Posted inଫୁରସତ

ନବ୍ୟ ଆନ୍ଦୋଳନର ସାରଥି

ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ ସେ ପାଇଥିଲେ ଭାରତର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସେ ହେଉଛନ୍ତି ୟୁ.ଆର୍‌. ଅନନ୍ତମୂର୍ତ୍ତୀ…
ତାଙ୍କୁ ଭାରତର ଜଣେ ଆଗଧାଡ଼ିର ଲେଖକ ଭାବରେ ପରିଗଣିତ କରାଯାଏ। ସେ ଜଣେ ଉଚ୍ଚକୋଟୀର ସାହିତ୍ୟ ସମାଲୋଚକ ମଧ୍ୟ। ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ ସେ ପାଇଥିଲେ ଭାରତର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସେ ହେଉଛନ୍ତି ୟୁ.ଆର୍‌. ଅନନ୍ତମୂର୍ତ୍ତୀ। କେବଳ ଭାରତ ଭିତରେ ନୁହେଁ, ଭାରତ ବାହାରେ ମଧ୍ୟ ସେ ଅତ୍ୟନ୍ତ ପରିଚିତ ଥିଲେ।

ପ୍ରାଥମିକ ଜୀବନ: କର୍ନାଟକର ସିମୋଗା ଜିଲା ଅନ୍ତର୍ଗତ ତିର୍ଥାହାଲି ତାଲୁକ ଅଧୀନସ୍ଥ ମେଲିଗାଠାରେ ୧୯୩୨ ମସିହା ଡିସେମ୍ବର ୨୧ ତାରିଖରେ ଅନନ୍ତମୂର୍ତ୍ତିଙ୍କର ଜନ୍ମ ହୋଇଥିଲା। ସେ ଏକ ସଂସ୍କୃତ ବିଦ୍ୟାଳୟରେ ନିଜର ନାମ ଲେଖାଇଥିଲେ। ପରେପରେ ସେ ତିର୍ଥାହାଲି ଏବଂ ମହୀଶୂରରେ ଶିକ୍ଷା ଗ୍ରହଣ କରିଥିଲେ। ୟୁନିଭର୍ସିଟି ଅଫ୍‌ ମହୀଶୂରରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପୁଣି ସେଇଠାରେ ହିଁ ଇଂଲିଶ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। କମନ୍‌ଓ୍ବେଲ୍‌ଥ ସ୍କଲାରଶିପ୍‌ ପାଇ ସେ ବ୍ରିଟେନ୍‌ ଯାଇଥିଲେ। ୟୁନିଭର୍ସିଟି ଅଫ୍‌ ବର୍ମିଂହାମ୍‌ରୁ ତାଙ୍କୁ ଡକ୍ଟରେଟ୍‌ ଉପାଧି ମିଳିଥିଲା।

ପ୍ରଫେସରରୁ କୁଳପତି: ୧୯୭୦ ମସିହାରେ ଅନନ୍ତମୂର୍ତ୍ତି ମହୀଶୂର ବିଶ୍ୱ ବିଦ୍ୟାଳୟର ଇଂଲିଶ ବିଭାଗରେ ପ୍ରଫେସର ଭାବରେ ଯୋଗଦେଇଥିଲେ। ୧୯୮୭ରୁ ୧୯୯୧ ମଧ୍ୟରେ ସେ କେରଳର କୋଟ୍ଟାୟାମ୍‌ସ୍ଥିତ ମହାତ୍ମାଗାନ୍ଧୀ ୟୁନିଭର୍ସିଟିର କୁଳପତି ହୋଇଥିଲେ। ତାଙ୍କର ଉଜ୍ଜ୍ୱଳତମ ପ୍ରତିଭା ଯୋଗୁ ତାଙ୍କୁ ନ୍ୟାଶନାଲ ବୁକ୍‌ ଟ୍ରଷ୍ଟର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଥିଲା। ୧୯୯୩ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଭାରତ ଏବଂ ଭାରତ ବାହାରର ବହୁ ବିଖ୍ୟାତ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ୨୦୧୨ରେ ତାଙ୍କୁ ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍‌ କର୍ନାଟକର ପ୍ରଥମ କୁଳାଧିପତି ଭାବରେ ନିଯୁକ୍ତ କରାଯାଇଥିଲା। ସେ ଜଣେ ସୁବକ୍ତା ଥିଲେ। ତାଙ୍କର ବ୍ୟକ୍ତିଗତ ଜୀବନ ଥିଲା ଅତ୍ୟନ୍ତ ଶୃଙ୍ଖଳିତ।

ଆଗଧାଡ଼ିର ଲେଖକ: ଅନନ୍ତମୂର୍ତ୍ତି ଥିଲେ ଜଣେ ଆଗଧାଡ଼ିର ଲେଖକ। ତାଙ୍କ ସୃଷ୍ଟି ଥିଲା ତାଙ୍କ ହୃଦୟର ପ୍ରତିଫଳନ। ଏ କଥା ସେ ନିଜେ ସ୍ବୀକାର କରିଥିଲେ। ଭାରତୀୟ ପରମ୍ପରା ଓ ପାଶ୍ଚାତ୍ୟ ଚିନ୍ତାଧାରାର ଏକ ମିଶ୍ରଣ ଥିଲା ତାଙ୍କ ସାହିିତ୍ୟ। ସେଥିଲାଗି ତାଙ୍କର ଲେଖାସବୁ ପାଶ୍ଚାତ୍ୟ ଦେଶର ସାହିତ୍ୟାନୁରାଗୀଙ୍କୁ ମଧ୍ୟ ଆକୃଷ୍ଟ କରିପାରିଥିଲା। ଆଉ ସେ ଦେଶ ବିଦେଶର ବହୁ ମର୍ଯ୍ୟାଦାଜନକ ସମ୍ମାନ ହାସଲ କରିପାରିଥିଲେ। ଗଳ୍ପରୁ ଉପନ୍ୟାସ ଯାଏ ତାଙ୍କ ସାହିତ୍ୟ ଥିଲା ସୁଦୂରପ୍ରସାରୀ। ତାଙ୍କର ବହୁ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସକୁ ଚଳଚ୍ଚିତ୍ରରେ ରୂପାନ୍ତରିତ କରାଯାଇଛି। ମୁଖ୍ୟତଃ ମଣିଷର ମନସ୍ତାତ୍ତ୍ବିକ ଆବେଗକୁ ନେଇ ସେ ଗଳ୍ପ ଉପନ୍ୟାସ ରଚନା କରୁଥିଲେ। ସେଥିଲାଗି ତାଙ୍କୁ ଜଣେ ମନସ୍ତାତ୍ତ୍ୱିକ ଲେଖକ ଭାବେ ବିବେଚନା କରାଯାଏ। ସୂରୟନା କୁଦୁରେ, ମୌନୀ ଏବଂ କାର୍ତ୍ତିକ ଆଦି ତାଙ୍କର ଗୋଟିଏ ଗୋଟିଏ ଅନବଦ୍ୟ ସୃଷ୍ଟି। ଅନନ୍ତମୂର୍ତ୍ତିଙ୍କ ପତ୍ନୀଙ୍କ ନାମ ଇସ୍ଥର। ତାଙ୍କ ସାହିତ୍ୟକୁ ଆଗକୁ ନେବାରେ ଇସ୍ଥରଙ୍କର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ସମାଲୋଚନା: ଅନନ୍ତମୂର୍ତ୍ତି ଥିଲେ ଜଣେ ସ୍ପଷ୍ଟବାଦୀ ମଣିଷ। ସେ ଅନେକ ସମୟରେ ତଥ୍ୟଭିତ୍ତିକ ସ୍ପଷ୍ଟ କଥା କହୁଥିଲେ ମଧ୍ୟ ସେଥିଲାଗି ସେ ସମାଲୋଚିତ ହେଉଥିଲେ। ସେ ଏକଦା କହିଥିଲେ ଯେ, ପୂର୍ବକାଳରେ ହିନ୍ଦୁମାନେ ଗୋମାଂସ ଖାଉଥିଲେ। ମହାଭାରତରେ ଏ କଥାର ଉଦାହରଣ ରହିଛି। ତେବେ ଏହି ମନ୍ତବ୍ୟ ତାଙ୍କ ପାଇଁ ହାନିକର ସାବ୍ୟସ୍ତ ହୋଇଥିଲା। ସେ ହିନ୍ଦୁ ଧର୍ମଗୁରୁଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସେହିଭଳି ଔପନ୍ୟାସିକ ଏସ୍‌.ଏଲ୍‌. ବିରାପ୍ପାଙ୍କୁ ସେ ତୀବ୍ର ସମାଲୋଚନା କରି କହିଥିଲେ ଯେ, ତାଙ୍କୁ ଉପନ୍ୟାସ ଲେଖିବା ଜଣାନାହିଁ। ଏହା ମଧ୍ୟ ତାଙ୍କୁ ସମାଲୋଚନାର ପରିଧି ଭିତରକୁ ଟାଣି ନେଇଥିଲା। ଏମିତି କି ସେ ଆଉ କୌଣସି ସାହିତ୍ୟ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଘୋଷଣା କରି ଦେଇଥିଲେ।

ବିଫଳ ରାଜନୈତିକ କ୍ୟାରିୟର: ସାହିତ୍ୟ ତଥା ଅଧ୍ୟାପନା ବୃତ୍ତିରେ ସଫଳ ହୋଇଥିଲେ ମଧ୍ୟ ତାଙ୍କର ରାଜନୈତିକ କ୍ୟାରିୟର ଥିଲା ସମ୍ପୂର୍ଣ୍ଣ ବିଫଳ। ୨୦୦୪ରେ ଧର୍ମନିରପେକ୍ଷ ଜନତା ଦଳ ପକ୍ଷରୁ ତାଙ୍କୁ ଲୋକ ସଭା ପ୍ରାର୍ଥୀ ଭାବରେ ଚୟନ କରାଯାଇଥିଲା। ମାତ୍ର ସାଧାରଣ ଜନତା ସମ୍ଭବତଃ ତାଙ୍କୁ ଜଣେ ନେତା ଭାବେ ଦେଖିବାକୁ ଚାହୁଁ ନ ଥିଲେ। ସେଥିଲାଗି ସେ ନିର୍ବାଚନରେ ପରାଜୟ ବରଣ କରିଥିଲେ। ସେ ଭାରତୀୟ ଜନତା ପାର୍ଟିକୁ ଆଦୌ ବରଦାସ୍ତ କରୁ ନ ଥିଲେ। ୨୦୧୪ ଅଗଷ୍ଟ ୨୨ ତାରିଖରେ ତାଙ୍କର ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri