Posted inଖେଳ

ଦ୍ୱିତୀୟ ଆଶେସ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ଲଣ୍ଡନ,୧୪।୮(ଏଏଫ୍‌ପି)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହାଇପ୍ରୋଫାଇଲ ଆଶେସ ସିରିଜ ଦ୍ୱିତୀୟ ଟେଷ୍ଟରେ ବୁଧବାରଠାରୁ ପରସ୍ପରକୁ ଭେଟିବେ। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। କିଛିଦିନ ତଳେ ଦିନିକିଆ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ଇଂଲଣ୍ଡ କିନ୍ତୁ ଏଜ୍‌ବାଷ୍ଟନରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ୨୫୧ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା ଓ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଥିଲା। ଫଳରେ ଦ୍ୱିତୀୟ ମ୍ୟାଚ୍‌ ଜିତି ଘରୋଇ ଇଂଲଣ୍ଡ ସିରିଜ୍‌କୁ ୧-୧ ସମାନସ୍ତରକୁ ଆଣିବାକୁ ପ୍ରୟାସ କରିବ। ଗତ ଆଶେସରେ ଅଷ୍ଟ୍ରେଲିଆ ବାଜି ମାରିଥିଲେ ମଧ୍ୟ ଇଂଲଣ୍ଡ ମାଟିରେ ଗତ ୧୮ ବର୍ଷ ହେବ ସିରିଜ ବିଜୟ ହାସଲ କରିବାରେ ବିଫଳ ହୋଇଛି। ଏଥର କିନ୍ତୁ ଅଷ୍ଟ୍ରେଲିଆ ଆଶେସ୍‌ ଜିତି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।
ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଇଂଲଣ୍ଡ ବୋଲିଂ ବିଭାଗରେ ସୁଧାର ଆଣିବା ଲକ୍ଷ୍ୟରେ ରହିଛି। ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ ଦମ୍‌ଦାର ପ୍ରଦର୍ଶନ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ପ୍ରଥମ ଇନିଂସରେ ୧୪୪ ଓ ଦ୍ୱିତୀୟ ଇନିଂସରେ ୧୪୨ ରନର ଶତକୀୟ ପାଳି ଖେଳି ସ୍ମିଥ୍‌ ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବାସନ୍ଦ ହେବାପରେ ସ୍ମିଥ୍‌ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତେଣୁ ସ୍ମିଥ୍‌ଙ୍କୁ ଶୀଘ୍ର ଆଉଟ୍‌ କରିବା ପାଇଁ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳକୁ ଆଣି ରଣନୀତି ପ୍ରସ୍ତୁତ କରିବା ଆଶା କରାଯାଉଛି।
ପ୍ରଥମ ମ୍ୟାଚ୍‌ ହାରିବା ପରେ ଇଂଲଣ୍ଡ ମାତ୍ର ୨ଥର ଆଶେସ୍‌ ଜିତିଛି। ୧୯୮୧ରେ ଅଲରାଉଣ୍ଡର ଇଆନ ବୋଥାମ ଦମ୍‌ଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ଜିତାଇଥିଲେ। ସେହିପରି ୨୦୦୫ରେ ଇଂଲଣ୍ଡ ପ୍ରଥମ ମୁକାବିଲାରେ ପରାସ୍ତ ହୋଇଥିଲେ ମଧ୍ୟ ଶେଷରେ ୨-୧ରେ ସିରିଜ ହାତେଇଥିଲା। ପ୍ରଥମ ମ୍ୟାଚ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ୩୭ ବର୍ଷୀୟ ଜେମ୍ସ ଆଣ୍ଡରସନ ଇଞ୍ଜୁରି କାରଣରୁ ମାତ୍ର ୪ ଓଭର ବୋଲିଂ କରିପାରିଥିଲେ। ଏହା ଇଂଲଣ୍ଡ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରୁ ଆଣ୍ଡରସନଙ୍କୁ ବାଦ୍‌ ଦିଆଯାଇଛି। ଆଣ୍ଡରସନ ଖେଳୁ ନ ଥିବାରୁ ଆମେ ଅବଶ୍ୟ ସୁବିଧାଜନକ ସ୍ଥିତିରେ ରହିବୁ ବୋଲି ଅଷ୍ଟ୍ରେଲୀୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଲଡର୍‌ସରେ ପରିବେଶ ଓ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ମ୍ୟାଚ୍‌ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଆଣ୍ଡରସନଙ୍କ ଅନୁପସ୍ଥିତିରେ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଟେଷ୍ଟ ପଦାର୍ପଣ କରିବେ ଓ ନିଜର ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ହାସଲ କରିବେ। ସେହିପରି ଇଂଲଣ୍ଡ ବାମହାତୀ ସ୍ପିନର ଜ୍ୟାକ ଲିଚ୍‌ଙ୍କୁ ଦଳରେ ସାମିଲ କରିବା ଆଶା କରାଯାଉଛି। ଲଡର୍‌ସରେ କିଛିଦିନ ତଳେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ସେ କ୍ୟାରିୟର ଶ୍ରେଷ୍ଠ ୯୨ ରନ ସଂଗ୍ରହ କରିଥିଲେ ଓ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଟେଷ୍ଟରେ ସ୍ପିନର ମୋଇନ ଅଲି ଚମକ ଦେଖାଇବାରେ ବିଫଳ ହୋଇଥିବାରୁ ଲିଚ୍‌ଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତା’ର ବୋଲିଂ ଆଟାକ୍‌କୁ ରୋଟେଟ୍‌ କରିବ। ମିଚେଲ ଜନସନ ଓ ଜୋଶ ହାଜେଲଉଡ୍‌ ଇଂଲଣ୍ଡ ଟପ୍‌ ଅର୍ଡର ବିପକ୍ଷରେ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବେ। ଲଡର୍‌ସରେ ଶୁଖିଲା କିମ୍ବା ସବୁଜ ପିଚ ମିଳିଲେ ଆମ ପାଇଁ ବିଭିନ୍ନ ବିକଳ୍ପ ରହିଛି ବୋଲି ଲାଙ୍ଗର କହିଛନ୍ତି। ଆମ ପାଖରେ ୬ଜଣ ଉଚ୍ଚକୋଟୀର ଦ୍ରୁତ ବୋଲର ରହିଛନ୍ତି। ତେଣୁ ପରିସ୍ଥିତି ଦେଖି ଅନ୍ତିମ ଦଳ ଚୟନ କରିବୁ। ୧-୦ରେ ପିଛେଇଥିବାରୁ ଇଂଲଣ୍ଡ ଅବଶ୍ୟ ଅଧିକ ଚାପରେ ରହିବ। ଏହି ମ୍ୟାଚ୍‌ରେ ସ୍ମିଥ୍‌ ସମସ୍ତଙ୍କ ନଜରରେ ରହିବେ।
ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ମୋଇନ ଅଲି, ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ, ରୋରି ବନର୍‌ସ, ଜୋସ ବଟଲର, ସାମ କୁରାନ, ଜୋ ଡେନଲି, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଓଲି ଷ୍ଟୋନ୍ସ ଓ କ୍ରିସ୍‌ ଓ୍ବକ୍ସ।
ଅଷ୍ଟ୍ରେଲିଆ ଦଳ: ଟିମ୍‌ ପେନ୍‌ (ଅଧିନାୟକ), କାମେରନ ବ୍ୟାଙ୍କ୍ରଫ୍ଟ, ପ୍ୟାଟ୍‌ କୁମିନ୍ସ, ମାର୍କସ ହାରିସ୍‌, ଜୋଶ ହାଜେଲଉଡ, ଟ୍ରାଭିସ୍‌ ହେଡ, ଉସ୍‌ମାନ ଖ୍ବାଜା, ମର୍ନସ ଲାବୁସେନ, ନାଥନ ଲିୟନ, ମିଚେଲ ମାର୍ଶ, ଜେମ୍ସ ପାଟିନସନ, ପିଟରକ ସିଡଲ, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାଥ୍ୟୁସ ଓ୍ବେଡ୍‌, ଡେଡିଡ ଓ୍ବାର୍ନର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri