Categories: ଯାଜପୁର

ଦ୍ୱାଦଶ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା

ଯାଜପୁର ରୋଡ,୨୪।୮(ନି.ପ୍ର.)- ମୁଣ୍ଡମାଳସ୍ଥିତ ସରସ୍ବତି ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ଦ୍ୱାଦଶ ବିଂଶ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଧ୍ୟାପକ ସନ୍ତୋଷ କୁମାର ରଥ ଉଦ୍‌ଘାଟନ କରିଥିଲେ। ଶିଶୁ ମନ୍ଦିରର ସଭାପତି ଦିଗନ୍ତ କୁମାର ରାଉତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅଭିମନ୍ୟୁ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଦିଲୀପ କୁମାର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପୂର୍ବତନ ସଭାପତି ଯୁଗଳ କିର୍ଷ୍ଣ ମିଶ୍ର, ସଦସ୍ୟା କବିତା ପଲାର୍‌, କାର୍ଣ୍ଣିମୟୀ ମାଣ୍ଡି ଉପସ୍ଥିତ ଥିଲେ। ଏହି ମେଳାରେ ୨୦୦ରୁ ଅଧିକ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଶିକାନ୍ତ ମହାପାତ୍ର ଓ ଦୀପକ କୁମାର ରାଉତ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରିଥିଲେ। ନରେନ୍ଦ୍ର କୁମାର ଦାସ, ରାଜକୃର୍ଷ୍ଣ ପାଳ, ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ବହୁ ଶିକ୍ଷୟିତ୍ରୀ ଓ ଶିକ୍ଷକ ମେଳା ପରିଚାଳନା କରିଥିଲେ।