ଧାନ ରୋଇଲେ ଏସ୍‌ପି

ଚିତ୍ତୋର(ଆନ୍ଧ୍ରପ୍ରଦେଶ): କରୋନା ସମୟରେ ଅନେକ ଘଟଣା ସାମ୍ନାକୁ ଆସୁଛି, ଯାହା ଅନେକଙ୍କୁ ପ୍ରେରିତ କରୁଛି। ଏହି ସଙ୍କଟ ସମୟରେ ରାଜନେତାଙ୍କଠାରୁ ଅଧିକ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଆଗଧାଡ଼ିର ଯୋଦ୍ଧାଭାବେ ସାଧାରଣ ଲୋକଙ୍କ ସହ ଯୋଡ଼ିହୋଇ ରିୟଲ ହିରୋର ପରିଚୟ ଦେଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ତିରୁପତି ଅର୍ବାନ୍‌ ଏସ୍‌ପି ଅଭୁଲା ରମେଶ ରେଡ୍ଡି ଚାଷୀଙ୍କ ସହ ମିଶି ଧାନ ତଳି ରୋଇବା ଦେଖିବାକୁ ମିଳିଛି। ଶ୍ରୀକାଳହସ୍ତୀ ମନ୍ଦିର ସହରରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସେଠାରେ ଲକ୍‌ଡାଉନ୍‌ ନିୟମକୁ ଲୋକେ ମାନୁଛନ୍ତି କି ନାହିଁ ଯାଞ୍ଚ କରିବା ପାଇଁ ମଙ୍ଗଳବାର ଏସ୍‌ପି ପାଟୋଲିଂ କରୁଥିଲେ। ଏହି ସମୟରେ ଭେଙ୍କଟଗିରି ରୋଡ୍‌ସ୍ଥିତ ୟେରପେଡ଼ୁ ନିକଟ ରାସ୍ତାକଡ଼ ଜମିରେ ଧାନରୁଆ ଚାଲିଥିଲା। ଏହା ଦେଖି ଏସ୍‌ପି ନିଜକୁ ସମ୍ଭାଳିପାରି ନ ଥିଲେ। ସେ ଗାଡ଼ି ଅଟକାଇ ୟୁନିଫର୍ମ ପ୍ୟାଣ୍ଟକୁ ଫୋଲ୍ଡ କରି ସିଧା ଚାଷଜମିକୁ ଓହ୍ଲାଇଥିଲେ। ଧାନତଳି ଧରି ଚାଷୀ ଓ ଶ୍ରମିକଙ୍କ ସହ ମିଶି ନିଜେ ରୋଇଥିଲେ। ଏହି ସମୟରେ ଚାଷୀମାନଙ୍କ ସହିତ ଆଲୋଚନାକରି ସେ ମଧ୍ୟ କୃଷକ ପରିବାରରୁ ଆସିଛନ୍ତି ଏବଂ କୃଷିକୁ ସେ ଭଲ ପାଆନ୍ତି ବୋଲି କହିଥିଲେ। ଏବେ କୃଷି କାର୍ଯ୍ୟ ଆରମ୍ଭ କରିବାକୁ ସରକାର ଅନୁମତି ଦେଇଛନ୍ତି। ତେଣୁ ଚାଷ କାର୍ଯ୍ୟ ନେଇ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ମଧ୍ୟ ସେ ବୁଝିଥିଲେ। ଉଲ୍ଲେଖଯୋଗ୍ୟ, ରେଡ୍ଡି ଜଣେ ବିଏସ୍‌ସି(ଏଗ୍ରିକଲ୍‌ଚର) ଛାତ୍ର। ତେବେ ଜଣେ ଆଇପିଏସ୍‌ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଦେଖି ଚାଷୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିଛନ୍ତି। ଏସ୍‌ପି ଆହୁରି ମଧ୍ୟ କହିଛନ୍ତି, ଲୋକେ ସିନେମା, ପିକ୍‌ନିକ୍‌ ଯିବା ବଦଳରେ ବର୍ଷକୁ ଥରେ ନିଜ ଗାଁକୁ ଯାଇ ଚାଷୀଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ସହଯୋଗର ହାତ ବଢ଼ାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri