ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ପରାମର୍ଶ: ଗର୍ବ, ଅହଂକାରଠାରୁ ଦୂରେଇ ରୁହ; ଦାମୀ ଗାଡ଼ି ଚଢ଼ନା

ଭୁବନେଶ୍ୱର,୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ନବ ନିର୍ବାଚିତ ବିଜେଡି ବିଧାୟକମାନଙ୍କର ଏକ ବୈଠକ କରିଛନ୍ତି। ଏହି ବୈଠକରେ ବିଧାୟକମାନଙ୍କୁ ସରଳ ଜୀବନଯାପନ କରିବା ସହ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଛନ୍ତି। ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଏହି ବୈଠକ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା। ଜଣେ ବିଧାୟକ କେବଳ ଦଳୀୟ କର୍ମୀ ବା ନିର୍ଦ୍ଦିଷ୍ଟ ଦଳର ନୁହନ୍ତି, ସେ ସବୁ ଦଳର। ନିର୍ବାଚନମଣ୍ଡଳୀର ସମସ୍ତ ଲୋକଙ୍କ ବିଶ୍ୱାସକୁ ନେଇ ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ସେ କହିଛନ୍ତି। ଗର୍ବ ଓ ଅହଂକାରଠାରୁ ବିଧାୟକମାନେ ନିଜକୁ ଦୂରରେ ରଖନ୍ତୁ। ସେହିପରି ଦାମୀ ଗାଡ଼ି ନ ଚଢ଼ି ଅପେକ୍ଷାକୃତ କମ୍‌ ଦାମର ଗାଡ଼ି ଚଢ଼ିବାପାଇଁ ମଧ୍ୟ ତାଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୪୦ରୁ ୫୦ଜଣ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ।

ବୈଠକ ସରିବା ପରେ ‘ଧରିତ୍ରୀ’କୁ ମତାମତ ଦେଇ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଯେପରି ସରଳ, ସେ ଅନ୍ୟମାନଙ୍କ ପାଇଁ ଉଦାହରଣ। ସେଇ ସରଳତା ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ଲୋକମାନଙ୍କ ବିଶ୍ୱାସଭାଜନ ହେବାକୁ ହେଲେ ଅହଂକାର, ଗର୍ବଠାରୁ ଦୂରରେ ରହିବାର ଅଛି। ତେଣୁ ଏସବୁରୁ ଦୂରରେ ରହି ଲୋକଙ୍କ ବିଶ୍ୱାସଭାଜନ ହେବା ସହିତ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ବିଧାୟକମାନଙ୍କ ବୈଠକ ସରିବାର କିଛି ସମୟ ପରେ ଦଳର କେତେକ ବରିଷ୍ଠ ବିଧାୟକ, ବରିଷ୍ଠ ନେତା, ଉପସଭାପତି ଓ ସାଧାରଣ ସମ୍ପାଦକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ପରେ ଦଳରେ ଏକ ସାଙ୍ଗଠନିକ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଛି। ଏହି ସାଙ୍ଗଠନିକ ପରିବର୍ତ୍ତନରେ ଯୁବ, ଛାତ୍ର ଏବଂ ମହିଳା ଜନତା ଦଳର ସଭାପତି ଏବଂ କାର୍ଯ୍ୟକାରୀ କମିଟି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ସେହିଭଳି ବିଭିନ୍ନ ଜିଲାସ୍ତରୀୟ କମିଟିରେ ମଧ୍ୟ ପରିବର୍ତ୍ତନ କରାଯିବ। ମନ୍ତ୍ରିମଣ୍ଡଳର ଘୋଷଣା ସରିଥିଲେ ସୁଦ୍ଧା ଏପରି କିଛି ନେତା ଅଛନ୍ତି, ଯେଉଁମାନଙ୍କୁ ରାଜନୈତିକ ଥଇଥାନ କରିବା ନିମନ୍ତେ ଚିନ୍ତା କରାଯାଉଛି। ଏଣୁ ଆଗକୁ ଆସୁଥିବା ନିଗମ ପଦ କିଭଳି ବଣ୍ଟନ କରାଯିବ, ପାଟକୁରା ଓ ବିଜେପୁର ନିର୍ବାଚନକୁ କେତେ ଗୁରୁତ୍ୱର ସହ ନିଆଯିବ, କିଭଳି ଲଢ଼ାଯିବ ଆଦି ବିଷୟ ନେଇ ମଧ୍ୟ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri