ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସମ୍ମିଳନୀ: ଚାଷୀ ସୁରକ୍ଷା ଭତ୍ତା ଦାବିରେ ଦେଶବ୍ୟାପୀ ହେବ ଆନ୍ଦୋଳନ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଦେଶରେ ଜନସଂଖ୍ୟାର ୭୦ଭାଗ ହେଉଛନ୍ତି ଚାଷୀ। ତେଣୁ ଶାସନ ପ୍ରଶାସନ ଚାଷୀମନସ୍କ ହେବାକଥା। କିନ୍ତୁ ୭୦ ବର୍ଷ ପରେ ମଧ୍ୟ ସବୁ ଓଲଟା ଚାଲିଛି। ଏଣିକି ନେତା, ଅମଲାଙ୍କ ମନମାନିକୁ ଚାଷୀମାନେ ବିରୋଧ କରିବେ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି। ସଙ୍ଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ବୁଧବାର କମ୍ପି ଉଠିଥିଲା ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆ। ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ଚାଷୀ ରାଷ୍ଟ୍ରୀୟ ସମ୍ମିଳନୀର ଖୋଲା ଅଧିବେଶନରେ ଭାଗ ନେଇଥିଲେ। ଅକ୍ଷୟ କୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଚାଷୀମାନେ ଆସି ଯୋଗଦେଇଥିଲେ। ଉପସ୍ଥିତ ଚାଷୀନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଯୋଗୁ ଚାଷୀ ଆତ୍ମହତ୍ୟା ବଢ଼ୁଥିବା ଅଭିଯୋଗ କରିଥିଲେ। ମୋଦି ସରକାର ଓ ନବୀନ ସରକାର ବଦଳିଗଲେ ବ୍ୟବସ୍ଥା ବଦଳିବ ନାହିଁ। ଚାଷୀଙ୍କ ଜୀବନ ଜୀବିକା ରକ୍ଷା ପାଇଁ ସମ୍ବିଧାନ ପ୍ରତିବଦ୍ଧତା ୨୧ ଧାରାରେ ଉଲ୍ଲେଖ ରହିଛି। ସେହି ଆଧାରରେ ୨୦ ବର୍ଷ ବୟସ୍କ ପ୍ରତ୍ୟେକ ଚାଷୀଙ୍କୁ ମାସକୁ ୫ ହଜାର ଲେଖାଏଁ ଦେବା ସହ ଚାଷୀର ଜିଡ଼ିପିକୁ ବଢ଼ାଇବା ପାଇଁ ‘ଚାଷୀ ସୁରକ୍ଷା ଭତ୍ତା’ ଦାବି କରାଯାଉଛି। ଏନେଇ କେବଳ ଓଡ଼ିଶାରେ ନୁହେଁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଅକ୍ଷୟ କୁମାର କହିଛନ୍ତି। ସଙ୍ଗଠନର ଉପଦେଷ୍ଟା ରବି ଦାସ କହଥିଲେ ଯେ, ବିଗତ ତିନି ଦଶନ୍ଧିରେ ଚାଷୀମାନେ ଯେଭଳି ଅସଙ୍ଗଠିତ ଥିଲେ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଓଡ଼ିଶାରେ ଚାଷୀଙ୍କ ସାଙ୍ଗଠନିକ ଶକ୍ତି ବୃଦ୍ଧି ହେଉଥିବାରୁ ସେହି ଭୟରେ ସରକାର ଅନେକ ଯୋଜନା କରିଛନ୍ତି। ଚାଷୀ ସଙ୍ଗଠନ ଯେତେ ସଶକ୍ତ ହେବ ଓ ଯେତେବେଳେ ଦଳମତ ନିର୍ବିଶେଷରେ ଅଧିକରୁ ଅଧିକ ଚାଷୀ ସଙ୍ଗଠିତ ହେବେ, ସେତେବେଳେ ସରକାର ନିଶ୍ଚିତ ଭାବରେ ଚାଷୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେବେ ବୋଲି ଦାସ କହିଛନ୍ତି। ଏହି ସମାବେଶରେ ସଙ୍ଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ନିମାଇଁ ରାୟଙ୍କ ସମେତ ଅନ୍ୟ ରାଜ୍ୟରୁ ହିମାଂଶୁ ତିୱାରୀ, କୁମାର ଗୌରବ, ପୁତୁଲ ବେହେନ, ପମ୍ପା ଦାସ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri