Categories: ଯାଜପୁର

ନଦୀରେ ବୁଡି ଗଲେ ଯବାନ: ୫ କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ

ରତ୍ନଗିରି,୮।୬(ଡି.ଏନ.ଏ.)- ଯାଜପୁର ଜିଲା ବଡଚଣା ବ୍ଲକ ବାଲିକୁଦା ବଜାର ନିକଟସ୍ଥ କେଲୁଅ ନଦୀରେ ବୁଡି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବରୀ ବ୍ଲକ ଧାରପୁର ପଞ୍ଚାୟତ ନାଥପୁର ଗ୍ରାମର ବିକାଶ ପଣ୍ଡା।
ଘଟଣାରୁ ଜଣାପଡ଼ିଛି, ସକାଳେ ବିକାଶ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଗଭୀର ପାଣିରେ ବୁଡି ଯାଇଥିଲେ। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବିକାଶଙ୍କ ପତ୍ତା ମିଳିପାରି ନ ଥିଲା। ତେବେ ଅପରାହ୍ନରେ ପ୍ରାୟ ୫ କି.ମି.ଦୂର କମ୍ପଗଡ ନିକଟସ୍ଥ ବେଣୀପୁର ପୋଲ ନିକଟରେ ଅଗ୍ନିଶମ କର୍ମଚାରୀମାନେ ବିକାଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ବିକାଶ ମାଲାକନଗିରିଠାରେ ବିଏସଏଫରେ କାର୍ଯ୍ୟରତ ଥିଲେ। ଲକ ଡାଉନ ସମୟରେ ସେ ଘରକୁ ଆସି ଫେରି ପାରି ନ ଥିଲେ।