ନଗଦ କାରବାର ଛାଡିବାକୁ ଲୋକେ ବିମୁଖ

ମୁମ୍ବାଇ,୧୭-୧୧: ଦେଶ ମଧ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ଏବେବି ଲୋକମାନେ ବିଭିନ୍ନ କାର୍ଯ୍ୟ ଲାଗି ନଗଦ କାରବାର ଛାଡିବାକୁ ବିମୁଖ ଅଛନ୍ତି। ଏହାଯୋଗୁ ଦେଶର ଡିଜିଟାଲ ଅର୍ଥନୀତି ସ୍ବପ୍ନ ଧିମା ହେଉଥିବା ନଜରକୁ ଆସିଛି। ଗ୍ରାମାଞ୍ଚଳ ବାଦ୍‌ ସହରାଞ୍ଚଳରେ ମଧ୍ୟ ଦୈନଦିନ ବ୍ୟବହାରରେ ଲୋକମାନେ ଅଧିକ ସଂଖ୍ୟାରେ ନଗଦ କାରବାର କରୁଥିବା ଦେଖାଯାଉଛି। ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ଅଭାବରୁ ଡିଜିଟାଲ କାରବାରରେ ବାଧା ଉପୁଜୁଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା ଦ୍ୱାରା ସରକାର ପ୍ରଚଳନରେ ଥିବା ପ୍ରାୟ ୮୬% ବଡ ବଡ ନୋଟକୁ ଅଚଳ କରିଦେଲେ। ଅଘୋଷିତ କଳାଟଙ୍କା ଏବଂ ଦୁର୍ନୀତି ବିରୋଧରେ ଲଢେଇ ଲାଗି ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଥିବା ସରକାର କହିଥିଲେ। ସେହିଭଳି ନଗଦ କାରବାର କମାଇବା ଏବଂ ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହନ ପ୍ରଦାନ ସରକାରଙ୍କ ଲକ୍ଷ୍ୟ ଥିଲା। କିନ୍ତୁ ଏବେ ୯୯.୩% ଅଚଳ ନୋଟ ବଜାର ବ୍ୟବସ୍ଥାକୁ ଫେରି ଆସିଛି। ପ୍ରଚଳନରେ ଥିବା ଏକ ନଗଣ୍ୟ ଅଂଶ ଫେରିନାହିଁ ଯାହାକୁ କଳାଟଙ୍କା ବୋଲି ବିବେଚନା କରାଯାଏ। ମାତ୍ର ନଗଦ ପ୍ରତି ରହିଥିବା ଲୋକଙ୍କ ଆସକ୍ତି ଏବେ ଦୃଢ ହୋଇଥିବା ଜଣାପଡିଛି। ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିଲେ ମଧ୍ୟ ଏବେ ମଧ୍ୟ ପ୍ରଚଳନ ନଗଦ ମାତ୍ରା ବଢି ଚାଲିଛି।
ରିଜର୍ଭ ବ୍ୟାଙ୍କ ତଥ୍ୟ ମୁତାବକ, ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବିମୁଦ୍ରୀକରଣ ପରେ ବ୍ୟବସ୍ଥାରେ ନଗଦ ପରିମାଣ ୧୭% ବଢି ୨୧.୧ ଲକ୍ଷ କୋଟି( ୨୯୫.୭ ବିଲିୟନ ଡଲାର) ଟପିଛି। ଏହି ସମୟରେ ଦେଶର ମୋଟ ଜିଡିପିକୁ ଏବଂ ମୁଦ୍ରା ସଞ୍ଚାଳନ ଅନୁପାତ ଏବେ ୧୧.୨୩%କୁ ବଢିଛି। ଏହା ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ୮.୬୯% ରହିଥିଲା। ୨୦୧୭-୧୮ରେ ଡିଜିଟାଲ ନେଣଦେଣ ୨୨.୨% ବଢିଥିବା ବେଳେ ଏହା ୨୦୧୮-୧୯ରେ ୧୯.୫% ରହିଥିବା କେନ୍ଦ୍ରୀୟ ବ୍ୟାଙ୍କର ତଥ୍ୟରୁ ସାମ୍ନାକୁ ଆସିଛି। ଡିଜିଟାଲ ନେଣଦେଣକୁ ବଢାଇବା ଲାଗି ସରକାର ଷ୍ଟେଟ ଅଫ ଆର୍ଟ ପେମେଣ୍ଟ ସିଷ୍ଟମ ଆଣିଛି। ସେହିଭଳି ପାର୍କିଂ,ଫୁଏଲ, ଟୋଲ ସଂଗ୍ରହ କ୍ଷେତ୍ରରେ ଇପେମେଣ୍ଟକୁ ବଢାଇବା ଦିଗରେ ରିଜର୍ଭ ବ୍ୟାଙ୍କ କାମ କରୁଛି। ଏହାବାଦ ୨୦୨୦ ଜାନୁୟାରୀରୁ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ନେଣଦେଣରେ କୌଣସି ଚାର୍ଜ ନ କରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି।
ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାରେ ଲୋକମାନେ ବିଭିନ୍ନ କାରଣ ଲାଗି ନଗଦ ବ୍ୟବହାରକୁ ଉଚିତ ମଣୁଛନ୍ତି। ଉଚ୍ଚ ହାରରେ ଟିକସ ପ୍ରଦାନରୁ ବିରତ ହେବା, ରିଟେଲରଙ୍କଠାରୁ ଉଚ୍ଚ ଚାର୍ଜ ଭଳି ପ୍ରସଙ୍ଗ ଏହା ମଧ୍ୟରେ ସାମିଲ ରହିଛି। ଇ-ଟ୍ରାଞ୍ଜାକସନ୍‌ ଲାଗି ଛୋଟଛୋଟ ଷ୍ଟୋରଗୁଡିକ ପ୍ରଦାନ କରୁଥିବା ସର୍ଭିସ ପାର୍ଟନର ଚାର୍ଜ ମଧ୍ୟ ସେମାନଙ୍କ ଲାଗି ଅଡୁଆ ହେଉଛି। ଏଟିଏମ୍‌ଗୁଡିକର ଉଚ୍ଚ ପରିଚାଳନା ଖର୍ଚ୍ଚ ଯୋଗୁ ନୂଆ ଏଟିଏମ୍‌ ଖୋଲିବାରେ ବାଧା ଉପୁଜୁଛି। ବ୍ରିକ୍ସ ଦେଶ ତୁଳନାରେ ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଏଟିଏମ୍‌ ସଂଖ୍ୟା ଅତି ସ୍ବଳ୍ପ ରହିଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) କହିଛି। ଦେଶର ମୋଟ ଜନସଂଖ୍ୟା ମଧ୍ୟରୁ ଏକ ସିଂହଭାଗ ଅଂଶ ଗ୍ରାମାଞ୍ଚଳରେ ରହୁଥିବାରୁ ଇ-ପେମେଣ୍ଟ କ୍ଷେତ୍ରରେ ଏହା ବାଧା ଉପୁଜାଉଛି। ଡିଜିଟାଲ ପେମେଣ୍ଟ ମେଟ୍ରୋ ସହର ସମେତ ସହର ଏବଂ ଅର୍ଦ୍ଧ ସହରାଞ୍ଚଳରେ ଦେଖାଯାଉଛି। ମାତ୍ର ଗ୍ରାମାଞ୍ଚଳରେ ସ୍ଥିତିରେ ଉନ୍ନତି ଏବେ ଯାଏ ଆସିନାହିଁ।
ଅଣସଙ୍ଗଠିିତ କ୍ଷେତ୍ର, ଆର୍ଥତ୍କ ସାକ୍ଷରତା ଭଳି ପ୍ରସଙ୍ଗ ଭଳି ସମସ୍ୟା ଯୋଗୁ ଡିଜିଟାଲ କାରବାର ବଢିବାରେ ବାଧା ଉପୁଜୁଥିବା ଏଲ୍‌ଆଣ୍ଡଟି ଫାଇନାନ୍ସିଆଲ ହୋଲ୍ଡିଂର ମୁଖ୍ୟ ଅର୍ଥନୀତିଜ୍ଞ ରୂପା ରେଜେ ନିତସରେ କହିଛନ୍ତି। ଏହି ଧାରାରେ କେବେ ଉନ୍ନତି ଆସିବ କହିହେବ ନାହିଁ। ଶିକ୍ଷାର ସ୍ତର ଏବଂ ଆର୍ଥତ୍କ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଏହା ନିର୍ଭର କରିଥାଏ ବୋଲି ସେ ମତ ରଖିଛନ୍ତି। ଇଣ୍ଟରନେଟ ଏବଂ ମୋବାଇଲ ବ୍ୟବହାର କ୍ଷେତ୍ରରେ ଭାରତ ଚାଇନା ପରେ ଦ୍ୱିତୀୟ ସର୍ବବୃହତ୍‌ ବଜାର। ମାତ୍ର ସୋସିଆଲ ମିଡିଆ ଫାର୍ମ ଲୋକାଲ ସର୍କଲ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ ଭାରତରେ ଅଧିକାଂଶ ଲୋକ କ୍ରୟ ଲାଗି ଡିଜିଟାଲ ତୁଳନାରେ ଏବେ ମଧ୍ୟ ନଗଦ ଉପରେ ନିର୍ଭରଶୀଳ ଅଛନ୍ତି। ସେହିଭଳି ସୁନା ଏବଂ ରୁପାରେ ଜିଏସ୍‌ଟି ଯୋଗୁ ଲୋକମାନେ ନଗଦରେ କିଣିବାକୁ ପସନ୍ଦ କରୁଛନ୍ତି। ସୁନା କିଣିବା ବେଳେ ଜିଏସ୍‌ଟି ନ ଦେବା ଲାଗି ବିନା ରସିଦ୍‌ କିଣିବାକୁ ଲୋକମାନେ ପସନ୍ଦ କରୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?