ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ: ଶବ୍ଦ ପ୍ରଦୂଷଣ ଉପରେ ଲାଗିବ ଲଗାମ

ବାଲେଶ୍ୱର ଅଫିସ, ୨୧।୯-ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଶୁକ୍ରବାର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ା ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର, ପୂର୍ବତନ ବିଧାୟକ ଅରୁଣ ଦେ, ଗୋପନାରାୟଣ ଦେ, ସଦର ବିଧାୟକ ପ୍ରତିନିଧି ଗୌରାଙ୍ଗ ଦାସ, ଉପଜିଲାପାଳ ନିଲୁ ମହାପାତ୍ର, ଜିଲା ସୂଚନା ଅଧିକାରୀ ସୁବାସ ନିହାଲଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ। ଦୁର୍ଗାପୂଜା ଲାଗି ବାଲେଶ୍ୱର ସହରରେ ପ୍ରାୟ ୭୨ରୁ ଊର୍ଦ୍ଧ୍ୱ ମେଢ ନିର୍ମିତ ହେବାକୁ ଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାଷଷ୍ଠୀ ପୂଜା ଅକ୍ଟୋବର ୪ତାରିଖରେ ଆରମ୍ଭ ହେବ। ୮ ତାରିଖରେ ଦଶହରା ପୂଜା ସହ ୭ ତାରିଖରେ ସ୍ଥାନୀୟ ଆଇଟିଆଇ ପଡିଆରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହେବ। ୯ତାରିଖରେ ଭସାଣି ଯାତ୍ରା ଓ ବାଲେଶ୍ୱରର ପ୍ରସିଦ୍ଧ ପାରମ୍ପରିକ ବାଡ଼ିଖେଳ ଅନୁଷ୍ଠିତ ହେବ, ଯେଉଁଥିରେ ବିଭିନ୍ନ ଆଖଡା ଦଳ ଅଂଶଗ୍ରହଣ କରିବେ। ଭସାଣି ଯାତ୍ରା ସକାଳ ୮ଟାରୁ ଆରମ୍ଭ ହୋଇ ରାତି ୧୦ଟା ସୁଦ୍ଧା ସରିବ। ବାଡି ଖେଳରେ ଯେପରି ତୀକ୍ଷ୍‌ଣ ଧାରଯୁକ୍ତ ଖଣ୍ଡା, ଅସ୍ତ୍ରଶସ୍ତ୍ର ବ୍ୟବହାର ନ ହୁଏ ସେଥିପାଇଁ କମିଟିଗୁଡିକ ଯତ୍ନବାନ ହେବା ସହ ପୋଲିସ ତନଖି କରିବାକୁ ସିଦ୍ଧାନ୍ତ ହୋଇଛି। ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି ା ଭସାଣି ଯାତ୍ରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ଏବଂ ଡାକବାଜି ଯନ୍ତ୍ର ତଥା ଡିଜେ ମ୍ୟୁଜିକ ସିଷ୍ଟମ ଉପରେ କଟକଣା ଲଗାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ଏବଂ ମ୍ୟୁଜିକ ସିଷ୍ଟମକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବାଲେଶ୍ୱର ଉପଜିଲାପାଳଙ୍କ ଅଫିସ୍‌ରେ ସିଙ୍ଗଲ ଓି୍ବଣ୍ଡୋ ମାଧ୍ୟମରେ ପୂଜା କମିଟିମାନଙ୍କୁ ସମସ୍ତ ପ୍ରକାର ଅନୁମତି ପତ୍ର ଏବଂ ଆପତ୍ତି ବିହୀନ ପ୍ରମାଣପତ୍ର ଯୋଗାଇ ଦିଆଯିବ। ସିଙ୍ଗଲ ଓି୍ବଣ୍ଡୋ ମାଧ୍ୟମରେ ବିଜୁଳି, ପ୍ରଦୂଷଣ, ଶବ୍ଦ, ଥାନା, ଅଗ୍ନିଶମ ବିଭାଗର ଅନୁମତି ପତ୍ର ପ୍ରଦାନ କରାଯିବ। ସୁରକ୍ଷା ଲାଗି ସମସ୍ତ ପୂଜାମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତାଘାଟ ମରାମତି, ମାଦକ ଦ୍ରବ୍ୟ ନିଷେଧ, ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଆସନ୍ତା ଦୁର୍ଗାପୂଜାକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସହଯୋଗ କାମନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri