ନନ୍ଦନକାନନରେ ଲାଞ୍ଜଖଣ୍ଡି ବାଘୁଣୀ ପ୍ରିୟଙ୍କା ମୃତ

ବାରଙ୍ଗ,୧୩।୮(ଡି.ଏନ୍‌.ଏ.): ସୋମବାର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ଉଭୟ ଖୁସି ଓ ଦୁଃଖର ବାତାବରଣ ସୃଷ୍ଟି ହୋଇଛି। ଗୋଟିଏପଟେ ବିଶ୍ୱ ହସ୍ତୀ ଦିବସ ପାଳନ ପାଇଁ ନନ୍ଦନକାନନ ଅଧିକାରୀମାନେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ଏନକ୍ଲୋଜର ନଂ୧୮ରେ ନାଲି ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ଘଟିଛି। ମୃତ୍ୟୁ କରିଥିବା ଏହି ବାଘୁଣୀ ଅଶୋକ ଓ ତନୁଜା ଔରସରୁ ୨୫ ମାର୍ଚ୍ଚ ୨୦୦୦ରେ ଜନ୍ମଗ୍ରହଣ କରି ୧୯ବର୍ଷ ୫ମାସ ବୟସର ହୋଇଥିଲା। ଗତ୨ବର୍ଷହେବ ବୟସ୍କାଧିକ କାରଣରୁ ତା’ର ଚିକିତ୍ସା ଜାରିରହିଥିଲା। ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ପ୍ରିୟଙ୍କାର ଚିକିତ୍ସା ସତ୍ତ୍ୱେ ସୋମବାର ସାଢେ୧୦ଟାରେ ମୃତ୍ୟୁ କରିଥିଲା। ଗତ ୧ମାସ ହେବ ପ୍ରିୟଙ୍କାର ସ୍ବାସ୍ଥ୍ୟରେ କ୍ରମାଗତଭାବେ ଅବନତି ଘଟିବାରୁ ଧୀରେ ଧୀରେ ଶରୀର କ୍ଷୀଣ ହେବାସହ ଓଜନ ହ୍ରାସ ହୋଇ ଆହର କମିବାରେ ଲାଗିଥିଲା। ରବିବାରଠାରୁ ଉଠିବାର ଶକ୍ତି ହରାଇବା ସହ କ୍ୱାରେଣ୍ଟଟାଇନରେ ସେ ତଳେ ପଡିଯାଇଥିଲା। ଖବରପାଇ ନନ୍ଦନକାନନ ଡାକ୍ତରମାନେ ଯାଇ ତା’ର ଚିକିତ୍ସା କରି ସାଲାଇନ ଲଗାଇଥିଲେ ମଧ୍ୟ ବଞ୍ଚାଇବାରେ ସକ୍ଷମ ହୋଇ ନ ଥିଲେ। ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ମହାବଳ ବାଘୁଣୀ ଥିଲା ପ୍ରିୟଙ୍କା। ରାଗୀସ୍ବଭାବର ଏହି ମହାବଳ ବାଘୁଣୀ ଅନ୍ୟ ଏକ ବାଘୁଣୀ ସହ ଲଢ଼େଇରେ ନିଜ ଲାଞ୍ଜଟି ହରାଇଥିଲା। ସେହିଦିନଠାରୁ ଲାଞ୍ଜଖଣ୍ଡି ନାମରେ ପରିଚିତ ପ୍ରିୟଙ୍କା ତା’ର ଜୀବନ କାଳ ମଧ୍ୟରେ ୬ଟି ଛୁଆ ଜନ୍ମ କରିଥିଲେ ମଧ୍ୟ ୫ଟି ବଞ୍ଚାଇପାରି ନ ଥିବାବେଳେ ଗୋଟିଏ ଛୁଆ କଲିକତାକୁ ଯାଇଥିବାର ଜଣାପଡିଛି। ରୋଶନ ଓ ପ୍ରିୟଙ୍କାର ପ୍ରଥମ ମିଳନରେ ୧୫ ଓ ୧୬ତାରିଖ ନଭେମ୍ବର ୨୦୧୧ରେ ୫ଟି ସନ୍ତାନ ଜନ୍ମ ନେଇଥିଲା। ସେମାନଙ୍କ ମଧ୍ୟରେ ଗୋଟିଏ ଧଳା ଓ ୪ଟି ସାଧାରଣ ରଙ୍ଗର ଛୁଆ ରହିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଥିଲା ଅଲଗା ଏହି ନବଜାତକ ଛୁଆଜନ୍ମ ହେବାର ୪ଦିନ ନପୂରୁଣୁ ୧୮ନଭେମ୍ବରରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଯାହାକି ଥଣ୍ଡା ଯୋଗୁ ମୃତ୍ୟୁ କରିଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ। ଏହାକୁ ନେଇ ସେ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାକୁ ନେଇ ପିପୁଲ ଫର ଆନିମଲ୍ସ ପକ୍ଷରୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନାମରେ ଅଭିଯୋଗ ହୋଇଥିଲା ଓ ଘଟଣାର ତଦନ୍ତ ପାଇଁ ସିଜେଡଏର ଏକ ଟିମ ଆସିଥିଲେ। ପ୍ରିୟଙ୍କାର ଦ୍ୱିତୀୟ ଗର୍ଭସ୍ଥ ସନ୍ତାନ ଶୀଲା ୨୦୧୪ ଜାନୁୟାରୀ ୨୭ରେ ଜିରାଫ ଆଣିବା ପ୍ରତିବଦଳରେ କଲିକତା ଚିଡିଆଖାନାକୁ ଯାଇଥିଲା। ପ୍ରିୟଙ୍କାର ମୃତ୍ୟୁପରେ ନନ୍ଦନକାନନରେ ବାଘ ସଂଖ୍ୟା ହ୍ରାସ ପାଇ ୨୬ରେ ପହଞ୍ଚତ୍ଛି। ସେଥିମଧ୍ୟରେ ସାଧାରଣ ବାଘ ୫ଅଣ୍ଡିରା ଓ ୮ମାଈ, ଧଳାବାଘ ୪ଅଣ୍ଡିରା ଓ ୫ମାଈ, କଳାଲୋମଯୁକ୍ତ ବାଘ ୪ଅଣ୍ଡିରା ଥିବାର ଜଣାପଡିଛି। ସେହିପରି ୨୦୧୮ସେପ୍ଟେମ୍ବର୨୯ରେ ଜନ୍ତୁ ଅଦଳବଦଳରେ ମହୀଶୂର ଶ୍ରୀରାମଚନ୍ଦ୍ର ଜୁଲୋଜିକାଲ ପାର୍କରୁ ଆସିଥିବା ଅଣ୍ଡିରା ଧୂସର ଗଧିଆ ଏବେ କ୍ୱାରେଣ୍ଟଟାଇନରେ ରହି ମୃତ୍ୟୁସହ ସଂଗ୍ରାମ କରୁଥିବାର ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri