ନନ୍ଦନକାନନ, ନୀଳାଚଳ ଏକ୍ସପ୍ରେସର ସମୟ ପରିବର୍ତ୍ତନ

ଭୁବନେଶ୍ୱର,୩।୧୨:(ବ୍ୟୁରୋ): ପୁରୀ-ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ ନନ୍ଦନକାନନ ଓ ପୁରୀ-ନୂଆଦିଲ୍ଲୀ ଆନନ୍ଦବିହାର ଟର୍ମିନାଲ ନୀଳାଚଳ ଏକ୍ସପ୍ରେସର ଗୟା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନ ମଧ୍ୟରେ ଚଳାଚଳ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆସନ୍ତା ୧୫ ତାରିଖଠାରୁ ନନ୍ଦନକାନନ ଏକ୍ସପ୍ରେସ୍‌ ପୁରୀରୁ ଦିଲ୍ଲୀ ଅଭିମୁଖେ ଯିବାବେଳେ ଗୟା ଷ୍ଟେଶନରୁ ରାତି ୨.୧୦ରେ ଛାଡ଼ିବ ଓ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନରୁ ଭୋର ୫ଟା ୧୫ରେ ଛାଡ଼ିବ। ଦିଲ୍ଲୀରୁ ପୁରୀ ଫେରିବା ସମୟରେ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନରୁ ସନ୍ଧ୍ୟା ୬ଟା ୧୩ ଓ ଗୟା ଷ୍ଟେଶନରୁ ରାତି ୮ଟା ୫୫ରେ ଛାଡ଼ିବ। ସେହିପରି ନୀଳାଚଳ ଏକ୍ସପ୍ରେସ୍‌ ପୁରୀରୁ ଯାତ୍ରା ସମୟରେ ଗୟା ଷ୍ଟେଶନରୁ ରାତି ୩ଟା ୧୫ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନରୁ ସକାଳ ୬ଟା ୨୫ରେ ଛାଡ଼ିବ। ଦିଲ୍ଲୀରୁ ଫେରିବା ସମୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ଶନରୁ ରାତି ୯ଟା ୧୮ରେ ଛାଡ଼ିବାକୁ ଥିବାବେଳେ ଗୟା ଷ୍ଟେଶନରୁ ରାତି ୧୨ଟା ୨୦ରେ ଛାଡ଼ିବ। ସୂଚନାଯୋଗ୍ୟ, ଏହି ଦୁଇ ଷ୍ଟେଶନ ବ୍ୟତୀତ ଅନ୍ୟ କୌଣସି ଷ୍ଟେଶନରେ ସମୟସୂଚୀ ପରିବର୍ତ୍ତନ କରାଯାଇ ନାହିଁ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ହର୍ମୁଜ ବନ୍ଦ, ପୁଣିଥରେ ବୃଦ୍ଧି ପାଇଲା ତୈଳ ଦର, ଜାଣନ୍ତୁ କେତେ ରହିଛି ଆଜି…

ଓ୍ବାଶିଂଟନ୍‌,୧୦।୪: ପଶ୍ଚିମ ଏସିଆର ପରିସ୍ଥିତି ପୁଣି ଥରେ ଏକ ଅସ୍ଥିର ସ୍ଥିତିରେ ପହଞ୍ଚିଛି। ଆମେରିକା, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଦୁର୍ବଳ ହେଉଥିବା ପରି ମନେ…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା: ମୁଖ୍ୟମନ୍ତ୍ରୀଙ୍କ ସହ ଲିଷ୍ଟରେ ଅଛନ୍ତି…

ଭୁବନେଶ୍ୱର,୧୦।୪: ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା। ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ,…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri