Categories: ଯାଜପୁର

ଦ୍ୱିତୀୟ ଦିନରେ ଓଏମ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟ:ରାଁସୋଳକୁ ପରାସ୍ତକରି ଫାଇନାଲରେ ଚିଙ୍ଗୁଡ଼ିପାଳ

କାଳିଆପାଣି,୬ା୯(ଡି.ଏନ୍‌.ଏ.)- ଖଣି ନିଗମ କାଳିଆପାଣି ଟାଉନଶିପ କଲୋନୀ ପଡ଼ିଆରେ ଚାଲିଥିବା (ଓଡ଼ିଶା ଖଣି ନିଗମ) ଓଏମ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ଖଣି ପ୍ରଭାବିତ ୧୦ ପଞ୍ଚାୟତକୁ ନେଇ ଆୟୋଜିତ ପ୍ରତିଯୋଗିତା ଏକ ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟଠାରୁ କମ୍‌ ନୁହେଁ ବୋଲି କହିଥିଲେ। ଏଥିସହ କ୍ରୀଡ଼ାର ବିକାଶ ଓ ପ୍ରତିଭା ଅନ୍ବେଷଣ ପାଇଁ ଆୟୋଜନ କରିଥିବା ଓଡ଼ିଶା ଖଣି ନିଗମ,ସୌରିକ ଆଥଲେଟିକ ଆସୋସିଏଶନ, ଶ୍ରମିକ ସଂଗଠନକୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଭାତ ପ୍ରଧାନ ସଭାପତିତ୍ୱ କରିଥିବାବେଳେ ଶ୍ରମିକ ସଂଗଠନ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଦ୍ୱତୀୟ ଦିନରେ ୪ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ପ୍ରଥମ ନକ୍‌ଆଉଟ ମ୍ୟାଚ୍‌ରେ ରାଁସୋଳ ପଞ୍ଚୟତ ଫୁଟବଲ ଦଳ କିଆଝର ଦଳକୁ (୨-୦) ଗୋଲ୍‌ରେ ପରାସ୍ତ କରିଥିବା ବେଳେ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଦଳ କୁହିକା ପଞ୍ଚାୟତ ଦଳକୁ (୩-୦) ଗୋଲ୍‌ରେ ପରାସ୍ତ କରିଥିଲ। ସେହିପରି କାଳିଆପାଣି ପଞ୍ଚୟତ ଦଳ ପିମ୍ପୁଡ଼ିଆକୁ (୨-୦) ଗୋଲ୍‌ରେ ପରାସ୍ତ କରିଥିଲା। ପରେ ସେମିଫାଇନାଲ ମ୍ୟାଚ୍‌ ଚିଙ୍ଗୁଡ଼ିପାଳ ଓ ରାଁସୋଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଟାଇବ୍ରେକର ଜରିଆରେ ଚିଙ୍ଗୁଡ଼ିପାଳ ରାଁସୋଳକୁ (୩-୧) ଗୋଲ୍‌ରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ପ୍ରଭାକର ବେହେରା, ଉତ୍କତ୍ଳମଣି ବେହେରା, ସ୍ବପ୍ନେଶ୍ୱର କଅଁର ରେଫରି ଭାବେ ଖେଳ ପରିଚାଳନା କରିଥିଲେ। ଗୋଲକ ଦେହୁରୀ ,ସଞ୍ଜୀବ ଚାତାର, ଦିଲୀପ ସର୍ଦ୍ଦାର ସହଯୋଗ କରିଥିଲେ।