ଦୃଷ୍ଟି ଆଢ଼ୁଆଳରେ ଝିକରା ଜଳପ୍ରପାତ

କେନ୍ଦୁଝର, ୧୨ା୭(ସ୍ବ.ପ୍ର.)-ବଣପାହାଡ ଘେରା କେନ୍ଦୁଝର ଜିଲାରେ ବହୁ ପ୍ରାକୃତିକ ଝରଣା ଏବଂ ଜଳପ୍ରପାତ ରହିଛି ା ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଲୋପ ପାଇବାକୁ ବସିଛି ା ଏଭଳି ଏକ ଜଳପ୍ରପାତ ସମସ୍ତଙ୍କ ଆଢୁଆଳରେ ରହିଯାଇଥିବାରୁ ଏହାର ବିକାଶ ଦାବି ହେଉଛି ା ଖଣିଖାଦାନ ଭରା ଯୋଡା ବ୍ଲକର ବଲାଣୀ ଅଞ୍ଚଳରେ ଝିକରା ନାଳରେ ରହିଛି ଏକ ମନୋରମ ଜଳପ୍ରପାତ ା ଏହାର ନାମ ଝିକରା ଜଳପ୍ରପାତ ା ଏହା ଜିଲା ମୁଖ୍ୟାଳୟ ଠାରୁ ପ୍ରାୟ ୯୦ କି.ମି. ଦୂରରେ ରହିଥିବା ଜଣାପଡିଛି। ଏହାର ବିକାଶ କରାଗଲେ ଏହା ଓଡିଶା ତଥା ଝାଡ଼ଖଣ୍ଡ ରାଜ୍ୟର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି ସ୍ଥାନୀୟ ଲୋକ ମତବ୍ୟକ୍ତ କରୁଛନ୍ତି। ଝାଡ଼ଖଣ୍ଡ ସୀମା ମେଘର ପାହାଡ କୁହାଯାଉଥିବା କିରିବୁରୁ (ମେଘାହାତିପୁର) ନିକଟରେ ଏହି ସ୍ଥାନଟି ରହିଥିବାରୁ ଏହାର ବିକାଶ ହେଲେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ବଲାଣୀ ପାହାଡରୁ ବାହାରି ଏହି ନାଳଟି ପ୍ରାୟ ୨ କି.ମି. ଦୂରରେ କାରୋ ନଦୀରେ ମିଶିଛି ା ପାହାଡ ଉପରେ ଏହି ନାଳକୁ ସଂରକ୍ଷଣ କରି ବଲାଣୀ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇଆସୁଛି ା ଏହି ନାଳର ପାଣି ବହୁ ଉପରୁ ପାହାଡରୁ ଖସିବା ବେଳେ ତଳେ ପାହାଡ ଓ ପଥରରେ ପିଟି ହୋଇ ଜଳକଣା ବିଛୁରିତ ହୋଇ କୁହୁଡିଆ ପରିବେଶ ସୃଷ୍ଟି କରିଥାଏ। ଏହା ଉପରେ ସୂର୍ଯ୍ୟାଲୋକ ପଡିଲେ ଭାସମାନ ଇନ୍ଦ୍ରଧନୁ ମଧ୍ୟ ପରିଲକ୍ଷିତ ହୋଇଥାଏ, ଯାହାକି ଜଙ୍ଗଲ ପରିବେଶ ତଥା ଜଳପ୍ରପାତର ସୌନ୍ଦର୍ଯ୍ୟକୁ ଅଧିକ ମନୋରାମ କରିଥାଏ। ଏହି ପାହାଡ ଉପରେ ଲୌହ ଖଣି ଥିବାରୁ ଏହି ପାଣି ଅନେକ ସମୟରେ ପ୍ରଦୂଷିତ ହୋଇଥାଏ ା ଖଣିଖାଦାନ ପାଇଁ ଏହାର ବିକାଶ କରାଯାଉ ନ ଥିବା ଅଭିଯୋଗ ହେଉଛି ା ଏହି ସ୍ଥାନକୁ ଭଲ ରାସ୍ତା ନ ଥିବାରୁ ପର୍ଯ୍ୟଟକମାନେ ସେହି ସ୍ଥାନକୁ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ଜଳପ୍ରବାହ ଅଧିକ ଥିବାରୁ କୁଳୁକୁଳୁ ହୋଇ ବୋହିଯାଉଥିବା ଝରଣା ଓ ଜଳପ୍ରପାତ ସୌନ୍ଦର୍ଯ୍ୟ ପରିବର୍ଦ୍ଧିତ କରିଥାଏ। ପାହାଡ ଓ ସବୁଜ ବନାନୀ ପରିବେଷ୍ଟିତ ଏହି ସ୍ଥାନରେ ପାଖାପାଖି ୫୦ ଫୁଟ ଉପରୁ ଜଳ ତଳକୁ ଖସୁଥିବା ଜଳର ଦୃଶ୍ୟ ଅତ୍ୟନ୍ତ ମନୋରମ। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏବଂ ଏହାର ବିକାଶ କରାଯାଉ ନ ଥିବାରୁ ଏହା ଲୋକଲୋଚନକୁ ଆସିପାରୁନାହିଁ ବୋଲି ସ୍ଥାନୀୟ ଅଧିବାସୀ ସୁବାଶିଷ ନନ୍ଦ କହିଛନ୍ତି। ପର୍ଯ୍ୟଟନ ଅଧିକାରୀ ରମେଶ ନାୟକ କହିଛନ୍ତି ଯେ ଏହି ସ୍ଥାନକୁ ଅନୁଧ୍ୟାନ କରିବା ପରେ ଉପଯୁକ୍ତ ପଦକ୍ଷେପ ନିଆଯାଇପାରିବ ା ଅନ୍ୟ ପକ୍ଷରେ ଖଣି କମ୍ପାନୀମାନେ ଜଙ୍ଗଲ ଓ ପରିବେଶ ନଷ୍ଟ କରି ଲାଭବାନ ହେଉଥିବା ବେଳେ ଏଭଳି କେନ୍ଦ୍ରଗୁଡିକର ବିକାଶ, ସେଗୁଡ଼ିକର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମ ବା ସାମାଜିକ ଦାୟିତ୍ୱବୋଧ କରାଗଲେ ସ୍ଥାନୀୟ ଲୋକେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଛି ା
ସରକାର ଖଣିର ବିକାଶ କରୁଥିବା ବେଳେ ପ୍ରକୃତିର ସୁରକ୍ଷା କରୁଥିବା ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ଏହି ଜଳପ୍ରପାତର ବିକାଶ କରୁ ନ ଥିବାରୁ ସ୍ଥାନୀୟ ପରିବେଶପ୍ରେମୀମାନେ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଖଣି ଅଞ୍ଚଳରେ ଥିବା ହାଣ୍ଡିଭଙ୍ଗା, ମୁର୍ଗା ଆଦି ଭଳି ଏହାକୁ ମାନ୍ୟତା ଦେଇ ବିକାଶ କରାଗଲେ କେନ୍ଦୁଝର ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri