Posted inଫୁରସତ

ଦେଶରେ ପ୍ରଥମ: ମୋହାଲିରେ ଥ୍ରୀ-ଡି ଅଟୋମେଟିକ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ

ଚଣ୍ଡିଗଡ :ମୋହାଲିରେ ଥ୍ରୀ-ଡି ଅଟୋମେଟିକ ସିଗ୍‌ନାଲ ଲାଇଟ ଦ୍ୱାରା ଟ୍ରାଫିକ କଣ୍ଟ୍ରୋଲ କରାଯାଇଛି । ଏହି ସିଷ୍ଟମ ବ୍ୟବହାର କରିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ। ଏବକାର ସିଷ୍ଟମରେ ଗାଡି ଭିଡ ନଥିଲେ ବି ୬୦ ସେକେଣ୍ଡ ଅଟକିବାକୁ ପଡୁଛି। କିନ୍ତୁ ଏହି ଲାଇଟ ଛକରେ ଯଦି ଗାଡି ସଂଖ୍ୟା କମ୍‌ ଥିବ ତେବେ ବିଳମ୍ବ ନକରି ୧୫ ସେକେଣ୍ଡରେ ଗ୍ରୀନ୍‌ ସିଗ୍‌ନାଲ ଦେବ। ମୋହାଲି ଇଣ୍ଟରନ୍ୟାଶନାଲ ରୋଡରେ ପ୍ରଥମେ ଥ୍ରୀ-ଡି ଅଟୋମେଟିକ ଲାଇଟ ବ୍ୟବହାର କରାଯାଇଛି। ପରେ ଲୁଧିଆନା,ଜଳନ୍ଧର ଓ ଅମୃତସରରେ ଏହା ଆରମ୍ଭ କରାଯିବ। ଚିତକାରା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ବିକାଶ କରାଯାଇଥିବା ଏହି ଲାଇଟ୍‌ ଉପରେ ପଞ୍ଜାବ ଟ୍ରାଫିକ ଲାବୋରେଟୋରିରେ ଏକ ବର୍ଷ ଧରି ପରୀକ୍ଷା କରାଯାଇଥିଲା। ୭ ଦିନ ଯାଏ ଟ୍ରାଏଲ କରାଯିବା ପରେ ଏହାକୁ ସବୁଜ ସଙ୍କେତ ଦିଆଯାଇଛି। ଏହି ଲାଇଟକୁ ମୋବାଇଲ ମାଧ୍ୟମରେ ଉପସ୍ଥିତ ଅଧିକାରୀ କଣ୍ଟ୍ରୋଲ କରିପାରିବେ। ସେହି ଅଧିକାରୀଙ୍କ ପାଖରେ ଲାଇଟର କନେକଟିଭିଟି ସିଷ୍ଟମ ମଧ୍ୟ ରହିବ ଯାହା ଦ୍ୱାରା ସେ ଲାଇଟର ଟାଇମିଂକୁ କମାଇପାରିବେ କିମ୍ବା ବଢାଇପାରିବେ । ମୋବାଇଲ ଦ୍ୱାରା ସିଗ୍‌ନାଲ କଣ୍ଟ୍ରୋଲ ହେଉଥିବାରୁ ଆମ୍ବୁଲାନ୍ସକୁ ଶୀଘ୍ର ଛାଡିଦିଆଯାଉଛି। ଅଟୋମେଟିକ ଟ୍ରାଫିକ ଲାଇଟ ଲାଗି ଖର୍ଚ୍ଚ ୮୦ ଲକ୍ଷରୁ ରୁ ୧କୋଟି ଟଙ୍କା ହେବ ବୋଲି ଯାହା କୁହାଯାଉଛି ତାହାକୁ କମାଇ ପାରିଛି ପଞ୍ଜାବ ଟ୍ରାଫିକ ଲାବୋରେଟୋରି । ବର୍ଷେ ଏହା ଉପରେ ଗବେଷଣା କରାଯିବା ପରେ ଏହା ପାଇଁ ୧୫-୧୬ ଲକ୍ଷ ଖର୍ଚ୍ଚ ହେବ ବୋଲିି କହିଛି ଲାବୋରେଟୋରି। ଲାଇଟ୍‌ ପାଇଁ ଖର୍ଚ୍ଚ ୧୫ ଲକ୍ଷ ଟଙ୍କାଓ ଥ୍ରୀ -ଡି ସେନସର ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri