ଧାନଗଦାରେ ନିଆଁ ଲଗାଇଲେ ଯୁବକ

ବଡ଼ସାହି,୨ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସୁହାଗପୁର ପଞ୍ଚାୟତ ଗୋଉଡମୁଣ୍ଡୁଳି ଗ୍ରାମର ଜଣେ ଯୁବକ ୩ ଏକର ଜମିରେ ଥିବା ଧାନଗଦାରେ ନିଆଁ ଲଗାଇ ଦେଇଛନ୍ତି। ଏ ସମ୍ପର୍କରେ ଚାଷୀ ବିଜୟ ଶଙ୍ଖୁଆଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ା
ପୋଲିସ ସୂଚନା ଅନୁଯାୟୀ, ବିଲରେ ଗଦା ହୋଇଥିବା ଧାନରେ ଯୁବକ ଜଣକ ମଙ୍ଗଳବାର ରାତିରେ ନିଆଁ ଲଗାଇଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବା ଯୋଗୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି ା ନିଆଁ ଲଗାଇଥିବା ଯୁବକ ଜଣକୁ ଥାନାକୁ ଆଣି ପୋଲିସ ପଚରା ଉଚୁରା ଜାରି ରଖିଛି ା