Posted inଫୁରସତ

ଦେଶରେ ପ୍ରଥମ: ମୋହାଲିରେ ଥ୍ରୀ-ଡି ଅଟୋମେଟିକ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ

ଚଣ୍ଡିଗଡ :ମୋହାଲିରେ ଥ୍ରୀ-ଡି ଅଟୋମେଟିକ ସିଗ୍‌ନାଲ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ କରାଯାଇଛି । ଏହି ସିଷ୍ଟମ ବ୍ୟବହାର କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ। ଏବକାର ସିଷ୍ଟମରେ ଗାଡି ଭିଡ ନଥିଲେ ବି ୬୦ ସେକେଣ୍ଡ ଅଟକିବାକୁ ପଡୁଛି। କିନ୍ତୁ ଏହି ଲାଇଟ ଛକରେ ଯଦି ଗାଡି ସଂଖ୍ୟା କମ୍‌ ଥିବ ତେବେ ବିଳମ୍ବ ନକରି ୧୫ ସେକେଣ୍ଡରେ ଗ୍ରୀନ୍‌ ସିଗ୍‌ନାଲ ଦେବ। ମୋହାଲି ଇଣ୍ଟରନ୍ୟାଶନାଲ ରୋଡରେ ପ୍ରଥମେ ଥ୍ରୀ-ଡି ଅଟୋମେଟିକ ଲାଇଟ ବ୍ୟବହାର କରାଯାଇଛି। ପରେ ଲୁଧିଆନା,ଜଳନ୍ଧର ଓ ଅମୃତସରରେ ଏହା ଆରମ୍ଭ କରାଯିବ। ଚିତକାରା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ବିକାଶ କରାଯାଇଥିବା ଏହି ଲାଇଟ୍‌ ଉପରେ ପଞ୍ଜାବ ଟ୍ରାଫିକ ଲାବୋରେଟୋରିରେ ଏକ ବର୍ଷ ଧରି ପରୀକ୍ଷା କରାଯାଇଥିଲା। ୭ ଦିନ ଯାଏ ଟ୍ରାଏଲ କରାଯିବା ପରେ ଏହାକୁ ସବୁଜ ସଙ୍କେତ ଦିଆଯାଇଛି। ଏହି ଲାଇଟକୁ ମୋବାଇଲ ମାଧ୍ୟମରେ ଉପସ୍ଥିତ ଅଧିକାରୀ କଣ୍ଟ୍ରୋଲ କରିପାରିବେ। ସେହି ଅଧିକାରୀଙ୍କ ପାଖରେ ଲାଇଟର କନେକଟିଭିଟି ସିଷ୍ଟମ ମଧ୍ୟ ରହିବ ଯାହା ଦ୍ୱାରା ସେ ଲାଇଟର ଟାଇମିଂକୁ କମାଇପାରିବେ କିମ୍ବା ବଢାଇପାରିବେ । ମୋବାଇଲ ଦ୍ୱାରା ସିଗ୍‌ନାଲ କଣ୍ଟ୍ରୋଲ ହେଉଥିବାରୁ ଆମ୍ବୁଲାନ୍ସକୁ ଶୀଘ୍ର ଛାଡିଦିଆଯାଉଛି। ଅଟୋମେଟିକ ଟ୍ରାଫିକ ଲାଇଟ ଲାଗି ଖର୍ଚ୍ଚ ୮୦ ଲକ୍ଷରୁ ରୁ ୧କୋଟି ଟଙ୍କା ହେବ ବୋଲି ଯାହା କୁହାଯାଉଛି ତାହାକୁ କମାଇ ପାରିଛି ପଞ୍ଜାବ ଟ୍ରାଫିକ ଲାବୋରେଟୋରି । ବର୍ଷେ ଏହା ଉପରେ ଗବେଷଣା କରାଯିବା ପରେ ଏହା ପାଇଁ ୧୫-୧୬ ଲକ୍ଷ ଖର୍ଚ୍ଚ ହେବ ବୋଲିି କହିଛି ଲାବୋରେଟୋରି। ଲାଇଟ୍‌ ପାଇଁ ଖର୍ଚ୍ଚ ୧୫ ଲକ୍ଷ ଟଙ୍କାଓ ଥ୍ରୀ -ଡି ସେନସର ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri