ଦୁଇ ଯୁବକଙ୍କୁ ଅପହରଣ: ଜଣେ ଉଦ୍ଧାର, ଅନ୍ୟଜଣଙ୍କ ପତ୍ତା ମିଳୁନି

ପାଟପୁର,୨୭ା୫- ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଶ୍ରୀରାମନଗର ଗ୍ରାମରୁ ୨ ଜଣ ଯୁବକକୁ ଶନିବାର ଅପରାହ୍ନରେ ଅପହରଣ କରାଯାଇଥିଲା। ଜଣଙ୍କୁ ହାତଗୋଡ ବନ୍ଧାବେଳେ ଗ୍ରାମବାସୀ ରବିବାର ଉଦ୍ଧାର କରିଥିବାବେଳେ ଅନ୍ୟଜଣଙ୍କ ପତ୍ତା ମିଳିନାହିଁ। ଏନେଇ ପାଟପୁର ପୋଲିସ ନଂ.୧୧୫/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ବ୍ରହ୍ମପୁର ଶାସ୍ତ୍ରୀନଗରର ଯୁବକ ବିଭୁ ପ୍ରସାଦ ଦାସ (୨୦), ଗଜପତି ଜିଲା ଅଡବା ଗ୍ରାମର ଉଦ୍ଧବ ଗୌଡ଼ ଓ ଅଡବା ଥାନା ପଦାଗାଁର ଗଙ୍ଗାଧର ପାତ୍ର ଏକ କାର୍‌ରେ ପାଟପୁର ଥାନା ତପ୍ତପାଣି ନିକଟସ୍ଥ ଶ୍ରୀରାମନଗର ଗ୍ରାମର ଜଣେ ଯୁବକଙ୍କ ଘରକୁ ଆସିଥିଲେ। ସମ୍ପୃକ୍ତ ଯୁବକ ଓ ତାଙ୍କ ସାନଭାଇ ପ୍ରଥମେ ବିଭୁଙ୍କୁ ବାଇକରେ ବସାଇ କେଉଁଆଡେ ନେଇଯାଇଥିଲେ। ପରେ ଆସି ବିଭୂକୁ ଆଣିବାକୁ ଯିବା କହି ଗଙ୍ଗାଧରଙ୍କୁ ନେଇ ଯାଇଥିଲେ। ନ ଫେରିବାରୁ ଉଦ୍ଧବ ଘଟଣା ସମ୍ପର୍କରେ ବିଭୂଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ରବିବାର ମଧ୍ୟାହ୍ନର ଗଙ୍ଗାଧରଙ୍କୁ ହାତବନ୍ଧା ଅବସ୍ଥାରେ କାଳୀବୋରେଇ ଜଙ୍ଗଲ ନିକଟରୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଏନେଇ ବିଭୂଙ୍କ ଦାଦା ପାଟପୁର ଥାନାରେ ଏତଲା ଦେଇଛନ୍ତି। ମାତ୍ର ଖବର ଲେଖାହେବା ସୁଦ୍ଧା ବିଭୂଙ୍କ ପତ୍ତା ମିଳିନାହିଁ। କୌଣସି ଏକ ବ୍ୟବସାୟୀକ ଘଟଣାକୁ ନେଇ ଏପରି ଘଟିଥିବା ପୋଲିସ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri