ଦୋଛକିରେ ଶିକ୍ଷାନୁଷ୍ଠାନର ଫି’ ଆଦାୟ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): କରୋନା ପାଇଁ ଏବେ ବନ୍ଦରହିଛି ରାଜ୍ୟର ସମସ୍ତ ସ୍କୁଲ୍‌, କଲେଜ ଓ ବିଶ୍ୱବିଦ୍ୟାଳୟ। କ୍ଳାସ୍‌ ହେଉନି କି ଛାତ୍ରୀଛାତ୍ର ଶିକ୍ଷାନୁଷ୍ଠାନ ଯାଉନାହାନ୍ତି। ଆସନ୍ତା ଜୁନ୍‌ ୧୭ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗିରହିବ। ତେଣୁ ଛାତ୍ରୀଛାତ୍ରଙ୍କ ୩ମାସର ଫି’ ହ୍ରାସ କିମ୍ବା ଫି’ ଆଦାୟ ସମୟ ଘୁଞ୍ଚାଇବା ଲାଗି ଗତ ୧୦ତାରିଖରେ ମୁଖ୍ୟମନ୍ତ୍ରୀ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିବେଦନ କରିଥିଲେ। ଲକ୍‌ଡାଉନ୍‌ ଯୋଗୁ ଅଭିଭାବକଙ୍କ ଉପରେ ଆର୍ଥିକ ଚାପ ପଡ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ଶିକ୍ଷାନୁଷ୍ଠାନ ସହାନୁଭୂତି ଦେଖାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି କୁହାଯାଇଥିଲା। ଏହି ସମୟରେ ଅଭିଭାବକଙ୍କ ରୋଜଗାର ଗଭୀରଭାବେ ପ୍ରଭାବିତ ହୋଇଥିବାରୁ ଏପ୍ରିଲ୍‌ରୁ ଜୁନ୍‌ ପର୍ଯ୍ୟନ୍ତ ଫି’ କମାଇବା କିମ୍ବା ପଇଠ ତାରିଖକୁ ଘୁଞ୍ଚାଇ ଦେବାକୁ କୁହାଯାଇଥିଲା। ତେବେ ଇତିମଧ୍ୟରେ କିଛି ଶିକ୍ଷାନୁଷ୍ଠାନ ଫି’ ବିଳମ୍ବରେ ନେବେ ବୋଲି ଘୋଷଣା କରିଥିବା ବେଳେ ଆଉକିଛି ସଙ୍ଗେସଙ୍ଗେ ଦେବା ଲାଗି ଅଭିଭାବକଙ୍କୁ କହିଛନ୍ତି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରର ଘରୋଇ ସ୍କୁଲ୍‌, କଲେଜ କର୍ତ୍ତୃପକ୍ଷ ଏଭଳି ବିଜ୍ଞପ୍ତି ପ୍ରକାଶ କରିଥିବାରୁ କିଛି ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ ସ୍କୁଲ୍‌ କର୍ତ୍ତୃପକ୍ଷ ମାନୁ ନଥିବା ଅଭିଭାବକ ସଂଘ ଅଭିଯୋଗ ଆଣିଥିବାବେଳେ ଘରୋଇ ସ୍କୁଲ୍‌ ଓ କଲେଜ କର୍ତ୍ତୃପକ୍ଷ ମଧ୍ୟ ନିଜର ଯୁକ୍ତି ରଖିଛନ୍ତି।
ଗୋଟିଏପଟେ କୌଣସି କର୍ମଚାରୀଙ୍କ ଦରମା ନ କାଟିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କରୋନା ସଙ୍କଟ ସମୟରେ ଜଣେ ବି କର୍ମଚାରୀଙ୍କୁ ଛଟେଇ କରିପାରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଭଳିସ୍ଥିତିରେ ସ୍କୁଲ୍‌ କର୍ତ୍ତୃପକ୍ଷ ଏବେ ଦୋଛକିରେ ପଡ଼ିଛନ୍ତି। ଯଦି ପିଲାଙ୍କଠାରୁ ଫି’ ଆଦାୟ କରିବେ ନାହିଁ ତେବେ କର୍ମଚାରୀଙ୍କୁ ଦରମା କେମିତି ଦେବେ। ବିଦ୍ୟୁତ୍‌ ବିଲ୍‌ କେମିତି ଭରଣା କରିବେ। ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ କିଭଳି ଆଗକୁ ନେବେ ସେନେଇ ପ୍ରଶ୍ନ ଉଠାଇଛନ୍ତି। ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ସ୍କୁଲ୍‌ ଆସୋସିଏଶନ (ଏଓପିଏସ୍‌ଏ) ଏପ୍ରିଲ୍‌, ମେ’ ଓ ଜୁନ୍‌ ମାସ ଫି’ ପଇଠ ଅବଧିକୁ କୋହଳ କରିଥିବାବେଳେ ସ୍କୁଲ୍‌ ଖୋଲିବା ପରେ ଜୁନ୍‌ ମାସ ଶେଷସୁଦ୍ଧା ପଇଠ କରିବାକୁ ବିକଳ୍ପ ପ୍ରଦାନ କରିଛି। ହେଲେ ଫି’ ସମ୍ପୂର୍ଣ୍ଣ ଛାଡ଼ କରିବା ସମ୍ଭବ ନୁହେଁ ବୋଲି କହିଛି। ରାଜ୍ୟର ପ୍ରାୟ ୯ହଜାର ଘରୋଇ ସ୍କୁଲ୍‌ରେ ୫ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଛନ୍ତି। ଏହାସହ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲକ୍ଷାଧିକ ପ୍ରତ୍ୟେକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ରହିଛି। କରୋନା ଲାଗି ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ମଧ୍ୟ ସମସ୍ତ କର୍ମଚାରୀଙ୍କୁ ଯଥାସମ୍ଭବ ମାସିକ ବେତନ ଦିଆଯାଉଛି। ଏହାସହ ବିଦ୍ୟାଳୟ ଘରଭଡ଼ା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଦେୟର ବୋଝ ମଧ୍ୟ ରହିଛି। ୩ମାସର ଫି’ ଆଦାୟ ନ ହୋଇପାରିଲେ ବହୁ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି ହରାଇବାର ସମସ୍ୟା ଉପୁଜିପାରେ ବୋଲି ଆସୋସିଏଶନ୍‌ କହିଛି।

କୁଆଡ଼େ ଗଲା ଜରୁରିକାଳୀନ ପାଣ୍ଠି: ଅଭିଭାବକ ମହାସଂଘ

ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏନେଇ କୁହାଯାଇଛି, କେତେକ ଘରୋଇ ସ୍କୁଲ୍‌ ମାଲିକ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ସ୍କୁଲ୍‌ ଜରୁରୀକାଳୀନ ପାଣ୍ଠି ରଖିବେ ଏବଂ ବିପର୍ଯ୍ୟୟ ସମୟରେ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଓ ଆନୁସଙ୍ଗିକ ଖର୍ଚ୍ଚ ତୁଲାଇବେ। ଏନେଇ ଏନ୍‌ସିପିସିଆର୍‌, ସିବିଏସ୍‌ଇ ଏବଂ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଗାଇଡ୍‌ଲାଇନରେ ଉଲ୍ଲେଖ ରହିଛି। ଉକ୍ତ ଜରୁରୀକାଳୀନ ପାଣ୍ଠିର କିଭଳି ଓ କେଉଁ ସମୟରେ ବିନିଯୋଗ କରାଯାଉଛି ସେନେଇ ହିସାବ ଦେବାକୁ ମହାସଂଘ ଘରୋଇ ସ୍କୁଲ୍‌ ଆସୋସିଏଶନ୍‌କୁ ଚ୍ୟାଲେଞ୍ଜ କରିଛି। ଫି’ ଛାଡ଼ ନେଇ ମୁଖ୍ୟମନ୍ତ୍ରୀ କେବଳ ନିବେଦନ କରିଥିଲେ ମଧ୍ୟ ଲକ୍‌ଡାଉନ୍‌ ସମୟରେ ସ୍କୁଲ୍‌ଗୁଡ଼ିକ ଫି’ ନାମରେ କୌଣସି ଛାତ୍ରୀଛାତ୍ର କିମ୍ବା ଅଭିଭାବକଙ୍କୁ ଉପେକ୍ଷା କିମ୍ବା ନିର୍ଯାତନା ଦେଇପାରିବେ ନାହିଁ ବୋଲି ଏନ୍‌ସିପିସିଆର୍‌ ସ୍ପଷ୍ଟ କରିଥିବା ଓଡ଼ିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରଶନ୍ନ ବିଶୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri