Posted inଖେଳ

ଧାବିକା କିରଣଜିତ୍‌ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩୦ା୫ (ପି.ଟି.):ଗତବର୍ଷ ଟାଟା ଷ୍ଟିଲ୍‌ କୋଲକାତା ୨୫କେ ରେସ୍‌ରେ ଭାରତୀୟଙ୍କ ମଧ୍ୟରେ ପ୍ରଥମ ହୋଇଥିବା ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା କିରଣଜିତ୍‌ କୌରଙ୍କୁ ଓ୍ବାଲର୍‌ଡ ଆଥଲେଟିକ୍ସ ୪ବର୍ଷ ବାସନ୍ଦ କରିଛି। ଦୋହାଠାରେ ହୋଇଥିବା ଡୋପ୍‌ ଟେଷ୍ଟରେ ସେ ଧରାପଡ଼ିଥିଲେ। ନ୍ୟାଶନାଲ ଆଣ୍ଟି ଡୋପ୍‌ ଟେଷ୍ଟିଂ ଲାବୋରେଟୋରିକୁ ସସ୍‌ପେଣ୍ଡ ସସ୍‌ପେଣ୍ଡ କରାଯାଇଥିବାରୁ କୌରଙ୍କର ଦୋହାସ୍ଥିତ ସାମ୍ପଲ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ସ୍ବୀକୃତିପ୍ରାପ୍ତ ଲାବୋରେଟୋରିରେ ସାମ୍ପଲ ଟେଷ୍ଟ ହୋଇଥିଲା। ୩୨ ବର୍ଷୀୟ କୌର ଟାଟା ଷ୍ଟିଲ୍‌ କୋଲକାତା ୨୫କେ’ରେ ଯେଉଁ ପୁରସ୍କାର ଜିତିଥିଲେ ତାହା ପ୍ରତ୍ୟାହାର କରି ନିଆଯିବ। ଡିସେମ୍ବର ୧୫ରେ ପ୍ରତିଯୋଗିତା ବେଳେ ତାଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିବାରୁ ସେହି ଦିନଠାରୁ ବାସନ୍ଦ ଦଣ୍ଡ ଲାଗୁ ହୋଇଛି। ଓ୍ବାଲର୍‌ଡ ଆଥଲେଟିକ୍ସ କିନ୍ତୁ ଫେବୃୟାରୀ ୨୬ରୁ ଏହି ଆଥଲେଟଙ୍କୁ ସାମୟିକ ବାସନ୍ଦ କରିସାରିଥିଲା। କୌର ୨୦୧୯ ଡିସେମ୍ବର ୧୫ରୁ ୨୦୨୦ ଫେବୃୟାରୀ ୨୬ ମଧ୍ୟରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିତା ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ସେ ଯଦି କୌଣସି ପୁରସ୍କାର, ଟାଇଟଲ, ପଦକ ଅବା ପଏଣ୍ଟ ହାସଲ କରିଥାନ୍ତି ତାହା ରଦ୍ଦ ହୋଇଯିବ। ଗତବର୍ଷ ଡିସେମ୍ବର ୧୫ରେ ଅନୁଷ୍ଠିତ କୋଲକାତା ୨୫କେ’ରେ କୌର ୧:୩୮:୫୬ ଟାଇମିଂରେ ଓଭରାଲ ୧୧ତମ ସ୍ଥାନରେ ରହିଥିଲେ ହେଁ ଭାରତୀୟଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗତବର୍ଷ ମାର୍ଚ୍ଚରେ ଫେଡେରେଶନ କପ୍‌ ନ୍ୟାଶନାଲ ଚାମ୍ପିୟନଶିପ୍‌ ପଟିଆଲାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ୧୦,୦୦୦ ମିଟରରେ ଏକ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ପ୍ରକୃତରେ ସେ ୩୫:୪୯.୯୬ ଟାଇମିଂରେ ଏହି ରେସ୍‌ରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ମାତ୍ର ଡୋପିଂ ଅପରାଧ ପାଇଁ ସଞ୍ଜିବନୀ ଯାଦବଙ୍କଠାରୁ ସ୍ବର୍ଣ୍ଣ ପଦକ ପ୍ରତ୍ୟାହାର କରି ନିଆଯିବାରୁ କୌରଙ୍କୁ ବ୍ରୋଞ୍ଜ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri