Posted inଖେଳ

ଦ୍ୱିତୀୟ ଟେଷ୍ଟ: ଲଥାମଙ୍କ ଶତକ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତାରକା ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ ସହାୟତାରେ ଶ୍ରୀଲଙ୍କାକୁ ଦୃଢ଼ ଜବାବ ଦେଇଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମ ଇନିଂସରେ ଧନଞ୍ଜୟ ଡିସିଲଭାଙ୍କ ୧୦୯ ରନର ଶତକୀୟ ପାଳି ବଳରେ ୯୦.୨ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ଶନିବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬୨ ଓଭରରେ ୪ ଉଇକେଟ ହରାଇ ୧୯୬ ରନ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡ ୬ ଉଇକେଟ ହାତରେ ରଖି ୪୮ ରନରେ ପଛରେ ପଡିଛି।
ଷ୍ଟମ୍ପ ଅପସାରଣ ବେଳକୁ ଲଥାମ ୧୧୧ ରନର ଶତକୀୟ ପାଳି ଖେଳି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ବିଜେ ଓ୍ବାଟଲିଂ ୨୫ ରନ କରି ଅପରାଜିତ ରହିଛନ୍ତି। ଲଥାମ ୧୮୪ଟି ବଲ୍‌ର ସମ୍ମୁଖୀନ ହୋଇ ୧୦ଟି ଚୌକା ମାରିଛନ୍ତି। ଯୁବ ଓପନର ଜିତ ରାଭାଲ ଖାତା ଖୋଲିବା ପୂର୍ବରୁ ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲଭାଙ୍କୁ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ସେହିପରି ଅଧିନାୟକ କେନ୍‌ ଓ୍ବିଲିୟମସନ ୨୦ ରନ କରିଥିବା ବେଳେ ଲାହିରୁ କୁମାରାଙ୍କ ବଲ୍‌ରେ କୁଶଲ ମେଣ୍ଡିସ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅଭିଜ୍ଞ ରସ୍‌ ଟେଲର ୨୩ ରନ କରି ଲାସିଥ ଏମ୍ବୁଲ୍‌ଡେନିୟାରଙ୍କ ବଲ୍‌ରେ ଡିସିଲଭା ଓ ହେନେରୀ ନିକୋଲ୍ସ ୧୫ ରନ କରିଥିବା ବେଳେ ଦିଲରୁଓ୍ବାନ ପେରେରାଙ୍କ ବଲ୍‌ରେ ଡି’ସିଲଭାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟରେ ଲଥାମ ଓ ଓ୍ବାଟଲିଂ ଅପରାଜିତ ୭୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ପେରେରା ୨, କୁମାରା ଓ ଏମ୍ବୁଲଡେନିୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଦ୍ୱିତୀୟ ଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୪୪/୬ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ୨୪୪ ରନରେ ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଧନଞ୍ଜୟ ଡିସିଲଭା ୩୨ରୁ ଖେଳ ଆରମ୍ଭ କରି ୧୦୯ ରନର ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ୧୪୮ଟି ବଲର ସମ୍ମୁଖୀନ ହୋଇ ସେ ୧୬ଟି ଚୌକା ଓ ୨ଟି ଛକା ମାରି ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଦିଲରୁଓ୍ବାନ ପେରେରା ୫ରୁ ଖେଳ ଆରମ୍ଭ କରି ୧୩ ରନ କରି ଆଉଟ ହୋଇଥିଲେ। ସେହିପରି ସୁରଙ୍ଗା ଲାକମଲ ୧୦, ଏମ୍ବୁଲଡେନିୟା ବିନା ସ୍କୋରରେ ଆଉଟ ହୋଇଥିବା ବେଳେ ଲାହିରୁ କୁମାରା ୫ ରନକରି ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦି ସର୍ବାଧିକ ୪, ବୋଲ୍ଟ ୩, କଲିନ୍‌ ଡି ଗ୍ରାଣ୍ଡହୋମ, ଓ୍ବିଲିୟମ ସମରଭିଲେ ଓ ଆଜାଜ ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କା ୬ ଉଇକେଟରେ ବିଜୟୀ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୯୦.୨ ଓଭରରେ ୨୪୪ ଅଲଆଉଟ୍‌
(ଧନଞ୍ଜୟ ଡି’ସିଲଭା- ୧୧୯, କରୁଣାରତ୍ନେ- ୬୫, ମେଣ୍ଡିସ୍‌- ୩୨, ସୌଦି- ୪/୬୩, ବୋଲ୍ଟ- ୩/୭୫)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୬୨ ଓଭରରେ ୧୯୬/୪
(ଲଥାମ- ୧୧୧*, ଓ୍ବାଟଲିଂ- ୨୫*, ଟେଲର- ୨୩, ଓ୍ବିଲିୟମସନ- ୨୦, ପେରେରା- ୨/୭୬)।


Enter your email to get our daily news in your inbox.

All Right Reserved By Dharitri.Com

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ବିଧାନସଭାରେ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୩ ଲକ୍ଷ ୧୦ ହଜାର…

ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri