ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଜୀବନଗଲା

ଭବାନୀପାଟଣା,୧୩।୧୨(ଡି.ଏନ୍‌.ଏ.): ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅନ୍ତର୍ଗତ ଟେଭାକଲମ ଗାଁର ସିଗେସନ୍‌ ନାଏକ (୨୨) ନାମକ ଜଣେ ଯୁବକଙ୍କ ମୃତ୍ୟୁଘଟିଛି। ସିଗେସନ ଗତ ବୁଧବାର ସନ୍ଧ୍ୟାରେ ବାଇକ୍‌ରେ ଫେରୁଥିବା ବେଳେ ପାଲଯୋରଠାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଥୁ.ରାମପୁର ସିଏଚ୍‌ସିକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବାନୀପାଟଣା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri