ଧନତେରସରେ ବିକ୍ରି ୪୦% କମିଲା

ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ ବୋଲି ବିଚାର କରାଯାଇଥାଏ। ମାତ୍ର ଚଳିତ ବର୍ଷ ବିକ୍ରି ପ୍ରାୟ ୪୦% କମିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତି। ଦେଶର ପଶ୍ଚିମ ତଥା ଉତ୍ତର ପ୍ରାନ୍ତରେ ଏହା ବିଶେଷ ଭାବେ ପାଳନ କରାଯାଉଥିବା ବେଳେ ଗତବର୍ଷ ତୁଳନାରେ ସାରା ଦେଶରେ ଚଳିତ ବର୍ଷ କାରବାର କମ୍‌ ରହିଛି। ଓଡ଼ିଶା ବଜାରକୁ ବିଚାର କରିଲେ କାରବାର ପ୍ରାୟ ୨୦% ଅଭିବୃଦ୍ଧି ହୋଇଛି। ଗତ ବର୍ଷ କାରବାର ୧୪୦ କୋଟି ରହିଥିବା ବେଳେ ଏହା ଚଳିତ ବର୍ଷ ୧୬୮ରୁ ୧୭୦ କୋଟି ଟଙ୍କା ରହିଥିବା ରାଜ୍ୟ ଜୁଏଲେରି ଶିଳ୍ପ ପକ୍ଷରୁ ସୂଚନା ରହିଛି। ଏଭଳି ସ୍ଥିତିରେ ଧନ୍‌ତେରସ ଦିନ ନୂଆଦିଲ୍ଲୀରେ ସୁନା ମୂଲ୍ୟ ୨୨୦ ଟଙ୍କା ବଢ଼ି ୧୦ ଗ୍ରାମ ପିଛା ମୂଲ୍ୟ ୩୯,୨୪୦ ଟଙ୍କା ରହିଛି। ଗୁରୁବାର ସୁନା ଦର ୧୦ ଗ୍ରାମ ପିଛା ୩୯,୦୨୦ କୋଟି ଟଙ୍କା ରହିଥିଲା। ତୃତୀୟ ତ୍ର୍ରୈମାସରେ ସୁନା ଦରରେ ବୃଦ୍ଧି ଫଳରେ ଏହା ଗ୍ରାହକଙ୍କ କ୍ରୟ ଚାହିଦା ଏବଂ ବ୍ୟବସାୟରେ ପ୍ରଭାବ ପକାଇଥିବା ଜଣାପଡିଛି। ୨୦୧୮ ଧନତେରସରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୩୧,୬୦୦ ଟଙ୍କା ରହିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଏହା ୪୦ ହଜାର ସ୍ତର ଟପିଥିଲା। ଗୋଟିଏ ବର୍ଷ ମଧ୍ୟରେ ସୁନା ଦର ପ୍ରାୟ ୨୦% ବଢ଼ିଛି। ୧୦ରୁ ୧୫ ବର୍ଷ ମଧ୍ୟରେ ଏହା ସର୍ବାଧିକ ସ୍ତରରେ ରହିଛି।
ଏଭଳି ସ୍ଥିତିରେ ଧନତେରସ ଦିନ ସାରା ଦେଶରେ ଷ୍ଟୋରଗୁଡିକରେ ଗହଳି ପରିଲକ୍ଷିତ ହୋଇ ନାହିଁ। ବର୍ଷର ଅନ୍ୟ ଦିନ ଭଳି ଷ୍ଟୋରକୁ ଗ୍ରାହକ ଆସିଥିଲେ। ସାରା ଦେଶରେ ବିକ୍ରି କମି ଥିବା ବେଳେ ସଂନ୍ଧ୍ୟାରେ କାରବାରରେ ସୁଧାର ଆସିଥିବା କେତେକ ବ୍ୟବସାୟୀ କହିଛନ୍ତି। ଚଳିତ ବର୍ଷ ଭଲ କାରବାର ନେଇ ଆଶା ରହିଥିବା ଅଲ୍‌ ଇଣ୍ଡିଆ ଜେମ୍‌ସ ଆଣ୍ଡ ଜୁଏଲେରୀ ଡୋମେଷ୍ଟିକ କାଉନସିଲ୍‌ ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ କହିଛନ୍ତି।
ବଜାରରେ ପ୍ରଭାବ ସତ୍ତ୍ୱେ ଶୁକ୍ରବାର ସଦ୍ୟତମ ଡିଜାଇନ ଜୁଏଲେରୀ କ୍ରୟକୁ ଗ୍ରାହକଙ୍କ ଭଲ ରେସପନ୍ସ ରହିଛି। ପାରମ୍ପରିକ ଡ଼ିଜାଇନ ଗହଣା ବିକ୍ରି ଏବଂ ବିବାହ ସିଜନ ଲାଗି ବୁକିଂ କମିଥିବା ସୂଚନା ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ସାଧାରଣ ଦିନ ତୁଳନାରେ ଧନତେରସ ବିକ୍ରି ଭଲ ରହିଥିବା ହଜୁରିଲାଲ ଲିଗାସିର ଏମ୍‌ଡି ରୋହନ ନାରଙ୍ଗ କହିଛନ୍ତି। ଜୁଲାଇ ମାସରେ ସୁନା ଦର ବଢିବା ଯୋଗୁ ବଜାର ପ୍ରଭାବିତ ରହିଥିବା ଟାଇଟାନ ଜୁଏଲେରି ଡିଭିଜନର ବରିଷ୍ଠ ଉପସଭାପତି ସନ୍ଦୀପ କୁଲହାଲି କହିଛନ୍ତି। ଖାଉଟି ଚାହିଦା କମିବାରୁ ଗତ କିଛି ଦିନ ଧରି ସୁନା ଗହଣା ବ୍ୟବସାୟ ଅଭିବୃଦ୍ଧି ହାର ମନ୍ଥର ରହିଥିବା ସେ କହିଛନ୍ତି। ସୁନା ଗହଣା ତୁଳନାରେ ହୀରା ଗହଣା ବିକ୍ରି ଭଲ ରହିଥିବା ସେ ମତ ଦେଇଛନ୍ତି। ଗତ କିଛିଦିନ ଧରି ତନିଷ୍କର ଷ୍ଟୋରଗୁଡିକ ଏହି ବର୍ଗରେ ଭଲ ପରଫରମାନ୍ସ କରୁଥିବା କୁଲହାଲି କହିଛନ୍ତି।
ବିଶ୍ୱସ୍ତରର ମାନ୍ଦାବସ୍ଥା, ଆମେରିକା ଚାଇନା ବାଣିଜ୍ୟ ଯୁଦ୍ଧ, ବ୍ରେକଜିଟ ଆଶଙ୍କା, ଆମେରିକା ଫେଡେରାଲ ରିଜର୍ଭର ଲାଗାତାର ସୁଧ ହାର ହ୍ରାସ, ଆମେରିକା-ଇରାନ ବିବାଦ, କେନ୍ଦ୍ରୀୟ ବ୍ୟାଙ୍କର ସୁନା କ୍ରୟ, ଇଟିଏଫ୍‌ ଚାହିଦା ଭଳି ପ୍ରସଙ୍ଗରୁ ସୁନା ଦର ବଢିଛି। ଲୋକମାନେ ନିବେଶ ଲାଗି ସୁନା କ୍ରୟରୁ ସାମାନ୍ୟ ବିରତ ହୋଇଥିବା ବେଳେ ଆସନ୍ତା ବିବାହ ଋତୁରେ ଭଲ କାରବାର ନେଇ ବ୍ୟବସାୟୀମାନେ ଆଶା ରଖିଛନ୍ତି। ଗତ ସପ୍ତାହରୁ ଚାହିଦାରେ ଉନ୍ନତି ଆସିଥିବା ବେଳେ ଗତବର୍ଷ ତୁଳନାରେ ଚଳିତବର୍ଷ କାରବାର କମିଥିବା ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଭଙ୍କର ସେନ୍‌ କହିଛନ୍ତି। ବଜାରରେ ମାନ୍ଦାବସ୍ଥା ଯୋଗୁ ଲୋକଙ୍କ ଆଗ୍ରହ କରିଥିବାରୁ ବିକ୍ରିରେ ୧୦ରୁ ୧୫% ହ୍ରାସ ହୋଇଥିବା ସେ କହିଛନ୍ତି। ସୁନା ଦର ଉଚ୍ଚରେ ରହିଥିବାରୁ ବିକ୍ରିର ଭାଲ୍ୟୁକୁ ଦେଖିଲେ ଏହା ଗତବର୍ଷ ତୁଳନାରେ ଆଖିଦୃଶିଆ ବଢିନାହିଁ। ସୂଚନାଯୋଗ୍ୟ ପ୍ରଭାବିତ ବଜାର ଯୋଗୁ ଚଳିତ ବର୍ଷ ଜୁଏଲର୍ସ ଗ୍ରାହକଙ୍କୁ ବିଭିନ୍ନ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି। ସଦ୍ୟତମ ଲୁକ ଏବଂ ହାଲକା ଗହଣା ବଜାରରେ ଉପଲବ୍ଧ ରହିଛି। ପ୍ଲାଟିନମ୍‌ ଏବଂ ସୁନା ବର୍ଗରେ ନୂଆ ଟ୍ରେଣ୍ଡର ଗହଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri