ନଗଦ କାରବାର ଛାଡିବାକୁ ଲୋକେ ବିମୁଖ

ମୁମ୍ବାଇ,୧୭-୧୧: ଦେଶ ମଧ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଥିଲେ ମଧ୍ୟ ଏବେବି ଲୋକମାନେ ବିଭିନ୍ନ କାର୍ଯ୍ୟ ଲାଗି ନଗଦ କାରବାର ଛାଡିବାକୁ ବିମୁଖ ଅଛନ୍ତି। ଏହାଯୋଗୁ ଦେଶର ଡିଜିଟାଲ ଅର୍ଥନୀତି ସ୍ବପ୍ନ ଧିମା ହେଉଥିବା ନଜରକୁ ଆସିଛି। ଗ୍ରାମାଞ୍ଚଳ ବାଦ୍‌ ସହରାଞ୍ଚଳରେ ମଧ୍ୟ ଦୈନଦିନ ବ୍ୟବହାରରେ ଲୋକମାନେ ଅଧିକ ସଂଖ୍ୟାରେ ନଗଦ କାରବାର କରୁଥିବା ଦେଖାଯାଉଛି। ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ଅଭାବରୁ ଡିଜିଟାଲ କାରବାରରେ ବାଧା ଉପୁଜୁଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା ଦ୍ୱାରା ସରକାର ପ୍ରଚଳନରେ ଥିବା ପ୍ରାୟ ୮୬% ବଡ ବଡ ନୋଟକୁ ଅଚଳ କରିଦେଲେ। ଅଘୋଷିତ କଳାଟଙ୍କା ଏବଂ ଦୁର୍ନୀତି ବିରୋଧରେ ଲଢେଇ ଲାଗି ଏଭଳି ଏକ ପଦକ୍ଷେପ ଗ୍ରହଣ କରାଯାଇଥିବା ସରକାର କହିଥିଲେ। ସେହିଭଳି ନଗଦ କାରବାର କମାଇବା ଏବଂ ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହନ ପ୍ରଦାନ ସରକାରଙ୍କ ଲକ୍ଷ୍ୟ ଥିଲା। କିନ୍ତୁ ଏବେ ୯୯.୩% ଅଚଳ ନୋଟ ବଜାର ବ୍ୟବସ୍ଥାକୁ ଫେରି ଆସିଛି। ପ୍ରଚଳନରେ ଥିବା ଏକ ନଗଣ୍ୟ ଅଂଶ ଫେରିନାହିଁ ଯାହାକୁ କଳାଟଙ୍କା ବୋଲି ବିବେଚନା କରାଯାଏ। ମାତ୍ର ନଗଦ ପ୍ରତି ରହିଥିବା ଲୋକଙ୍କ ଆସକ୍ତି ଏବେ ଦୃଢ ହୋଇଥିବା ଜଣାପଡିଛି। ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିଲେ ମଧ୍ୟ ଏବେ ମଧ୍ୟ ପ୍ରଚଳନ ନଗଦ ମାତ୍ରା ବଢି ଚାଲିଛି।
ରିଜର୍ଭ ବ୍ୟାଙ୍କ ତଥ୍ୟ ମୁତାବକ, ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବିମୁଦ୍ରୀକରଣ ପରେ ବ୍ୟବସ୍ଥାରେ ନଗଦ ପରିମାଣ ୧୭% ବଢି ୨୧.୧ ଲକ୍ଷ କୋଟି( ୨୯୫.୭ ବିଲିୟନ ଡଲାର) ଟପିଛି। ଏହି ସମୟରେ ଦେଶର ମୋଟ ଜିଡିପିକୁ ଏବଂ ମୁଦ୍ରା ସଞ୍ଚାଳନ ଅନୁପାତ ଏବେ ୧୧.୨୩%କୁ ବଢିଛି। ଏହା ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ୮.୬୯% ରହିଥିଲା। ୨୦୧୭-୧୮ରେ ଡିଜିଟାଲ ନେଣଦେଣ ୨୨.୨% ବଢିଥିବା ବେଳେ ଏହା ୨୦୧୮-୧୯ରେ ୧୯.୫% ରହିଥିବା କେନ୍ଦ୍ରୀୟ ବ୍ୟାଙ୍କର ତଥ୍ୟରୁ ସାମ୍ନାକୁ ଆସିଛି। ଡିଜିଟାଲ ନେଣଦେଣକୁ ବଢାଇବା ଲାଗି ସରକାର ଷ୍ଟେଟ ଅଫ ଆର୍ଟ ପେମେଣ୍ଟ ସିଷ୍ଟମ ଆଣିଛି। ସେହିଭଳି ପାର୍କିଂ,ଫୁଏଲ, ଟୋଲ ସଂଗ୍ରହ କ୍ଷେତ୍ରରେ ଇପେମେଣ୍ଟକୁ ବଢାଇବା ଦିଗରେ ରିଜର୍ଭ ବ୍ୟାଙ୍କ କାମ କରୁଛି। ଏହାବାଦ ୨୦୨୦ ଜାନୁୟାରୀରୁ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ନେଣଦେଣରେ କୌଣସି ଚାର୍ଜ ନ କରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି।
ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାରେ ଲୋକମାନେ ବିଭିନ୍ନ କାରଣ ଲାଗି ନଗଦ ବ୍ୟବହାରକୁ ଉଚିତ ମଣୁଛନ୍ତି। ଉଚ୍ଚ ହାରରେ ଟିକସ ପ୍ରଦାନରୁ ବିରତ ହେବା, ରିଟେଲରଙ୍କଠାରୁ ଉଚ୍ଚ ଚାର୍ଜ ଭଳି ପ୍ରସଙ୍ଗ ଏହା ମଧ୍ୟରେ ସାମିଲ ରହିଛି। ଇ-ଟ୍ରାଞ୍ଜାକସନ୍‌ ଲାଗି ଛୋଟଛୋଟ ଷ୍ଟୋରଗୁଡିକ ପ୍ରଦାନ କରୁଥିବା ସର୍ଭିସ ପାର୍ଟନର ଚାର୍ଜ ମଧ୍ୟ ସେମାନଙ୍କ ଲାଗି ଅଡୁଆ ହେଉଛି। ଏଟିଏମ୍‌ଗୁଡିକର ଉଚ୍ଚ ପରିଚାଳନା ଖର୍ଚ୍ଚ ଯୋଗୁ ନୂଆ ଏଟିଏମ୍‌ ଖୋଲିବାରେ ବାଧା ଉପୁଜୁଛି। ବ୍ରିକ୍ସ ଦେଶ ତୁଳନାରେ ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଏଟିଏମ୍‌ ସଂଖ୍ୟା ଅତି ସ୍ବଳ୍ପ ରହିଥିବା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) କହିଛି। ଦେଶର ମୋଟ ଜନସଂଖ୍ୟା ମଧ୍ୟରୁ ଏକ ସିଂହଭାଗ ଅଂଶ ଗ୍ରାମାଞ୍ଚଳରେ ରହୁଥିବାରୁ ଇ-ପେମେଣ୍ଟ କ୍ଷେତ୍ରରେ ଏହା ବାଧା ଉପୁଜାଉଛି। ଡିଜିଟାଲ ପେମେଣ୍ଟ ମେଟ୍ରୋ ସହର ସମେତ ସହର ଏବଂ ଅର୍ଦ୍ଧ ସହରାଞ୍ଚଳରେ ଦେଖାଯାଉଛି। ମାତ୍ର ଗ୍ରାମାଞ୍ଚଳରେ ସ୍ଥିତିରେ ଉନ୍ନତି ଏବେ ଯାଏ ଆସିନାହିଁ।
ଅଣସଙ୍ଗଠିିତ କ୍ଷେତ୍ର, ଆର୍ଥତ୍କ ସାକ୍ଷରତା ଭଳି ପ୍ରସଙ୍ଗ ଭଳି ସମସ୍ୟା ଯୋଗୁ ଡିଜିଟାଲ କାରବାର ବଢିବାରେ ବାଧା ଉପୁଜୁଥିବା ଏଲ୍‌ଆଣ୍ଡଟି ଫାଇନାନ୍ସିଆଲ ହୋଲ୍ଡିଂର ମୁଖ୍ୟ ଅର୍ଥନୀତିଜ୍ଞ ରୂପା ରେଜେ ନିତସରେ କହିଛନ୍ତି। ଏହି ଧାରାରେ କେବେ ଉନ୍ନତି ଆସିବ କହିହେବ ନାହିଁ। ଶିକ୍ଷାର ସ୍ତର ଏବଂ ଆର୍ଥତ୍କ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ଏହା ନିର୍ଭର କରିଥାଏ ବୋଲି ସେ ମତ ରଖିଛନ୍ତି। ଇଣ୍ଟରନେଟ ଏବଂ ମୋବାଇଲ ବ୍ୟବହାର କ୍ଷେତ୍ରରେ ଭାରତ ଚାଇନା ପରେ ଦ୍ୱିତୀୟ ସର୍ବବୃହତ୍‌ ବଜାର। ମାତ୍ର ସୋସିଆଲ ମିଡିଆ ଫାର୍ମ ଲୋକାଲ ସର୍କଲ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ ଭାରତରେ ଅଧିକାଂଶ ଲୋକ କ୍ରୟ ଲାଗି ଡିଜିଟାଲ ତୁଳନାରେ ଏବେ ମଧ୍ୟ ନଗଦ ଉପରେ ନିର୍ଭରଶୀଳ ଅଛନ୍ତି। ସେହିଭଳି ସୁନା ଏବଂ ରୁପାରେ ଜିଏସ୍‌ଟି ଯୋଗୁ ଲୋକମାନେ ନଗଦରେ କିଣିବାକୁ ପସନ୍ଦ କରୁଛନ୍ତି। ସୁନା କିଣିବା ବେଳେ ଜିଏସ୍‌ଟି ନ ଦେବା ଲାଗି ବିନା ରସିଦ୍‌ କିଣିବାକୁ ଲୋକମାନେ ପସନ୍ଦ କରୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri