Arrested man in handcuffs with hands behind back
ବାରଙ୍ଗ,୯।୭(ଡି.ଏନ୍.ଏ): ନନ୍ଦନକାନନ ଥାନା ପୋଲିସ ଗତ ୨୦ତାରିଖଠାରୁ ଫେରାର ଥିବା ଏକ ପ୍ରେମୀଯୁଗଳଙ୍କୁ ରବିବାର ବିଶାଖାପାଟଣାରୁ ଧରଛି। ଧରାପଡିବା ପରେ ପ୍ରେମିକଙ୍କୁ ପୋଲିସ ଗିରଫ କରିଥିବାବେଳେ ନାବାଳିକା ପ୍ରେମିକାଙ୍କୁ ପରିବାରକୁ ହସ୍ତାନ୍ତର କରିଛି। ଗିରଫ ଜଣକ ହେଲେ ଖୋର୍ଦ୍ଧା ଅଞ୍ଚଳର ବିଜୟ ବାରିକ।
ବିଜୟ ଏହି ଥାନା ଅନ୍ତର୍ଗତ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ପଢ଼ୁଥିବାବେଳେ ସେହି କଲେଜର ଜଣେ ନାବାଳିକା ଛାତ୍ରୀଙ୍କୁ ଭଲପାଉଥିଲେ। ଗତ ୨୦ ତାରିଖରେ ଝିଅଟି କଲେଜରୁ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି ପରେ ଅପହରଣ ସନ୍ଦେହରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ନଂ ୫୯/୧୯ରେ ଏକ ମାମଲା ରୁଜୁକରି ଅନୁସନ୍ଧାନ କରିବାପରେ ପ୍ରେମୀଯୁଗଳ ଏକାଠି ରହୁଥିବାର ଜାଣିବାକୁ ପାଇଥିଲା। ସେମାନଙ୍କ ମୋବାଇଲକୁ ପୋଲିସ ଟ୍ରାକ କରୁଥିବାର ଜାଣିବାକୁ ପାଇବା ପରେ ସେମାନେ ଜାଗା ବଦଳାଇବାରେ ଲାଗିଥିଲେ ା କୌଣସି ସୂତ୍ରରୁ ଖବରପାଇ ସେମାନେ ବିଶାଖାପାଟଣାରେ ରହୁଥିବା ଜାଣି ନନ୍ଦନକାନନ ଥାନାଧିକାରୀ ପରମାନନ୍ଦ ନାୟକ ରବିବାର ସେଠାରୁ ଉଭୟଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ା ସୋମବାର ସେମାନଙ୍କ ଡାକ୍ତରୀମାଇନା କରି ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ବିଜୟଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି।