ନନ୍ଦନକାନନରେ ଲାଞ୍ଜଖଣ୍ଡି ବାଘୁଣୀ ପ୍ରିୟଙ୍କା ମୃତ

ବାରଙ୍ଗ,୧୩।୮(ଡି.ଏନ୍‌.ଏ.): ସୋମବାର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ଉଭୟ ଖୁସି ଓ ଦୁଃଖର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏପଟେ ବିଶ୍ୱ ହସ୍ତୀ ଦିବସ ପାଳନ ପାଇଁ ନନ୍ଦନକାନନ ଅଧିକାରୀମାନେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ଏନକ୍ଲୋଜର ନଂ୧୮ରେ ନାଲି ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ଘଟିଛି। ମୃତ୍ୟୁ କରିଥିବା ଏହି ବାଘୁଣୀ ଅଶୋକ ଓ ତନୁଜା ଔରସରୁ ୨୫ ମାର୍ଚ୍ଚ ୨୦୦୦ରେ ଜନ୍ମଗ୍ରହଣ କରି ୧୯ବର୍ଷ ୫ମାସ ବୟସର ହୋଇଥିଲା। ଗତ୨ବର୍ଷହେବ ବୟସ୍କାଧିକ କାରଣରୁ ତା’ର ଚିକିତ୍ସା ଜାରିରହିଥିଲା। ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ପ୍ରିୟଙ୍କାର ଚିକିତ୍ସା ସତ୍ତ୍ୱେ ସୋମବାର ସାଢେ୧୦ଟାରେ ମୃତ୍ୟୁ କରିଥିଲା। ଗତ ୧ମାସ ହେବ ପ୍ରିୟଙ୍କାର ସ୍ବାସ୍ଥ୍ୟରେ କ୍ରମାଗତଭାବେ ଅବନତି ଘଟିବାରୁ ଧୀରେ ଧୀରେ ଶରୀର କ୍ଷୀଣ ହେବାସହ ଓଜନ ହ୍ରାସ ହୋଇ ଆହର କମିବାରେ ଲାଗିଥିଲା। ରବିବାରଠାରୁ ଉଠିବାର ଶକ୍ତି ହରାଇବା ସହ କ୍ୱାରେଣ୍ଟଟାଇନରେ ସେ ତଳେ ପଡିଯାଇଥିଲା। ଖବରପାଇ ନନ୍ଦନକାନନ ଡାକ୍ତରମାନେ ଯାଇ ତା’ର ଚିକିତ୍ସା କରି ସାଲାଇନ ଲଗାଇଥିଲେ ମଧ୍ୟ ବଞ୍ଚାଇବାରେ ସକ୍ଷମ ହୋଇ ନ ଥିଲେ। ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ମହାବଳ ବାଘୁଣୀ ଥିଲା ପ୍ରିୟଙ୍କା। ରାଗୀସ୍ବଭାବର ଏହି ମହାବଳ ବାଘୁଣୀ ଅନ୍ୟ ଏକ ବାଘୁଣୀ ସହ ଲଢ଼େଇରେ ନିଜ ଲାଞ୍ଜଟି ହରାଇଥିଲା। ସେହିଦିନଠାରୁ ଲାଞ୍ଜଖଣ୍ଡି ନାମରେ ପରିଚିତ ପ୍ରିୟଙ୍କା ତା’ର ଜୀବନ କାଳ ମଧ୍ୟରେ ୬ଟି ଛୁଆ ଜନ୍ମ କରିଥିଲେ ମଧ୍ୟ ୫ଟି ବଞ୍ଚାଇପାରି ନ ଥିବାବେଳେ ଗୋଟିଏ ଛୁଆ କଲିକତାକୁ ଯାଇଥିବାର ଜଣାପଡିଛି। ରୋଶନ ଓ ପ୍ରିୟଙ୍କାର ପ୍ରଥମ ମିଳନରେ ୧୫ ଓ ୧୬ତାରିଖ ନଭେମ୍ବର ୨୦୧୧ରେ ୫ଟି ସନ୍ତାନ ଜନ୍ମ ନେଇଥିଲା। ସେମାନଙ୍କ ମଧ୍ୟରେ ଗୋଟିଏ ଧଳା ଓ ୪ଟି ସାଧାରଣ ରଙ୍ଗର ଛୁଆ ରହିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଥିଲା ଅଲଗା ଏହି ନବଜାତକ ଛୁଆଜନ୍ମ ହେବାର ୪ଦିନ ନପୂରୁଣୁ ୧୮ନଭେମ୍ବରରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଯାହାକି ଥଣ୍ଡା ଯୋଗୁ ମୃତ୍ୟୁ କରିଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ। ଏହାକୁ ନେଇ ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାକୁ ନେଇ ପିପୁଲ ଫର ଆନିମଲ୍ସ ପକ୍ଷରୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନାମରେ ଅଭିଯୋଗ ହୋଇଥିଲା ଓ ଘଟଣାର ତଦନ୍ତ ପାଇଁ ସିଜେଡଏର ଏକ ଟିମ ଆସିଥିଲେ। ପ୍ରିୟଙ୍କାର ଦ୍ୱିତୀୟ ଗର୍ଭସ୍ଥ ସନ୍ତାନ ଶୀଲା ୨୦୧୪ ଜାନୁୟାରୀ ୨୭ରେ ଜିରାଫ ଆଣିବା ପ୍ରତିବଦଳରେ କଲିକତା ଚିଡିଆଖାନାକୁ ଯାଇଥିଲା। ପ୍ରିୟଙ୍କାର ମୃତ୍ୟୁପରେ ନନ୍ଦନକାନନରେ ବାଘ ସଂଖ୍ୟା ହ୍ରାସ ପାଇ ୨୬ରେ ପହଞ୍ଚତ୍ଛି। ସେଥିମଧ୍ୟରେ ସାଧାରଣ ବାଘ ୫ଅଣ୍ଡିରା ଓ ୮ମାଈ, ଧଳାବାଘ ୪ଅଣ୍ଡିରା ଓ ୫ମାଈ, କଳାଲୋମଯୁକ୍ତ ବାଘ ୪ଅଣ୍ଡିରା ଥିବାର ଜଣାପଡିଛି। ସେହିପରି ୨୦୧୮ସେପ୍ଟେମ୍ବର୨୯ରେ ଜନ୍ତୁ ଅଦଳବଦଳରେ ମହୀଶୂର ଶ୍ରୀରାମଚନ୍ଦ୍ର ଜୁଲୋଜିକାଲ ପାର୍କରୁ ଆସିଥିବା ଅଣ୍ଡିରା ଧୂସର ଗଧିଆ ଏବେ କ୍ୱାରେଣ୍ଟଟାଇନରେ ରହି ମୃତ୍ୟୁସହ ସଂଗ୍ରାମ କରୁଥିବାର ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri