ଧାଡ଼ିରେ କଟୁଛି ଓଳିଏ

କାମାକ୍ଷାନଗର, ୧୪।୩(ଡି.ଏନ.ଏ.)

‘ବୟସ ୬୦ ଛୁଇଁଲାଣି। ହାଇ ବ୍ଲଡ୍‌ପ୍ରେସର। ମାସକୁ ଦୁଇଧରି ଆସି ପରୀକ୍ଷା କରିବାକୁ ଡାକ୍ତର କହିଛନ୍ତି। ଡାକ୍ତରଖାନାରୁ ଘର ୧୫କିମି ଦୂର। ଶୁକ୍ରବାର ଭୋର୍‌ ୫ଟାରୁ ବସ୍‌ରେ ଆସି ୮ଟାରୁ ଛିଡ଼ା ହୋଇଛି। ରୋଗଣା ଦେହ। ଭାରି ଦରଜ ହେଉଛି। ମୁଣ୍ଡ ଘୂରାଉଛି। ଧାଡ଼ିରେ ଛିଡ଼ା ହେବା ଛଡ଼ା ଆଉ କିଛି ଉପାୟ ନାହିଁ। ନମ୍ବର ଆସିଲେ ଡାକ୍ତରଙ୍କୁ ଦେଖାଇବି।’ ଏହା ହେଉଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିବା ପରଜଙ୍ଗ ବ୍ଲକ ବସୋଇ ଗ୍ରାମର ବୃଦ୍ଧା ଜାତକ ସାହୁଙ୍କ ନୀରବ ଯନ୍ତ୍ରଣାର କଥା। ଏହା ବଖାଣିବା ବେଳକୁ ତାଙ୍କ ମୁହଁରେ ବାରି ହୋଇପଡୁଥିଲା ଅନେକ ବ୍ୟସ୍ତତା। କେବଳ ଜାତକ ନୁହନ୍ତି, ଡାକ୍ତର ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ଅଭାବ ଯୋଗୁ ଏଠାରେ ଦୈନିକ ଶତାଧିକ ରୋଗୀ ସମାନ ସମସ୍ୟା ଭୋଗୁଛନ୍ତି। ଡାକ୍ତରଙ୍କୁ ଅପେକ୍ଷା କରି ସେମାନଙ୍କ ଓଳିଏ କଟୁଛି, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଉପଖଣ୍ଡର ଲକ୍ଷାଧିକ ଜନସାଧାରଣଙ୍କ ସ୍ବାସ୍ଥ୍ୟସେବାର ପ୍ରମୁଖ ପେଣ୍ଠସ୍ଥଳ ଏହି ଚିକିତ୍ସାଳୟ ଏବେ ମୁରବୀବିହୀନ ହୋଇପଡ଼ିଛି। କାମାକ୍ଷାନଗର, ଭୁବନ, ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକ ସମେତ ସୀମାନ୍ତ କେନ୍ଦୁଝର ଜିଲାର ତେଲକୋଇ ବ୍ଲକବାସୀ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଠାକୁ ଦୈନିକ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ଆସୁଛନ୍ତି। କେବଳ ବର୍ହି ବିଭାଗ ରୋଗୀସଂଖ୍ୟା ୩୫୦ ଟପୁଛି। କର୍ମଚାରୀ ଅଭାବରୁ ଏତେ ସଂଖ୍ୟାରେ ରୋଗୀଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ଯୋଗାଇବା ଅସମ୍ଭବ ହୋଇପଡୁଛି।
ଉପଖଣ୍ଡ ଚିକିତ୍ସାଧିକାରୀ ପଦବୀକୁ ବାଦ୍‌ଦେଲେ ଭେଷଜ, ଚକ୍ଷୁ, ଅସ୍ଥିଶଲ୍ୟ, ଶିଶୁ, ସର୍ଜରି, ନିଦାନ ବିଭାଗ ବିଶେଷଜ୍ଞ, ଏକ୍ସ-ରେ ଟେକ୍ନିସିଆନ ପଦବୀ ବର୍ଷ ବର୍ଷ ଧରି ପୂରଣ ହେଉନାହିଁ। ଏଠାରେ ନିଯୁକ୍ତି ପାଇଥିବା ଶଲ୍ୟ ବିଶେଷଜ୍ଞ ଏବଂ ନିଶ୍ଚେତକ ବିଭାଗର ଡାକ୍ତର ଡେପୁଟେଶନରେ ଅନ୍ୟତ୍ର କାମ କରୁଛନ୍ତି। ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଦନ୍ତ ଚିକିତ୍ସକ ଏବଂ ୩ ବରିଷ୍ଠ ଚିକିତ୍ସକ ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି। ୧୭ଜଣ ଡାକ୍ତରଙ୍କ ବଦଳରେ ଏବେ ଏଠାରେ ଅଛନ୍ତି ମାତ୍ର ୬। ଡାକ୍ତରଖାନାରେ ପାଦ ରଖୁରଖୁ ଶୁଣିବାକୁ ମିଳୁଛି କେବଳ ଗୋଟିଏ ଶବ୍ଦ ‘ନାହିଁ’। ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ରୋଗୀଙ୍କୁ କେହି ଆହା କରୁନାହାନ୍ତି। ଫଳରେ ଏଠାକୁ ଆସିବା ଅପେକ୍ଷା ବେସରକାରୀ ଚିକିତ୍ସାଳୟକୁ ଯିବାକୁ ରୋଗୀମାନେ ବେଶି ପସନ୍ଦ କରୁଛନ୍ତି। ଅପରପକ୍ଷେ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ବିକାଶ କରିବା ଦିଗରେ ସରକାର ଆନ୍ତରିକତା ଦେଖାଉନାହାନ୍ତି। ଶବ ସଂରକ୍ଷଣ ଗୃହ, ଡାଇରିଆ ଓ୍ବାର୍ଡ ପ୍ରକୋଷ୍ଠ ନାହିଁ। ବିଶେଷଜ୍ଞ ଏବଂ ଟେକ୍ନିସିଆନ ନ ଥିବାରୁ ଦାମୀ ଯନ୍ତ୍ରପାତି ଖତ ଖାଉଛି। ଅନେକ ସମୟରେ ସାଧାରଣ ରୋଗୀ, ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରମାନେ ପରୀକ୍ଷା ନ କରି ଅନ୍ୟତ୍ର ପଠାଇ ଦେଉଥିବା ଅଭିଯୋଗ ହେଉଛି।
ଏ ନେଇ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କୁହନ୍ତି, କେବଳ କାମାକ୍ଷାନଗରରେ ନୁହେଁ, ସବୁଆଡ଼େ ଡାକ୍ତର ସମସ୍ୟା ରହିଛି। ସେଠାରେ ଅତିକମ୍‌ରେ ୩ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଲେଖାଯାଇଥିଲା। ହେଲେ ଜଣଙ୍କୁ ନିଯୁକ୍ତି ମିଳିଛି। ସେ ମାସେ ମଧ୍ୟରେ ଯୋଗଦେଇପାରନ୍ତି। ସେହିପରି ରେଡିଓଗ୍ରାଫର ଟେକ୍ନିସିଆନ ପଦବୀ ପୂରଣ ଲାଗି ପ୍ରକ୍ରିୟା ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri