Posted inଖେଳ

ଦ୍ୱିତୀୟ ଆଶେସ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ଲଣ୍ଡନ,୧୪।୮(ଏଏଫ୍‌ପି)- ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହାଇପ୍ରୋଫାଇଲ ଆଶେସ ସିରିଜ ଦ୍ୱିତୀୟ ଟେଷ୍ଟରେ ବୁଧବାରଠାରୁ ପରସ୍ପରକୁ ଭେଟିବେ। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ। କିଛିଦିନ ତଳେ ଦିନିକିଆ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ଇଂଲଣ୍ଡ କିନ୍ତୁ ଏଜ୍‌ବାଷ୍ଟନରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟରେ ୨୫୧ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା ଓ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଥିଲା। ଫଳରେ ଦ୍ୱିତୀୟ ମ୍ୟାଚ୍‌ ଜିତି ଘରୋଇ ଇଂଲଣ୍ଡ ସିରିଜ୍‌କୁ ୧-୧ ସମାନସ୍ତରକୁ ଆଣିବାକୁ ପ୍ରୟାସ କରିବ। ଗତ ଆଶେସରେ ଅଷ୍ଟ୍ରେଲିଆ ବାଜି ମାରିଥିଲେ ମଧ୍ୟ ଇଂଲଣ୍ଡ ମାଟିରେ ଗତ ୧୮ ବର୍ଷ ହେବ ସିରିଜ ବିଜୟ ହାସଲ କରିବାରେ ବିଫଳ ହୋଇଛି। ଏଥର କିନ୍ତୁ ଅଷ୍ଟ୍ରେଲିଆ ଆଶେସ୍‌ ଜିତି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।
ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଇଂଲଣ୍ଡ ବୋଲିଂ ବିଭାଗରେ ସୁଧାର ଆଣିବା ଲକ୍ଷ୍ୟରେ ରହିଛି। ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ ଦମ୍‌ଦାର ପ୍ରଦର୍ଶନ କରି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ପ୍ରଥମ ଇନିଂସରେ ୧୪୪ ଓ ଦ୍ୱିତୀୟ ଇନିଂସରେ ୧୪୨ ରନର ଶତକୀୟ ପାଳି ଖେଳି ସ୍ମିଥ୍‌ ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ। ବଲ୍‌ ଟ୍ୟାମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୋଟିଏ ବାସନ୍ଦ ହେବାପରେ ସ୍ମିଥ୍‌ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ତେଣୁ ସ୍ମିଥ୍‌ଙ୍କୁ ଶୀଘ୍ର ଆଉଟ୍‌ କରିବା ପାଇଁ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳକୁ ଆଣି ରଣନୀତି ପ୍ରସ୍ତୁତ କରିବା ଆଶା କରାଯାଉଛି।
ପ୍ରଥମ ମ୍ୟାଚ୍‌ ହାରିବା ପରେ ଇଂଲଣ୍ଡ ମାତ୍ର ୨ଥର ଆଶେସ୍‌ ଜିତିଛି। ୧୯୮୧ରେ ଅଲରାଉଣ୍ଡର ଇଆନ ବୋଥାମ ଦମ୍‌ଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ଜିତାଇଥିଲେ। ସେହିପରି ୨୦୦୫ରେ ଇଂଲଣ୍ଡ ପ୍ରଥମ ମୁକାବିଲାରେ ପରାସ୍ତ ହୋଇଥିଲେ ମଧ୍ୟ ଶେଷରେ ୨-୧ରେ ସିରିଜ ହାତେଇଥିଲା। ପ୍ରଥମ ମ୍ୟାଚ୍‌ରେ ଅଭିଜ୍ଞ ଦ୍ରୁତ ବୋଲର ୩୭ ବର୍ଷୀୟ ଜେମ୍ସ ଆଣ୍ଡରସନ ଇଞ୍ଜୁରି କାରଣରୁ ମାତ୍ର ୪ ଓଭର ବୋଲିଂ କରିପାରିଥିଲେ। ଏହା ଇଂଲଣ୍ଡ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରୁ ଆଣ୍ଡରସନଙ୍କୁ ବାଦ୍‌ ଦିଆଯାଇଛି। ଆଣ୍ଡରସନ ଖେଳୁ ନ ଥିବାରୁ ଆମେ ଅବଶ୍ୟ ସୁବିଧାଜନକ ସ୍ଥିତିରେ ରହିବୁ ବୋଲି ଅଷ୍ଟ୍ରେଲୀୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଲଡର୍‌ସରେ ପରିବେଶ ଓ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ମ୍ୟାଚ୍‌ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଆଣ୍ଡରସନଙ୍କ ଅନୁପସ୍ଥିତିରେ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଟେଷ୍ଟ ପଦାର୍ପଣ କରିବେ ଓ ନିଜର ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ହାସଲ କରିବେ। ସେହିପରି ଇଂଲଣ୍ଡ ବାମହାତୀ ସ୍ପିନର ଜ୍ୟାକ ଲିଚ୍‌ଙ୍କୁ ଦଳରେ ସାମିଲ କରିବା ଆଶା କରାଯାଉଛି। ଲଡର୍‌ସରେ କିଛିଦିନ ତଳେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ସେ କ୍ୟାରିୟର ଶ୍ରେଷ୍ଠ ୯୨ ରନ ସଂଗ୍ରହ କରିଥିଲେ ଓ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଟେଷ୍ଟରେ ସ୍ପିନର ମୋଇନ ଅଲି ଚମକ ଦେଖାଇବାରେ ବିଫଳ ହୋଇଥିବାରୁ ଲିଚ୍‌ଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତା’ର ବୋଲିଂ ଆଟାକ୍‌କୁ ରୋଟେଟ୍‌ କରିବ। ମିଚେଲ ଜନସନ ଓ ଜୋଶ ହାଜେଲଉଡ୍‌ ଇଂଲଣ୍ଡ ଟପ୍‌ ଅର୍ଡର ବିପକ୍ଷରେ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବେ। ଲଡର୍‌ସରେ ଶୁଖିଲା କିମ୍ବା ସବୁଜ ପିଚ ମିଳିଲେ ଆମ ପାଇଁ ବିଭିନ୍ନ ବିକଳ୍ପ ରହିଛି ବୋଲି ଲାଙ୍ଗର କହିଛନ୍ତି। ଆମ ପାଖରେ ୬ଜଣ ଉଚ୍ଚକୋଟୀର ଦ୍ରୁତ ବୋଲର ରହିଛନ୍ତି। ତେଣୁ ପରିସ୍ଥିତି ଦେଖି ଅନ୍ତିମ ଦଳ ଚୟନ କରିବୁ। ୧-୦ରେ ପିଛେଇଥିବାରୁ ଇଂଲଣ୍ଡ ଅବଶ୍ୟ ଅଧିକ ଚାପରେ ରହିବ। ଏହି ମ୍ୟାଚ୍‌ରେ ସ୍ମିଥ୍‌ ସମସ୍ତଙ୍କ ନଜରରେ ରହିବେ।
ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ମୋଇନ ଅଲି, ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ, ରୋରି ବନର୍‌ସ, ଜୋସ ବଟଲର, ସାମ କୁରାନ, ଜୋ ଡେନଲି, ଜାସନ ରଏ, ବେନ୍‌ ଷ୍ଟୋକ୍ସ, ଓଲି ଷ୍ଟୋନ୍ସ ଓ କ୍ରିସ୍‌ ଓ୍ବକ୍ସ।
ଅଷ୍ଟ୍ରେଲିଆ ଦଳ: ଟିମ୍‌ ପେନ୍‌ (ଅଧିନାୟକ), କାମେରନ ବ୍ୟାଙ୍କ୍ରଫ୍ଟ, ପ୍ୟାଟ୍‌ କୁମିନ୍ସ, ମାର୍କସ ହାରିସ୍‌, ଜୋଶ ହାଜେଲଉଡ, ଟ୍ରାଭିସ୍‌ ହେଡ, ଉସ୍‌ମାନ ଖ୍ବାଜା, ମର୍ନସ ଲାବୁସେନ, ନାଥନ ଲିୟନ, ମିଚେଲ ମାର୍ଶ, ଜେମ୍ସ ପାଟିନସନ, ପିଟରକ ସିଡଲ, ଷ୍ଟିଭେନ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାଥ୍ୟୁସ ଓ୍ବେଡ୍‌, ଡେଡିଡ ଓ୍ବାର୍ନର।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri