LAKE SUCCESS, NY - MARCH 11: A lab technician begins semi-automated testing for COVID-19 at Northwell Health Labs on March 11, 2020 in Lake Success, New York. An emergency use authorization by the FDA allows Northwell to move from manual testing to semi-automated. (Photo by Andrew Theodorakis/Getty Images)
ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପରେ ପଞ୍ଚାୟତ ଓ ମ୍ୟୁନିସିପାଲିଟିରେ ହୋଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍ସି)ରେ କ୍ୱାରାଣ୍ଟାଇନ୍ରେ ରଖାଯାଉଛି। ବିଶେଷକରି ଗ୍ରାମାଞ୍ଚଳରେ କ୍ବାରାଣ୍ଟାଇନ୍ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୫,୮୯୨ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୭,୦୨,୯୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏମାନଙ୍କ ପାଇଁ ସ୍ବତନ୍ତ୍ର ନିୟମ ଓ କଟକଣା କରାଯାଇଛି। ତେବେ ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମେ ୨୦ରୁ ୨୧ ତାରିଖ ୨୪ ଘଣ୍ଟା ମଧ୍ୟରେ ୮ଟି ମାମଲା ଦାଏର କରାଯାଇଛି। ଲକ୍ଡାଉନ୍ ନିୟମ ଉଲ୍ଲଂଘନ ଓ ବିଭିନ୍ନ ଅଭିଯୋଗରେ ୨୪ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଏବେ ଦୈନିକ ୩ହଜାରରୁ ଊର୍ଦ୍ଧ୍ୱ ନମୁନା ପରୀକ୍ଷଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧ଲକ୍ଷ ୮ହଜାର ୪୩୨ ନମୁନା ପରୀକ୍ଷା କରାଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରେସ୍ ବିବୃତିରୁ ଜଣାପଡିଛି।