ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ପରାମର୍ଶ: ଗର୍ବ, ଅହଂକାରଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା

ଭୁବନେଶ୍ୱର,୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ନବ ନିର୍ବାଚିତ ବିଜେଡି ବିଧାୟକମାନଙ୍କର ଏକ ବୈଠକ କରିଛନ୍ତି। ଏହି ବୈଠକରେ ବିଧାୟକମାନଙ୍କୁ ସରଳ ଜୀବନଯାପନ କରିବା ସହ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଛନ୍ତି। ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ଜଣେ ବିଧାୟକ କେବଳ ଦଳୀୟ କର୍ମୀ ବା ନିର୍ଦ୍ଦିଷ୍ଟ ଦଳର ନୁହନ୍ତି, ସେ ସବୁ ଦଳର। ନିର୍ବାଚନମଣ୍ଡଳୀର ସମସ୍ତ ଲୋକଙ୍କ ବିଶ୍ୱାସକୁ ନେଇ ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ସେ କହିଛନ୍ତି। ଗର୍ବ ଓ ଅହଂକାରଠାରୁ ବିଧାୟକମାନେ ନିଜକୁ ଦୂରରେ ରଖନ୍ତୁ। ସେହିପରି ଦାମୀ ଗାଡ଼ି ନ ଚଢ଼ି ଅପେକ୍ଷାକୃତ କମ୍‌ ଦାମର ଗାଡ଼ି ଚଢ଼ିବାପାଇଁ ମଧ୍ୟ ତାଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୪୦ରୁ ୫୦ଜଣ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ।

ବୈଠକ ସରିବା ପରେ ‘ଧରିତ୍ରୀ’କୁ ମତାମତ ଦେଇ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଯେପରି ସରଳ, ସେ ଅନ୍ୟମାନଙ୍କ ପାଇଁ ଉଦାହରଣ। ସେଇ ସରଳତା ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଲୋକମାନଙ୍କ ବିଶ୍ୱାସଭାଜନ ହେବାକୁ ହେଲେ ଅହଂକାର, ଗର୍ବଠାରୁ ଦୂରରେ ରହିବାର ଅଛି। ତେଣୁ ଏସବୁରୁ ଦୂରରେ ରହି ଲୋକଙ୍କ ବିଶ୍ୱାସଭାଜନ ହେବା ସହିତ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବିଧାୟକମାନଙ୍କ ବୈଠକ ସରିବାର କିଛି ସମୟ ପରେ ଦଳର କେତେକ ବରିଷ୍ଠ ବିଧାୟକ, ବରିଷ୍ଠ ନେତା, ଉପସଭାପତି ଓ ସାଧାରଣ ସମ୍ପାଦକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ପରେ ଦଳରେ ଏକ ସାଙ୍ଗଠନିକ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଛି। ଏହି ସାଙ୍ଗଠନିକ ପରିବର୍ତ୍ତନରେ ଯୁବ, ଛାତ୍ର ଏବଂ ମହିଳା ଜନତା ଦଳର ସଭାପତି ଏବଂ କାର୍ଯ୍ୟକାରୀ କମିଟି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ସେହିଭଳି ବିଭିନ୍ନ ଜିଲାସ୍ତରୀୟ କମିଟିରେ ମଧ୍ୟ ପରିବର୍ତ୍ତନ କରାଯିବ। ମନ୍ତ୍ରିମଣ୍ଡଳର ଘୋଷଣା ସରିଥିଲେ ସୁଦ୍ଧା ଏପରି କିଛି ନେତା ଅଛନ୍ତି, ଯେଉଁମାନଙ୍କୁ ରାଜନୈତିକ ଥଇଥାନ କରିବା ନିମନ୍ତେ ଚିନ୍ତା କରାଯାଉଛି। ଏଣୁ ଆଗକୁ ଆସୁଥିବା ନିଗମ ପଦ କିଭଳି ବଣ୍ଟନ କରାଯିବ, ପାଟକୁରା ଓ ବିଜେପୁର ନିର୍ବାଚନକୁ କେତେ ଗୁରୁତ୍ୱର ସହ ନିଆଯିବ, କିଭଳି ଲଢ଼ାଯିବ ଆଦି ବିଷୟ ନେଇ ମଧ୍ୟ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?