ଦୁରଦିନରେ ପରିବାର: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ହେମନ୍ତ

 

ଜାମଟିକ୍ରା, ୧୪।୧୨ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଅତାବିରା ବ୍ଲକ ଝିଲିମିଣ୍ଡା ପଁଚେତ୍‌ ଅଧୀନ ରଙ୍ଗିଆଟିକ୍ରା ଗଁାର ହେମନ୍ତ ମେହେର(୪୫)କଁର ପରିବାର କହେଲେ ମାଏକିନା ଆର ଦୁଇ ପୁଓ ଝି’କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ହେମନ୍ତ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ମାସ୍‌କେତେ ତଲେ କାମ୍‌ କଲାବେଲେ ତାକର ଗୋଡ଼ ଭାଂଗିଗଲା। ଧାର ଉଧାର କରି ଚିକିଛା କଲେ। ହେଲେ ଏହେଦେ ଚିକିଛା ଲାଗି ଆହୁରି ଟଁକା ଦରକାର ପଡ଼ୁଛେ। ଏନ୍‌ତା ଅଭାବିଆ ପରିସ୍ଥିତିରେ କେନ୍‌ଥେଇ ଚିକିଛା କରାବେ ସେ ଚିନ୍‌ତାରେ ହେମନ୍ତ ଘାରି ହେଉଛନ୍‌।
ସୂଚନା ଅନ୍‌ସାରେ ରଙ୍ଗିଆଟିକ୍ରାର ହେମନ୍ତ ଆଏଜ୍‌କେ ୬ ମାସ ତଲେ ଗଁାରେ ଝନ୍‌କର କାମ୍‌ କରୁଥିଲେ। କାମ୍‌ କଲାବେଲେ ଲିସାନିରୁ ପଡ଼ି ତାକର ଗୋଡ଼ ଭାଂଗିଗଲା। ଘର ମାଲିକ କିଛି ଟଁକା ଦେଇ ବୁର୍ଲାରେ ତାକର ଚିକିଛା କରାଲେ। ହେମନ୍ତ ନିଜେ ଶଶୁର ଘରୁ, ପାଖପଡ଼ିଶାକରନୁ ଧାର ଉଧାର କରି ଗୋଡ଼ ଅପରେଶନ କରାଲେ। ଗୋଡ଼ରେ ଲୁହା ରଡ୍‌ ଲାଗିଛେ। ସେଥିରଲାଗି ସେ କାମ୍‌ଧଁଦା କରି ନାଇଁପାରବାର। ଇଆଡ଼େ ଘରେ ମାଏକିନାର ଦିହିପା ଠିକ୍‌ ନାଇଁ ରହିବାର। ସେଥିରଲାଗି ସେ କାମ୍‌ବୁତା କରି ନାଇଁପାରବାର। ଏନ୍‌ତାଥି ପାଖ୍‌ପଡ଼ିଶା, ଲାଗେଲେସରକରନୁ ମାଗିଯାଚି ହେମନ୍ତ ପରିବାର ଚଲଉଛନ୍‌। ଇଆଡ଼େ ହେମନ୍ତକଁର ମାସିକ୍‌ ୨ରୁ ୩ ହଜାର ଟଁକା ଉଷୋକଷାରେ ଖରଚ୍‌ ହେଉଛେ। ଏନ୍‌ତା ଅଭାବିଆ ପରିସ୍ଥିତିରେ ୨ରୁ ୩ ହଜାର ଟଁକା ଜୁଗାଡ଼ କରବାରଟା ତାକର ପକ୍ଷେ ଭିଡ଼ ପଡ଼ିଯାଉଛେ। ସେନ୍‌ତା ସରକାରୀ ସୁବିଧା କହେଲେ ହେମନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଁଡ଼େ ପାଇଛନ୍‌ ଆର ପଁଚେତ୍‌ରୁ ମାସିକ ୨୦ କେ.ଜି. ଚାଉଲ ପାଉଛନ୍‌। ମାସ୍‌କେତେଟା ଉତାରୁ ତାକର ଗୋଡ଼ ଅପରେଶନ କରି ଲୁହା ରଡ଼୍‌ ବାହାର କରାଯିବା। ହେଲେ ଇଆଡ଼େ ହାତେ ଟଁକାଟେ ନଁାଇଁନ। ଏନ୍‌ତାଥି ହେମନ୍ତ ଚିନ୍‌ତାରେ ପଡ଼ିଯାଇଛନ୍‌। ଉପେ ଶୂଇନ୍‌ ହେମନ୍ତ ଗଣମାଧ୍ୟମ ଜରିଆରେ ଜିଲା ପରଶାସନ, ସହୁରୁଦ୍‌ ଲୁକ୍‌କୁ ଚିକିଛା ସାହାଯ୍‌ ଲାଗି ଗୁହାରି କରିଛନ୍‌। ସେନ୍‌ତା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚିକିଛା ସାହାଯ୍‌ ମିଲ୍‌ଲେ ମୁଇଁ ଠିକ୍‌ ହେଇପାରତି ଆର ଆଘର ଲେଖେଁ କାମ୍‌ବୁତା କରିପାରତି ବଲି ହେମନ୍ତ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri