ଦୁର୍ଘଟଣାରେ ଅଚଳ ହୋଇଛି ଡାହାଣ ଗୋଡ଼, ସହାୟତା ଆଶାରେ ଜିଲାପାଳ ଅଫିସ ଆସିଥିଲେ: ପୋଲିସ କର୍ମଚାରୀ ଦେଖାଇଲେ ମାନବିକତା

ବରଗଡ଼ ଅଫିସ୍‌,୨୨।୭-ଅନେକ ସମୟରେ କିଛି ପୋଲିସ କର୍ମଚାରୀ ନିଜ ଖାକି ବର୍ଦ୍ଦିର ଅପବ୍ୟବହାର କରିଥାନ୍ତି । କେତେବେଳେ ଦାଦାଗିରି ତ ଆଉ କେବେ ଲୁଟ୍‌ପାଟ୍‌, ମାଡ଼ପିଟ୍‌ ଘଟଣାରେ ସମ୍ପୃକ୍ତ ରହିବା ଯୋଗୁ ପୋଲିସକୁ ବହୁତ ସମାଲୋଚିତ ହେବାକୁ ପଡ଼ିଥାଏ। ତେବେ ସୋମବାର ବରଗଡ଼ ଜିଲାପାଳ ଅଫିସରେ ଜଣେ ଖାକି ବର୍ଦ୍ଦିଧାରୀ ପୋଲିସ କର୍ମଚାରୀ ଏ.ଏ କୁମାର ଭଲଭାବେ ଚାଲିପାରୁ ନଥିବା ଅନ୍ୟଜଣେ ଅର୍ଥାତ୍‌ ଭଟଲି ଥାନା ଉର୍ଦ୍ଦୁନା ନିକଟ ଝାଙ୍କରପାଲି ନିବାସୀ ବୃନ୍ଦାବନ କୁମ୍ଭାରଙ୍କୁ କାନ୍ଧେଇ ଧରି ତାଙ୍କୁ ଚାଲିବାରେ ସହଯୋଗ କରିବା ସହିତ ଜିଲାପାଳ ଅଫିସ ବାହାର ପର୍ଯ୍ୟନ୍ତ ନେଇ ନିଜ ମାନବିକତାକୁ ଉପସ୍ଥାପନ କରି ପାରିଛନ୍ତି ।

ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୮ତାରିଖ ବୃନ୍ଦାବନ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ସେ ଏକ ବାଇକ୍‌ ଯୋଗେ ଯାଉଥିବାବେଳେ ଅନ୍ୟ ଏକ ଅଟୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେହିଦିନଠାରୁ ତାଙ୍କ ଡାହାଣ ଗୋଡ଼ ଅଚଳ ହୋଇ ପଡ଼ିଛି । ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ସେ ସମ୍ପୁର୍ଣ୍ଣ ଆରୋଗ୍ୟ ଲାଭ କରି ପାରି ନାହାନ୍ତି । ତାଙ୍କ ଉଚ୍ଚତର ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଅଧିକ ଟଙ୍କା ଦରକାର । ମାତ୍ର କୁଳି, ମଜୁରୀ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ବୃନ୍ଦାବନଙ୍କ ପକ୍ଷରେ ତାହା ଯୋଗାଡ଼ କରିବା ସମ୍ଭବ ହେଉ ନାହିଁ । ସେ ସୁସ୍ଥ ଥିବାବେଳେ କୁଳିକାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ସେ ପରିବାର ପୋଷଣ କରିଥିଲେ । ଝିଅପୁଅଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ସେଥିରୁ ବାହାର କରୁଥିଲେ । ମାତ୍ର ଏବେ ସେ ଆଉ କାମଧନ୍ଦା କରି ପାରୁ ନଥିବାବେଳେ ସ୍ତ୍ରୀ ସୁକାନ୍ତୀ ମଧ୍ୟ ଅସୁସ୍ଥ ଅଛନ୍ତି । ଫଳରେ ଝିଅପୁଅଙ୍କ ଭବିଷ୍ୟତକୁ ନେଇ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ମଧ୍ୟ ଉଜୁଡ଼ିବାରେ ଲାଗିଛି । ବୃନ୍ଦାବନଙ୍କ ୨ଝିଅ, ୨ପୁଅ। ପୁଅ ଶିବା ଯୁକ୍ତ ଦୁଇ, ଦେବା ସପ୍ତମ, ଜଗା ଅଷ୍ଟମ ଏବଂ ଝିଅ ଝରଣା ସପ୍ତମ ପଢ଼ୁଥିବାବେଳେ ସାନଝିଅ ଜ୍ୟୋତ୍ସ୍ନା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଛନ୍ତି ।

ଏଭଳି ସ୍ଥିତିରେ ପଡ଼ିଥିବା ବୃନ୍ଦାବନ ସୋମବାର ଜିଲାପାଳ ଅଫିସକୁ ସହାୟତା ମିଳିବା ଆଶା ନେଇ ଆସିଥିଲେ । ଘରୁ ସେ ବାହାରି ରାସ୍ତାରେ ଆସୁଥିବା ଏକ କମାଣ୍ଡର ଜିପ୍‌ରେ ବରଗଡ଼ ଗାନ୍ଧୀଛକ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ କଷ୍ଟେମଷ୍ଟେ ହାତରେ ବାଡ଼ିର ସାହାଯ୍ୟ ନେଇ ଗୋଟିଏ ଗୋଡ଼ରେ ଜିଲାପାଳ ଅଫିସ ପହଞ୍ଚିଥିଲେ। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ ସହିତ ସହାୟତା ପାଇଁ ଗୁହାରୀ ମଧ୍ୟ କରିଥିଲେ । ତେବେ ଜିଲାପାଳ ଅଫିସରୁ ସେ ଯେତେବେଳେ ବାହାରକୁ ଆସୁଥିଲେ, ସେହି ସମୟରେ ପୋଲିସ କର୍ମଚାରୀ ଏ.ଏ କୁମାରଙ୍କ ଦୃଷ୍ଟିରେ ସେ ପଡ଼ିଥିଲେ। ଏହାପରେ ସେହି ପୋଲିସ କର୍ମଚାରୀ ବୃନ୍ଦାବନଙ୍କୁ କାନ୍ଧେଇ ଜିଲାପାଳ ଅଫିସରୁ ବାହାରକୁ ଆଣୁଥିଲେ ଏବଂ ପରେ ଅନ୍ୟଜଣେ ତାଙ୍କୁ ଗାଡ଼ିରେ ବସାଇ ଗାନ୍ଧୀଛକ ଟ୍ୟାକ୍ସିଷ୍ଟାଣ୍ଡକୁ ନେଇ ଛାଡ଼ି ଆସିଥିଲେ । ପୋଲିସ କର୍ମଚାରୀଙ୍କ ଏଭଳି ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri