ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀରେ ବଢ଼ିଲା କଟକଣା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଭାଇରସ୍‌ ସଂକ୍ରମଣ ଜଣାପଡିବା ପରେ ସବୁଠି କଟକଣା ଲାଗୁ କରାଯାଇଛି। କେଉଁଠି ୧୪୪ ଧାରା ଲାଗୁ ହୋଇଛି ତ ଆଉ କେଉଁଠି ମଲ୍‌ରୁ ଆରମ୍ଭକରି ମନ୍ଦିର, ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦିଆଯାଇଛି। ଏପରିସ୍ଥିତିରେ ଭୟଭୀତ ନ ହୋଇ ସତର୍କ ରହି ପରିସ୍ଥିତିର ସାମ୍ନା କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ଜିଲା ପ୍ରଶାସନ ପକ୍ଷରୁ ସଚେତନତାମୂଳକ ପଦକ୍ଷେପକୁ ତ୍ୱରାନ୍ବିତ କରାଯାଇଛି। ଅଧିକାଂଶ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରିଦିଆଯିବା ସହ ବିଭିନ୍ନ ଉତ୍ସବ, ମହୋତ୍ସବ ଓ ଧାର୍ମିକ କାର୍ଯ୍ୟକୁ ବାତିଲ କରାଯାଇଛି।
କରୋନା ପାଇଁ ସର୍ବାଧିକ ପ୍ରଭାବିତ ହୋଇଛି ପୁରୀ ପର୍ଯ୍ୟଟନ ଶିଳ୍ପ। ଶ୍ରୀମନ୍ଦିରରେ ପ୍ରବେଶ ଲାଗି କଟକଣା ଜାରି କରାଯାଇଥିବାବେଳେ ପୁରୀ ଯାଉଥିବା ସମସ୍ତ ଗାଡ଼ିକୁ ପିପିଲି ଟୋଲ୍‌ଗେଟରେ ଯାଞ୍ଚ କରାଯାଉଛି। ପରିବହନ କର୍ମଚାରୀ, ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଏହି ଟୋଲ୍‌ଗେଟରେ ଯାଞ୍ଚ କରୁଥିବାବେଳେ ପର୍ଯ୍ୟଟକମାନଙ୍କୁ ନେଇ ପୁରୀ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଯାଉଛି। ଫଳରେ ସୋମବାର ଶତାଧିକ ଗାଡ଼ି ଟୋଲ୍‌ଗେଟ୍‌ ନିକଟରୁ ଫେରିଥିବା ଜଣାପଡିଛି। ଅନ୍ୟପକ୍ଷରେ ପୁରୀରେ ରହିଯାଇଥିବା ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାକଟପୁର ମଙ୍ଗଳା ମନ୍ଦିରରେ ମଧ୍ୟ କରୋନା କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ରସିଦ୍ଧ ହରିରାଜପୁର ମେଳଣରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ସେହିଭଳି କରୋନାକୁ ଦୃଷ୍ଟିରେ ରଖି ଯାଜପୁର ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଜନସମାଗମକୁ ବନ୍ଦ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବାବେଳେ ଆସନ୍ତା ୨୧ରେ ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବାତିଲ କରି ଦିଆଯାଇଛି। କେବଳ ଏତିକି ନୁହେଁ, ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ମଧ୍ୟ ଜିଲା ପ୍ରଶାସନ ବାତିଲ କରିଦେଇଛି। ଏଠାରେ ମଧ୍ୟ ଜିଲା ଭିତରକୁ ବାହାର ପର୍ଯ୍ୟଟକଙ୍କ ଗାଡି ପ୍ରବେଶ ନ କରାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ସମ୍ବଲପୁରରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶପିଂ ମଲ୍‌ ଓ ଶୋରୁମ୍‌ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ସମଲେଇ ମନ୍ଦିରରେ କଟକଣା ଜାରି ହୋଇଛି। ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ହୋଇଛି। କରୋନା ଲାଗି ଗଜପତି ଓ ମୟୂରଭଞ୍ଜ ଜିଲାରେ ସିନେମା ହଲ୍‌ ଓ ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାଉରକେଲାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଲଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଢେଙ୍କାନାଳ ଜିଲାରେ ୧୪୪ ଧାରା ଜାରି ହୋଇଛି। ପ୍ରସିଦ୍ଧ କପିଳାସ ଓ ବଳଦେବଜୀଉ ମନ୍ଦିର ଦର୍ଶନ ପାଇଁ କଟକଣା ଲଗାଯିବା ସହ ଶପିଂ ମଲ ଓ ଡିୟର ପାର୍କକୁ ବନ୍ଦ କରାଯାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗଜପତି ଜିଲାର ସମସ୍ତ ମଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କେନ୍ଦ୍ରାପଡ଼ାରେ ମଧ୍ୟ ଜିଲା ପ୍ରଶାସନ କୋଚିଂ ସେଣ୍ଟର ଓ ଶପିଂ ମଲ ବନ୍ଦ ରଖିବାକୁ ଘୋଷଣା କରିଛି।
ଏପଟେ ରାଜ୍ୟ ରାଜଧାନୀରେ କରୋନାର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୋଇଛି। ସହରର ସମସ୍ତ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ ଥିବାବେଳେ ମ୍ୟୁଜିୟମ୍‌ରୁ ଆରମ୍ଭକରି ପ୍ଲାନେଟାରିୟମ୍‌ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିଛି। ଧଉଳି ଶାନ୍ତିସ୍ତୂପ ସହ ଖଣ୍ଡଗିରି ଓ ଉଦୟଗିରିକୁ ମଧ୍ୟ ବନ୍ଦ କରାଯାଇଛି। ଜିଲା ପ୍ରଶାସନର ନିଷ୍ପତ୍ତିକୁ ପାଳନ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri