ଦୁଇ ମହିଳା ଏସ୍‌ଆଇଙ୍କୁ ମାଡ଼, ଦୁଇ ଯୁବକ ଗିରଫ

ଭୁବନେଶ୍ୱର,୨୮।୭(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଛକରେ ଖାରବେଳନଗର ଥାନାର ଦୁଇଜଣ ମହିଳା ଏସ୍‌ଆଇଙ୍କୁ ୩ଜଣ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିଛନ୍ତି। ଏ ନେଇ ଆକ୍ରମଣର ଶିକାର ହୋଇଥିବା ଜଣେ ଏସ୍‌ଆଇ ମଧୁସ୍ମିତା କର କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୨୬୯/୧୯) ରୁଜୁକରି ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭୀମଟାଙ୍ଗୀର ଦେବାଶିଷ ପାଇକରାୟ ଓ ପୁରୁଣା ଭୁବନେଶ୍ୱରର ବିପିନ ବିହାରୀ ରାଉତ। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବାକୁ ପୋଲିସ ଚଢାଉ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ଟାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଖାରବେଳନଗର ଥାନା ପୋଲିସ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା। ଏହି ସମୟରେ ସ୍କୁଟି ନେଇ ଯାଉଥିବା ଦୁଇଜଣ ଯୁବକଙ୍କୁ ପୋଲିସ ଅଟକାଇଥିଲା। କିନ୍ତୁ ସେମାନେ ଅଟକିବା ବଦଳରେ ଦ୍ରୁତଗତିରେ ପଳାଇଥିଲେ। ମହିଳା ଏସ୍‌ଆଇ ମଧୁସ୍ମିତା ଓ ଅନ୍ୟ ଜଣେ ସେମାନଙ୍କ ପିଛା କରିଥିଲେ ମଧ୍ୟ ପାଇ ନ ଥିଲେ। ଫେରିବା ସମୟରେ ରାଜମହଲ ଛକରେ ଦେବାଶିଷ, ବିପିନ ଓ ଅନ୍ୟ ଜଣେ ଯୁବକ ଗାଡ଼ି ଉପରେ ବସି ଦୁଇ ମହିଳା ଏସ୍‌ଆଇଙ୍କୁ ଦେଖି ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିଥିଲେ। ଦୁଇ ମହିଳା ଏସ୍‌ଆଇ ସେମାନଙ୍କ ନିକଟରେ ପହଞ୍ଚତ୍ ପଚାରିବା ସହ ଥାନାକୁ ଯିବାକୁ କହିଥିଲେ। ହେଲେ ସମ୍ପୃକ୍ତ ଯୁବକମାନେ ଦୁଇ ମହିଳା ଏସ୍‌ଆଇଙ୍କୁ ମାଡ଼ ମାରିଥିଲେ। ଏହାଦେଖି ସେଠାରେ ଲୋକ ରୁଣ୍ଡ ହୋଇଯିବାରୁ ଯୁବକମାନେ ଚିତ୍କାର କରି ମିଛ ମାମଲାରେ ପୋଲିସ ଫସାଇ ମାଡ଼ମାରି ଉଠାଇ ନେଉଥିବା କହିଥିଲେ। ହେଲେ ଲୋକେ ଯୁବକଙ୍କ କାର୍‌ନାମା ଜାଣିପାରି ସେମାନଙ୍କୁ ମାଡ଼ ମାରି ପୋଲିସ ଭ୍ୟାନ୍‌ରେ ବସାଇଦେଇଥିଲେ। ଏନେଇ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ଦୁଇ ମହିଳା ଏସ୍‌ଆଇଙ୍କୁ ଗାଳିଗୁଲଜ ସହ ମାଡ଼ ଘଟଣାରେ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏନେଇ ଘଟଣାର ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର: ସାମ୍ନାକୁ ଆସିଲା ଭୟଙ୍କର ଦୁର୍ଘଟଣା ଦୃଶ୍ୟ

ଭୁବନେଶ୍ୱର,୧୪।୨: ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ବ୍ରିଟ କଲୋନୀ ମୁଖ୍ୟ ରାସ୍ତାରେ। ଏଥିରେ ୪ ଆହତ ହୋଇଥିବା ବେଳେ…

ଚାକିରି ଦେବା ନାଁରେ ଠକୁଥିଲେ ମହିଳା ସ୍ବେଚ୍ଛାସେବୀ, କେନ୍ଦୁଝରରୁ ଗିରଫ କଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର,୧୪ା୨: ଚାକିରି ଦେବା ନାଁରେ ଠକେଇ କରି ବନ୍ଧା ହୋଇଛନ୍ତି ଜଣେ ମହିଳା ସ୍ବେଚ୍ଛାସେବୀ। ତାଙ୍କ ନାଁ ସୁରେଶ୍ୱରୀ ଜେନା। ସେ ନିଜକୁ ମହିଳା ସ୍ବେଚ୍ଛାସେବୀ ପରିଚୟ…

ନଗ୍ନ ଭିଡିଓ ଜାଲରେ ଫସାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଧର୍ମଶାଳା,୧୪ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପୋବଳ ଗାଁର ମୁଖ୍ୟ ସାଇବର ଠକେଇର ଅଭିଯୁକ୍ତ ସରୋଜ ଜେନାଙ୍କୁ କଟକ ସାଇବର ପୋଲିସ…

୫ ଓଏଏସ୍‌ ଅଧିକାରୀଙ୍କ ବଦଳି: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୧୪ା୨(ରବିନାରାୟଣ ଜେନା):ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ୫ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌-କନିଷ୍ଠ) ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରାପଡ଼ା- ମହାକାଳପଡ଼ାର ପୂର୍ବତନ ବିଡିଓ ସୌମ୍ୟାଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri