Posted inଖେଳ

ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ୍‌ର ବୃହତ୍‌ ସ୍କୋର

ବେଙ୍ଗାଲୁରୁ, ୩୧।୮(ପି.ଟି.)- ବେଙ୍ଗାଲୁରୁର ଅଲୁରସ୍ଥିତ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ବିପକ୍ଷରେ ଇଣ୍ଡିଆ ଗ୍ରୀନ୍‌ ବୃହତ୍‌ ସ୍କୋର ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଗ୍ରୀନ୍‌ ଓପନର ଆକାଶନାଥ ରେଡ୍ଡୀଙ୍କ ୧୪୬ ରନର ଶତକୀୟ ପାଳି ସହାୟତାରେ ୧୩୧.୩ ଓଭରରେ ୪୪୦ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ରେଡ୍‌ ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪୫ ଓଭରରେ ୨ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଛି। ଫଳରେ ୮ ଉଇକେଟ ବାକି ରଖି ରେଡ୍‌ ଏବେ ୩୦୦ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ କରୁନ ନାୟାର ୧୪ ଚୌକା ସହ ୭୭ ରନର ଅର୍ଦ୍ଧଶତକୀୟ ପାଳି ଓ ମହିପାଲ ଲୋମରର ୨୨ ରନ କରି ଅପରାଜିତ ରହିଛନ୍ତି। ଅଧିନାୟକ ତଥା ଓପନର ପ୍ରିୟଙ୍କ ପଞ୍ଚାଲ ୩୧ ରନ କରିଥିବା ବେଳେ ଧର୍ମେନ୍ଦ୍ରସିନ ଜାଡେଜାଙ୍କ ବଲ୍‌ରେ ଧ୍ରୁବ ସୋରେଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ମାତ୍ର ୧ ରନ କରିଥିବାବେଳେ ଅଙ୍କିତ୍‌ କଲସି ସୋରେଙ୍କୁ କ୍ୟାଚ୍‌ ଦେଇ ଜାଡେଜାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ତେବେ ଅନ୍ୟତମ ଓପନର ଅଭିମନ୍ୟୁ ଈଶ୍ୱରନ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଗତ ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ବିପକ୍ଷରେ ନାୟାର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଇନିଂସରେ ୯୯ ଓ ଦ୍ୱିତୀୟ ଇନିଂସରେ ୧୬୬ ରନର ଶତକୀୟ ପାଳି ଖେଳିଥିଲେ। ବୋଲିଂରେ ଜାଡେଜା ଦୁଇଟି ଯାକ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୮/୪ରୁ ଖେଳ ଆରମ୍ଭ କରି ଗ୍ରୀନ ଶୁକ୍ରବାର ଅଲ୍‌ଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗ ୩୦ ରନରୁ ଖେଳ ଆରମ୍ଭ କରି ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ୫ ରନରୁ ଖେଳ ଆରମ୍ଭ କରି ଉଇକେଟକିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଦେକର ୪୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଡେଜା ୩୭, ରାହୁଲ ଚହର ୧ ରନ କରି ଆଉଟ ହୋଇଥିବା ବେଳେ ଅଙ୍କିତ୍‌ ରାଜପୁତ୍‌ ବିନା ସ୍କୋର ପ୍ୟାଭିଲିୟନ ଫେରିଥିଲେ। ସେହିପରି ଇଶାନ ପୋରେଲ ୯ ରନ କରିଥିବା ବେଳେ ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ତନବୀର ଉଲ ହକ୍‌ ୧୪ ରନରେ ଅପରାଜିତ ରହିଥିଲେ। ବୋଲିଂରେ ଅକ୍ଷୟ ଓ୍ବାଖରେ ସର୍ବାଧିକ ୫, ସନ୍ଦୀପ ଓ୍ବାରିୟର ଓ ଆଭେସ ଖାଁ ଦୁଇଟି ଲେଖାଏ, ଆଦିତ୍ୟ ସରଓ୍ବତେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ଗ୍ରୀନ୍‌ ୧୩୧.୩ ଓଭରରେ ୪୪୦ ଅଲଆଉଟ୍‌
(ଆକାଶନାଥ ରେଡ୍ଡୀ- ୧୪୬, ସିଦ୍ଧେଶ ଲାଡ ୬୪, ଧର୍ମେନ୍ଦ୍ରସିନ ଜାଡେଜା- ୩୭, ପ୍ରିୟମ ଗାର୍ଗ- ୫୩, ଧ୍ରୁବ ସୋରେ- ୪୪, ଅକ୍ଷୟ ଓ୍ବାଖରେ- ୫/୧୦୩, ଆଭେସ ଖାଁ- ୨/୬୩, ସନ୍ଦୀପ ଓ୍ବାରିୟର- ୨/୭୪)।
ଇଣ୍ଡିଆ ରେଡ ୪୫ ଓଭରରେ ୧୪୦/୨
(କରୁନା ନାୟାର- ୭୭*, ମହିପାଲ ଲୋମରର- ୨୨*, ପ୍ରିୟଙ୍କ ପଞ୍ଚାଲ- ୩୧, ଧର୍ମେନ୍ଦ୍ରସିନ ଜାଡେଜା- ୨/୩୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri