ଧଳାବାଘ ‘ସମ୍ରାଟ’ ଅସୁସ୍ଥ

ବାରଙ୍ଗ,୨୭ା୬(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ଧଳାବାଘ ସମ୍ରାଟ ଅସୁସ୍ଥ ହୋଇପଡ଼ିଛି। ତା’ର ପିଠି ବଙ୍କା ହୋଇରହିବା ସହ ସେ ଛୋଟେଇ ଛୋଟେଇ ଚାଲୁଛି। ଗତ ୩ମାସ ଧରି ଏହାର ନିରାକରଣ ଲାଗି ଡାକ୍ତରମାନେ ପ୍ରଚେଷ୍ଟା କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନି, ଯାହାକି ନନ୍ଦନକାନନ ପାଇଁ ଚିନ୍ତାର ବିଷୟ ହୋଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏ ବିଷୟରେ ଓୟୁଏଟି ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବା ପରେ ସେଠାରୁ ଏକ ଟିମ୍‌ ଗୁରୁବାର ନନ୍ଦନକାନନ ଆସିବାକୁ କହିଛନ୍ତି। ଏହି ଟିମ୍‌ ସମ୍ରାଟର ସ୍ବାସ୍ଥ୍ୟାବସ୍ଥା ପରଖି ଡାକ୍ତରଖାନାରେ ଏକ୍ସ-ରେ କରିବେ। ଏଥିପାଇଁ ତାକୁ ୩୩ନଂ. ଏନ୍‌କ୍ଲୋଜରରୁ ଡାକ୍ତରଖାନା ନେବା ପାଇଁ ବୁଧବାର ଅପରାହ୍ନରେ ପ୍ରାଣୀ ବିଭାଗ ପକ୍ଷରୁ ଉଦ୍ୟମ ହୋଇଥିଲା। ଏନ୍‌କ୍ଲୋଜରରୁ ଜନ୍ତାରେ ପୂରାଇବା ପାଇଁ କର୍ମଚାରୀମାନଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ତଥାପି ସମ୍ରାଟ ଧରାଦେଇ ନ ଥିଲା। ଗୁରୁବାର ଏହାକୁ ଡାକ୍ତରଖାନା ଅଣାଯିବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ୨୦୧୦ ମାର୍ଚ୍ଚ ୧ରେ ନିଶାନ ଓ କୁସୁମ ଔରସରୁ ସମ୍ରାଟର ଜନ୍ମ। ୨୦୧୬ରେ ସାଧାରଣ ରଙ୍ଗର ବାଘୁଣୀ ରେଣୁକା ସହ ତା’ର ପ୍ରଥମ ମିଳନ ଘଟିଥିଲା। ହେଲେ ରେଣୁକା ଏକ ମୃତ ବିରଳ କଳାଲୋମଯୁକ୍ତ ଶାବକ ଜନ୍ମ ଦେଇଥିଲା। ଏହି ବିରଳ କଳାଲୋମଯୁକ୍ତ ଶାବକ ନନ୍ଦନକାନନ ପାଇଁ ଇତିହାସ ରଚିବାରେ ସହାୟକ ହୋଇଥିଲା। ପରେ ପୁଣି ୨୦୧୮ରେ ସେମାନଙ୍କ ମଧ୍ୟରେ ଦ୍ୱିତୀୟ ମିଳନ ଘଟି ରେଣୁକା ୨ଟି କଳାଲୋମଯୁକ୍ତ ଶାବକ କରିଥିଲା। ଆଉ ଏହା ନନ୍ଦନକାନନ ପାଇଁ ଗୌରବ ଆଣିଦେଇଥିଲା। ଏବେ ସମ୍ରାଟକୁ ୯ବର୍ଷ ୩ମାସ।
ସେପଟେ ନନ୍ଦନକାନନର ୬୬ନଂ. ଏନ୍‌କ୍ଲୋଜରରେ ଥିବା କୃଷ୍ଣସାର ମୃଗ ବୁଧବାର ଗୋଟିଏ ଶାବକ ଜନ୍ମ କରିଛି। ଫଳରେ ଏମାନଙ୍କ ସଂଖ୍ୟା ଏଠାରେ ୩୧କୁ ବୃଦ୍ଧିପାଇଛି। ସେଥିମଧ୍ୟରେ ୧୦ ମାଈ, ୧୦ ଅଣ୍ଡିରା ଥିବାବେଳେ ୧୨ଟିର ଲିଙ୍ଗ ନିରୂପଣ ହୋଇନାହିଁ। ସେହିପରି ୭୦ନଂ. ଏନ୍‌କ୍ଲୋଜରରେ ଥିବା କୁଜି ହରିଣ ମଧ୍ୟ ୨ଟି ଶାବକ ଜନ୍ମ କରିଛି। ଏମାନଙ୍କ ସଂଖା ବୃଦ୍ଧିପାଇ ୪୦ରେ ପହଞ୍ଚିଛି। ସେଥିମଧ୍ୟରେ ୧୭ ମାଈ, ୬ ଅଣ୍ଡିରା ଥିବାବେଳେ ୧୭ଟିର ଲିଙ୍ଗ ନିରୂପଣ ହୋଇନାହିଁ। ଅନ୍ୟପକ୍ଷରେ ବିହଙ୍ଗ ସରଣୀର ୭୭ନଂ. ଏନ୍‌କ୍ଲୋଜରରେ ବୁଧବାର ଏକ ମାଈ ମାଣ୍ଡାରିନ୍‌ ବତକର ମୃତ୍ୟୁ ଘଟିଛି। ଏହାର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ୧୪କୁ ହ୍ରାସ ପାଇଛି। ସେହିଭଳି ଏକ ସନ୍‌ କନୁର ପକ୍ଷୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?