟର୍ନ କରିଛି। ଉଦ୍ଧବ କହିଛନ୍ତି, ଲୋକ ସଭାରେ ଦଳ ପକ୍ଷରୁ କରାଯାଇଥିବା ପ୍ରଶ୍ନର ଉତ୍ତର ମିଳିନାହିଁ। ଏଥିରେ ଅନେକ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛୁ। ଆମ ପ୍ରଶ୍ନର ଉତ୍ତର ନ ମିଳିବା ଯାଏ ଏହାକୁ ବିରୋଧ କରିବୁ। ସେହିପରି ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଓ ବରିଷ୍ଠ ନେତା ପବନ ବର୍ମା ମଧ୍ୟ ବିଲ୍‌କୁ ଭେଦଭାବପୂର୍ଣ୍ଣ ଅଭିହିତ କରି ସମର୍ଥନ ନେଇ ପୁନର୍ବିଚାର କରିବା ପାଇଁ ଜେଡିୟୁ ଅଧ୍ୟକ୍ଷ ନୀତୀଶଙ୍କୁ ଅନୁରୋଧ କରିଛନ୍ତି। ଶିବସେନାର ଆଭିମୁଖ୍ୟରେ ପରିବର୍ତ୍ତନକୁ ଏହାର ମହାରାଷ୍ଟ୍ର ସହଯୋଗୀ କଂଗ୍ରେସ ସ୍ବାଗତ କରିଛି। ନାଗରିକତ୍ୱ ସଂଶୋଧନ ବିଲ୍‌ ସମ୍ବିଧାନ ବିରୋଧୀ ହୋଇଥିବାରୁ ଏହାକୁ ଶିବସେନା ବିରୋଧ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କଂଗ୍ରେସ ମୁଖପାତ୍ର ମନୀଷ ତିଓ୍ବାରୀ କହିଛନ୍ତି।
ନେତା ରାହୁଲ ଗାନ୍ଧୀ କହିଛନ୍ତି, ପ୍ରସ୍ତାବିତ ଆଇନ ସମ୍ବିଧାନ ଉପରେ ଏକ ଆକ୍ରମଣ। ଏହାକୁ ସମର୍ଥନ କରୁଥିବା ଲୋକେ ଦେଶର ମୂଳଦୁଆକୁ ଧ୍ୱଂସ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେହିପରି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ଆମ ପୂର୍ବପୁରୁଷମାନେ ସେମାନଙ୍କ ଜୀବନ ଓ ରକ୍ତ ଦେଇ ଆମ ପାଇଁ ସ୍ବାଧୀନତା ଆଣିଦେଇଥିଲେ। ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବା ସହ ଭାରତର କଠୋରପନ୍ଥୀ ଓ ସଂକୀର୍ଣ୍ଣ ଚିନ୍ତାଧାରା ସୁନିଶ୍ଚିତ ହୋଇଛି। ଅନୁରୂପ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି, ଏହି ବିଲ୍‌ ସ୍ପଷ୍ଟଭାବେ ଅସାମ୍ବିଧାନିକ। ପାର୍ଲାମେଣ୍ଟରେ ଏହା ଗୃହୀତ ହେଲେ ଯୁଦ୍ଧଭୂମି ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେବ। ଅର୍ଥାତ୍‌ କଂଗ୍ରେସ ପକ୍ଷରୁ ଉକ୍ତ ବିଲ୍‌କୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯିବ। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ତଥା ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି, କେନ୍ଦ୍ର ସରକାର ଏହି ବିଲ୍‌ ଆଣିବା ସହ ପାକିସ୍ତାନର ଜନକ ମହମ୍ମଦ ଅଲି ଜିନ୍ନାଙ୍କୁ ଜୀବିତ କରାଉଛନ୍ତି। ରାଜ୍ୟ ସଭାରେ ଯଦି ଏହା ଗୃହୀତ ହୁଏ ତେବେ ଆମେ ସମସ୍ତ ପନ୍ଥା ଆପଣାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri